EPF withdrawal: ନମିନି ବିଷୟରେ ଉଲ୍ଲେଖ ନାହିଁ ତଥାପି ଆପଣ ଉଠାଇ ପାରିବେ PF ଟଙ୍କା! ଏଠାରେ ଜାଣନ୍ତୁ ସହଜ ଉପାୟ
EPF withdrawal: କୌଣସି କର୍ମଚାରୀନଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ କ୍ଷେତ୍ରରେ ଜମା ହୋଇଥିବା ରାଶି ନମିନି ଦ୍ୱାରା ପ୍ରତ୍ୟାହାର କରାଯାଇପାରିବ ଓ ଯଦି କୌଣସି ନମିନିର କୌଣସି ଉଲ୍ଲେଖ ନଥାଏ, ତେବେ ତାଙ୍କ ପରିବାର ସଦସ୍ୟ କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କ ଦ୍ୱାରା ଟଙ୍କା ପ୍ରତ୍ୟାହାର କରାଯାଇପାରିବ । ଏଠାରେ ଜାଣନ୍ତୁ ପ୍ରୋସେସ ।
EPF withdrawal: ଏମ୍ପ୍ଲୋଇ ପ୍ରୋଭିଡେଣ୍ଟ୍ ଫଣ୍ଡ ଅର୍ଗାନାଇଜେସନ ବା EPFO ଏକ ଲୋକପ୍ରିୟ ସଞ୍ଚୟ ଯୋଜନା, ଯାହା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ । ଏହି ଯୋଜନା ଅଧୀନରେ, ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା କର୍ମଚାରୀଙ୍କ ମୂଳ ଦରମା ଏବଂ EPF କୁ ମହାଙ୍ଗା ଭତ୍ତାର ୧୨ ପ୍ରତିଶତ ଯୋଗଦାନ କରନ୍ତି । ଇପିଏଫ୍ ଜମା ଉପରେ ବର୍ତ୍ତମାନର ବାର୍ଷିକ ସୁଧ ହାର ୮.୧ ପ୍ରତିଶତ ରହିଛି ।
ଏହି ଯୋଜନା ଦୁର୍ଭାଗ୍ୟଜନକ ମୃତ୍ୟୁ କ୍ଷେତ୍ରରେ EPF ସଦସ୍ୟଙ୍କ ପରିବାରକୁ ମଧ୍ୟ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ ଜମା ହୋଇଥିବା ରାଶି ନମିନି ଦ୍ୱାରା ପ୍ରତ୍ୟାହାର କରାଯାଇପାରିବ ଓ ଯଦି କୌଣସି ନମିନି ନଥାଏ, ତେବେ ପରିବାର ସଦସ୍ୟ କିମ୍ବା ଆଇନଗତ ଉତ୍ତରାଧିକାରୀଙ୍କ ଦ୍ୱାରା ଟଙ୍କା ପ୍ରତ୍ୟାହାର କରାଯାଇପାରିବ । ନାବାଳିକାର ପରିବାର ସଦସ୍ୟଙ୍କ କ୍ଷେତ୍ରରେ ନାବାଳିକାର ଅଭିଭାବକ ଏହାକୁ କ୍ଲେମ୍ କରିପାରିବେ ।
ଇପିଏଫ୍ ସଦସ୍ୟଙ୍କ ମୃତ୍ୟୁ ପରେ କିପରି ଉଠାଇ ପାରିବେ ଟଙ୍କା
ସଦସ୍ୟ ଓ ଦାବିଦାରଙ୍କ ଆବଶ୍ୟକୀୟ ବିବରଣୀ ସହିତ EPF ଫର୍ମ-୨୦ ପୁରଣ କରନ୍ତୁ ।
ଫର୍ମ ଦାଖଲ ପରେ, ଦାବିଦାରମାନେ ସେମାନଙ୍କର ଦାବି ଫର୍ମଗୁଡିକର ଅନୁମୋଦନ ପାଇଁ ବିଭିନ୍ନ ପର୍ଯ୍ୟାୟରେ SMS ଆଲର୍ଟ ପାଇବେ । ସ୍ଥିତି ଯାଞ୍ଚ କରିବାକୁ ଦାବିଦାରମାନେ EPFO ର ୱେବସାଇଟ୍ ମଧ୍ୟ ଭିଜିଟ୍ କରିପାରିବେ ।
ପ୍ରକ୍ରିୟା ସମାପ୍ତ ହେବା ପରେ ଦାବିଦାର ଟଙ୍କା ପାଇବେ । ଟଙ୍କା ସିଧାସଳଖ ଦାବିଦାରଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ କରାଯାଇଥାଏ ।
ଏହିଗୁଡିକ ଉପରେ ଧ୍ୟାନ ଦିଅନ୍ତୁ
ସେହି ନିଯୁକ୍ତିଦାତାଙ୍କ ମାଧ୍ୟମରେ ଆବେଦନପତ୍ର ଦାଖଲ କରାଯିବା ଉଚିତ, ଯାହାଙ୍କ ଅଧୀନରେ ସଦସ୍ୟ ଶେଷ ସମୟରେ ନିଯୁକ୍ତ ହୋଇଥିଲେ । ଯଦି EPFIndia ୱେବସାଇଟରୁ ଡାଉନଲୋଡ୍ ହୋଇଥିବା ଏକ ଫର୍ମ ମାଧ୍ୟମରେ ଦାବି କରାଯାଏ, ତେବେ ସମସ୍ତ ପୃଷ୍ଠାଗୁଡିକ ଦାବୀକାରୀ ଓ ନିଯୁକ୍ତିଦାତାଙ୍କ ଦ୍ୱାରା ଦସ୍ତଖତ ହେବା ଆବଶ୍ୟକ ।
EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"
ଏହା ବି ପଢନ୍ତୁ: The Kerala Story କୁ କାହିଁକି ଲଗାଇଲ ବ୍ୟାନ୍? ମମତା ସରକାରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ
ଏହା ବି ପଢନ୍ତୁ: India vs Pakistan: ଏସିଆ କପକୁ ନେଇ ପୁଣିଥରେ ଧମକ ଦେଲା ପାକିସ୍ତାନ, ଜାଣନ୍ତୁ ବର୍ତ୍ତମାନ କ’ଣ ରଖିଲା ଡିମାଣ୍ଡ