Flight Service: ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ଏବଂ ଆସନ୍ତା ସପ୍ତାହରେ ବିମାନ ବୁକିଂ କରି କେଉଁଠି ଯିବାକୁ ଯୋଜନା ରଖିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ବିଶେଷ କରି ସେହି ଯାତ୍ରୀଙ୍କ ପାଇଁ ଯେଉଁମାନେ ଭିସ୍ତାରା ଏୟାରଲାଇନ୍ସ ବିମାନରେ ଯାତ୍ରା କରିବାକୁ ଚିନ୍ତା କରୁଛନ୍ତି । ତେବେ ସେପ୍ଟେମ୍ବର ୩ ରୁ ଆପଣ ଏହି ଏୟାରଲାଇନ୍ସର ବିମାନ ଟିକେଟ ବୁକ୍ କରିପାରିବେ ନାହିଁ ଏବଂ ନଭେମ୍ବର ୧୧ ପରେ କମ୍ପାନୀର ବିମାନ ଆକାଶରେ ଉଡ଼ିପାରିବ ନାହିଁ । ଆସନ୍ତୁ ଜାଣିବା କ'ଣ ରହିଛି ପୂରା ଘଟଣା?

 

ଏୟାର ଇଣ୍ଡିଆ-ଭିସ୍ତାରା ସଂଯୋଗ ପାଇଁ ବାଟ ସଫା 

ଭିସ୍ତାରା ଏୟାରଲାଇନ୍ସ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଯଦି ଆପଣଙ୍କୁ ଏହାର ବିମାନରେ ଯାତ୍ରା କରିବାକୁ ପଡିବ ତେବେ ସେପ୍ଟେମ୍ବର ୩ ପୂର୍ବରୁ ଟିକେଟ ବୁକ୍ କରନ୍ତୁ, କାରଣ ଏହା ପରେ ଭିସ୍ତାରାର ବୁକିଂ ବନ୍ଦ ହୋଇଯିବ । ସେପ୍ଟେମ୍ବର ୧୧ ପରେ ଏୟାରଲାଇନ୍ସର ବିମାନ ଉଡ଼ାଣ କରିବ ନାହିଁ। ଏହା ପଛର କାରଣ ବିଷୟରେ କହିବାକୁ ଗଲେ ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ମିଶ୍ରଣ ପାଇଁ ସିଙ୍ଗାପୁର ଏୟାରଲାଇନ୍ସକୁ ଏଫଡିଆଇ ଅନୁମୋଦନ ମିଳିଛି । ଭିସ୍ତାରା ହେଉଛି ଏୟାର ଇଣ୍ଡିଆ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ଏକ ମିଳିତ ଉଦ୍ୟୋଗ । ମର୍ଜର ସମ୍ପୂର୍ଣ୍ଣ ହେବା ପରେ ସମସ୍ତ ଭିସ୍ତାରା ବିମାନକୁ ଏୟାର ଇଣ୍ଡିଆର କାର୍ଯ୍ୟରେ ସାମିଲ କରାଯିବ।

 

 


 

ନଭେମ୍ବର ୧୧ ପରେ କ'ଣ କରିବେ ଯାତ୍ରୀ ? 

ସରକାରଙ୍କ ଠାରୁ ଏଫଡିଆଇ ଅନୁମୋଦନ ପାଇବା ପରେ ଏବେ ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ଏବଂ ରିପୋର୍ଟକୁ ବିଶ୍ୱାସ କରାଗଲେ ୨୦୨୪ ଶେଷ ସୁଦ୍ଧା ଏହି ମିଶ୍ରଣ ଶେଷ ହେବ । ଏନେଇ ଭିସ୍ତାରା ଏୟାରଲାଇନ୍ସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି । ୩ ସେପ୍ଟେମ୍ବର ୨୦୨୪ରୁ ଏୟାରଲାଇନ୍ସର ବୁକିଂ ବନ୍ଦ ରହିବ ଏବଂ ୧୨ ନଭେମ୍ବର ୨୦୨୪ କିମ୍ବା ଏହା ପରେ ଯାତ୍ରା ପାଇଁ ଟିକେଟ୍ ବୁକ୍ ହୋଇପାରିବ ନାହିଁ। ଏହାପରେ ଭିସ୍ତାରାର ସମସ୍ତ ବିମାନ ଏୟାର ଇଣ୍ଡିଆ ଦ୍ୱାରା ପରିଚାଳିତ ହେବ ଏବଂ ସେଠାରୁ ବୁକିଂ ମଧ୍ୟ କରାଯିବ । ଅର୍ଥାତ୍ ଭିସ୍ତାରାର ଶେଷ ବିମାନ ୧୧ ନଭେମ୍ବର ୨୦୨୪ରେ ଉଡ଼ାଣ ଭରିବ।

 

ମିଶ୍ରଣ କୁ ନେଇ କ'ଣ କହିଲେ ଭିସ୍ତାରା ସିଇଓ 

ଭିସ୍ତାରା ୫ ନଭେମ୍ବର ୨୦୧୩ରେ ବିମାନ ଚଳାଚଳ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ଏଥିରେ ବ୍ରେକ୍ ଲାଗିବାକୁ ଯାଉଛି । ଏହି ମିଶ୍ରଣ ସମ୍ପର୍କରେ ସିଇଓ ବିନୋଦ କନ୍ନନ ଏକ ଦଶନ୍ଧି ଧରି ଏୟାରଲାଇନ୍ସ ଉପରେ ବିଶ୍ୱାସ ରଖିବା ଏବଂ ଏହା ସହିତ ଯାତ୍ରା କରିଥିବାରୁ ଗ୍ରାହକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଏୟାର ଇଣ୍ଡିଆ ସହିତ ମିଶ୍ରଣର ଉଦ୍ଦେଶ୍ୟ ହେଉଛି ଏକ ଉତ୍ତମ ଯାତ୍ରୀ ଅନୁଭୂତି ପ୍ରଦାନ କରିବା ପାଇଁ ଫ୍ଲିଟ୍ ଏବଂ ଅଧିକ ବିମାନର ନେଟୱାର୍କ ରହିବା । ସେ କହିଛନ୍ତି ଯେ ଉଭୟ ଏୟାରଲାଇନ୍ସ ସେମାନଙ୍କ ୱେବସାଇଟ୍ ଏବଂ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିୟମିତ ଅପଡେଟ୍ ସେୟାର କରିବେ। ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ ୱିଲସନ ମଧ୍ୟ ବିନୋଦ କନ୍ନନଙ୍କ କଥାକୁ ସମର୍ଥନ କରି କହିଛନ୍ତି ଯେ ମିଶ୍ରଣ ପରେ ପରିଚାଳନା, କର୍ମଚାରୀ ଏବଂ ଗ୍ରାହକ ସେବାକୁ ଦକ୍ଷ ସହଯୋଗ ରେ ସୁବ୍ୟବସ୍ଥିତ କରାଯିବ ।