Chiranjib Biswal: ବହୁ ତର୍କବିତର୍କ ଓ କଳ୍ପନାଜଳ୍ପନା ପରେ ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଗତକାଲି କଂଗ୍ରେସରୁ ଇସ୍ତଫା ଦେବା ପରେ ଜୋର ଧରିଥିଲା ଏହି ଆଶଙ୍କା । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଦାମୋଦର ରାଉତ ଓ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଜଗତସିଂହପୁରରେ ବରିଷ୍ଠ ନେତାଙ୍କ ଅନ୍ୱେଷଣରେ ଥିଲା ବିଜେଡି । ବହୁଦିନ ଧରି ଏହି ଚର୍ଚ୍ଚା ଲାଗିରହିଥିଲା। ଆଉ ଚର୍ଚ୍ଚାର ଅବସାନ ଘଟାଇ ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିଜେଡିରେ ଯୋଗ ଦେଇଛନ୍ତି ଚିରଞ୍ଜିବୀ । 


COMMERCIAL BREAK
SCROLL TO CONTINUE READING

୨ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଚିରଞ୍ଜିବୀ ବିଶ୍ୱାଳ(Chiranjib Biswal)। ସୂଚନାଯୋଗ୍ୟ, ତିନୋଟି ପ୍ରମୁଖ ଦଳର ନେତା ମାନେ ଦଳ ଛାଡୁଛନ୍ତି ଯାହାକୁ ନେଇ ଜନତା ମାନେ ବି ଏବେ ଟେନସନରେ । ଦଳ ଗଠନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି ସେମାନେ ଏବେ ଦଳ ଛାଡୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ ଗତକାଲି (Akash Das Nayak) ବିଜେଡି ଛାଡିଥିଲେ । ଆକାଶ ଦାସ ନାୟକ କହିଥିଲେ ଯେ, ନିଜର ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡ଼ିଥିବା କହିଛନ୍ତି । 


ସେହିପରି କିଛି ସମୟ ପରେ ବିଜେଡିର କେନ୍ଦ୍ରାପଡ଼ା ସାଂସଦ(Kendrapara MP) ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳରେ ଅଣଦେଖା ଓ କୋଣଠେସା ଅଭିଯୋଗ କରି ଅନୁଭବ ମହାନ୍ତି (Anubhav Mohanty)ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ଅଭିନେତା ଆକାଶ ଦାସ ନାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅନୁଭବ ମହାନ୍ତିଙ୍କ ଗତି କେଉଁଆଡକୁ ରହିବ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। 


Also Read: Shani Prabhav: ସୂର୍ଯ୍ୟଗ୍ରହଣ ପୂର୍ବରୁ ଶନି କରିବେ ନକ୍ଷତ୍ର ପରିବର୍ତ୍ତନ, ଏହିରାଶିଙ୍କର ବଦଳିବ ଭାଗ୍ୟ


Also Read: Shocking News: ଅନଲାଇନ ଅର୍ଡର କେକ୍ ଖାଇ ଗଲା ଦଶ ବର୍ଷୀୟ ନାବାଳିକାର ଜୀବନ