G20 Summit Food Menu: କେନ୍ଦ୍ର ସରକାର ଗତ କିଛିଦିନରୁ ଜି-20 ସମ୍ମିଳନୀକୁ ନେଇ ଖୁବ ବ୍ୟସ୍ତ । ବିଦେଶରୁ ଆସୁଥିବା ଅତିଥିଙ୍କ ସତ୍କାର ପାଇଁ ଲାଗିପଡ଼ିଛନ୍ତି କେନ୍ଦ୍ର ସରକାର। କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଛି ସରକାର। ଏହି ଦୁଇ ଦିନିଆ ସମ୍ମିଳନୀରେ ୨୦ ଟି ଦେଶର ରାଷ୍ଟ୍ର ମୁଖ୍ୟ ଯୋଗ ଦେବେ । ତେବେ ସେମାନଙ୍କ ରହଣି ଚଳଣୀ ଉପରେ ବିଶେଷ ଧ୍ୟାନ ରଖାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଜି -20ରେ ଯୋଗଦେବାକୁ ଥିବା ରାଷ୍ଟ୍ରମୁଖ୍ୟଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଚାନ୍ଦନୀ ଚୌକର ସୁସ୍ବାଦୁ ଖାଦ୍ୟ ଏବଂ ଅଭିନବ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ସମେତ ଭାରତୀୟ ଷ୍ଟ୍ରିଟ୍ ଖାଦ୍ୟ ଯୋଗାଇ ଦିଆଯିବ। ତେବେ ସ୍ଥିର ହୋଇଥିବା ଖାଦ୍ୟ ମେନ୍ୟୁରେ ରାଜସ୍ଥାନ, ଦକ୍ଷିଣ ଭାରତୀୟ, ପଞ୍ଜାବୀ ସହିତ ମଧ୍ୟପ୍ରଦେଶ  ସହ ଓଡ଼ିଶା ବିହାର ରାଜ୍ୟର ପ୍ରମୁଖ ଖାଦ୍ୟକୁ ପରିବେଷଣ କରାଯିବ।


COMMERCIAL BREAK
SCROLL TO CONTINUE READING

କିଛି ଏପରି ରହିବ ଖାଦ୍ୟର ମେନ୍ୟୁ
ବିଦେଶୀ ଅତିଥିଙ୍କ ପାଇଁ ତାଜ ପ୍ୟାଲେସ ଏକ ବିଶେଷ ଭୋଜନର ପ୍ରସ୍ତୁତି କରିଛି। ଯେଉଁଥିରେ ଭାରତୀୟ ଖାଦ୍ୟ ସହ ୱେଷ୍ଟର୍ଣ୍ଣ, ଫ୍ୟୁଜନ ଓ ମିନି ବାଇଟସ ବି ସାମିଲ ଅଛି। ୧୨୦ ସଦସ୍ୟ ବିଶିଷ୍ଟ ଏକ ସେଫ୍ ଟିମ୍ ବିଦେଶୀ ଅତିଥି ଙ୍କ ମନପସନ୍ଦର ଖାଦ୍ୟକୁ ନେଇ ଏକ ମେନ୍ୟୁ ରେଡି କରିଛନ୍ତି।  ଅତିଥିଙ୍କ ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରରେ ପାଖାପାଖି ୫୦୦ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଛି। 
 
ଜି-20 ସମ୍ମିଳନୀରେ ଖାଦ୍ୟ ମେନ୍ୟୁ ବିଷୟରେ କଥା ହେବା ତେବେ ମିଠାରେ ବିକାନେରର ମଲାଇ ଘେବର, ଗୁଲାବ ଚୁରମା, ଗହମ-ବାଜ୍ରା ମିଠା, ବେସନ ଚୁରମା, ପିସ୍ତା କୁଲଫି, ଗୋନ୍ଦ ହାଲୱା, ନାରଙ୍ଗୀ ମାଲପୁଆ, ଶ୍ରୀଖଣ୍ଡ, କେସର  ପିସ୍ତା-ଥଣ୍ଡା କେସର ପିସ୍ତା ଭର୍ମିସେଲି, କ୍ଷୀରି, ଗାଜର ହାଲୱା, ମୋତିଚୁର ଲଡୁ, ଅଖୋରଟ-ଡିମ୍ବିରି ହାଲୱା, ଅଙ୍ଗୁରି ରସମଲାଇ, ଆପଲ୍ କ୍ରମ୍ ପିଠା, ଫାଲୁଦା ସହିତ ମଲାଇ କୁଲ୍ଫି, ଡାଲ-ବାଦାମ ହାଲୱା, ମିଶ୍ରି ମାୱା, ଯୋଧପୁରୀ ମାୱା କାଚୋରୀ ପରିବେଷଣ କରାଯିବ। 


ଭାରତୀୟ ଖାଦ୍ୟ ମେନ୍ୟୁ ବ୍ୟତିତ ଥାଇ ଏବଂ ଡେନମାର୍ସ ଡିସ୍ ମଧ୍ୟ ବିଶେଷ ପ୍ରଦର୍ଶନ କରିବ । ଏହା ମିଠା ପାଇଁ ସିଜଲିଙ୍ଗ ବ୍ରାଉନି, ହାଜେଲନାଟ୍, ଚିନାବାଦାମ ଆଇସ୍କ୍ରିମ୍ ଏବଂ କେକ୍ ସହିତ କୁକୁମ୍ବର ଭାଲିଶ୍, କ୍ୟାବେଜ୍ ଏବଂ ଡେନମାର୍କ ବ୍ରେଡ୍ ରୋଲ୍ ମଧ୍ୟ ପରିବେଷଣ କରିବ । ଅତିଥିମାନଙ୍କୁ ଦକ୍ଷିଣ ଭାରତୀୟ ରୋଷେଇ ମଧ୍ୟ ପରିବେଷଣ କରାଯିବ । ଏଥିରେ ଉରୁଲାଇ ଭାଥାକ୍କାଲ, ମାଲବାର ପରଠା, ଇଡଲି ସାମ୍ବର୍, ଅନିଅନ ଚିଲ୍ଲି ଉତ୍ତପମ, ମଇସୁର ଦୋସା ଜି -20ଅତିଥିମାନଙ୍କୁ ପରିବେଷଣ କରାଯିବ।


 ଜି -20 ରେ ଷ୍ଟ୍ରିଟ୍ ଫୁଡ୍ ବିଷୟରେ ଆଲୋଚନା, ଗୁପଚୁପ୍, ଦହି ପୁରୀ, ସେଓ ପୁରୀ, ଯୋଧପୁରୀ ମିର୍ଚି ଭଡା, ବିକାନେର ଡାଲି ପରଠା, ପଲାଶ, ଲୀଲୱା କାଚୋରୀ, ଆଲୁ ଦିଲ ଖୁଶ, ପାଲକ ଛୋଲେ କି ଟିକ୍କି, ଯୋଧପୁରୀ କାବୁଲି ପୁଲାଓ ଥାଲି ପରିବେଷଣ କରାଯିବ। ମିଲେଟ ଥାଲିରେ ଗହମ ଏବଂ ଚାଉଳ ଜାତୀୟ ଖାଦ୍ୟ ରହିବ ନାହିଁ। ସେହିପରି ସୂତ୍ର ଅନୁସାରେ, ବିଦେଶୀ ଅତିଥିମାନଙ୍କ ପାଇଁ ଖାଦ୍ୟ ତାଲିକା ସମ୍ପୂର୍ଣ୍ଣ ଶାକାହାରୀ ରହିବ। ତେବେ ଅତିଥି ମାନଙ୍କ ଖାଦ୍ୟରେ ମାଂସାହାରୀ ଜାତୀୟ ଖାଦ୍ୟ ସାମିଲ କରାଯାଇ ନାହିଁ। ତେବେ ଏ ଖାଦ୍ୟ ପ୍ରସ୍ତୁତି ଦାୟିତ୍ୱ ITC କୁ ଦିଆଯାଇଥିବା ସୂଚନା ରହିଛି। 


ଖାଦ୍ୟରେ ରାଜସ୍ଥାନୀ ବାଟିର ବି ଅଲଗା ଅଲଗା ବ୍ୟଞ୍ଜନ ତାଲିକାରେ ଅନ୍ତର୍ଭୁକ୍ତ ରହିଛି। ଯାହାଦ୍ୱାରା ଜଣେ ରାଜସ୍ଥାନରେ ରହିବାର ଅନୁଭବ କରିପାରିବେ । କେବଳ ବାଟି, ବାଫଲା ବାତି, ମକାର ବାଟି, ମଟର-ଜିରା-ଜୁଆଣି ବାଟି ମଧ୍ୟ ସାମିଲ କରାଯାଇଛିଷ ଏହା ବ୍ୟତୀତ ମଧ୍ୟପ୍ରଦେଶ ଏବଂ ପଞ୍ଜାବୀ ରୋଷେଇ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ। ଜି -20 ର ଅତିଥିମାନଙ୍କୁ ବିଭିନ୍ନ ପ୍ରକାରର ପନିପରିବା ଜାତୀୟ ଖାଦ୍ୟ ମଧ୍ୟ ପରିବେଷଣ କରାଯିବ, ଯାହାକୁ ଆମେ ଭାରତୀୟମାନେ ପ୍ରତିଦିନ ଘରେ ଖାଇଥାଉ | ଏଥିରେ ଭେଣ୍ଡି ମସାଲା, କଢାଇ ପନୀର୍, ଡାଲ୍ ପଞ୍ଚ ମେଲ୍, ଜାୱାର୍ ମିଥୀ, ଗଟ୍ଟା ତରକାରୀ, କେର ସାଙ୍ଗ୍ରି, ଚକ୍କି ସବଜୀ, ଗୁଲାବ ଜାମୁନ୍ କି ସବଜୀ, ପଞ୍ଜାବୀ ଖାଦ୍ୟ ଶୈଳୀରେ ଆଳୁ ମଟର, ଦମ୍ କି ଡାଲ ମଖନୀ ମଧ୍ୟ ରହିବ । ଅତିଥିମାନଙ୍କୁ ବିଭିନ୍ନ ରୋଟି, ପରଟା ଏବଂ ନାନ୍ ଡିସ୍  ସହ ଗାର୍ଲିକ ନାନ, ପନିର ଚିଲି, ଗ୍ରୀନ୍ ପିଆଜ ପରଟା, ରସୁଣ ଏବଂ ଗ୍ରୀନ୍ ଚିଲ୍ଲି ରୋଟି, ମକା ଏବଂ ବାଜ୍ରା ରୋଟି, ପନିର ନାନ୍, ଲାଛା ପରଟା ଏବଂ ପୁଦିନା ପରଟା ପରିବେଷଣ କରାଯିବ।


ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ଠାରୁ ଆରମ୍ଭ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ଅନେକ ରାଷ୍ଟ୍ର ମୁଖ୍ୟ ଭାରତର ଷ୍ଟ୍ରିଟ୍ ଫୁଡ୍ ବି ଉପଭୋଗ କରିବେ। ଏଥିରେ ଦିଲ୍ଲୀର ପ୍ରସିଦ୍ଧ ଚାନ୍ଦନୀ ଚୌକ୍ ଏବଂ ମିଲେଟରୁ ପ୍ରସ୍ତୁତ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ ହେବ। ଚାଟ୍ ବିଷୟରେ କହିବାକୁ ଗଲେ ଏଥିରେ ଗୋଲ୍ ଗପ୍ପା ବା ଗୁପଚୁପ୍, ଦହିବରା, ପାମ୍ପଡି ଚାଟ୍-, ଆଲ୍ଲୁ ଟିକ୍କି, ଜଲେବି, କଚୋରୀ, ରାଜ କଚୋରୀ, ଛୋଲେ-କୁଲଚେ ଏବଂ ଚୋଲେ-ଭଟୁରେ ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇପାରେ। 


Also Read: G20 Summit: ଗୋଟିଏ ସମ୍ମିଳନୀ ପାଇଁ ୪ହଜାର ୧୦୦ କୋଟି, ଜାଣନ୍ତୁ କେଉଁଥିରେ ହୋଇଛି ଅଧିକ ଖର୍ଚ୍ଚ