Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର।  ପୁଣି ବଢିଲା ସୁନା ରେଟ୍। ଗତ ୨ ଦିନ ଧରି ସୁନା ଦର ହ୍ରାସ ହୋଇଥିବା ବେଳେ ଆଜି ଦର ବୃଦ୍ଧି ପାଇଛି। ଆଗକୁ ପାର୍ବଣ ଋତୁ ଆସୁଛି । ଆଉ ତା ପୂର୍ବରୁ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ଟେନସନ୍ ଦେଉଛି। ଯଦି ଆପଣ ଆଜି ସୁନା ରୂପା କିଣିବାକୁ ଯୋଜନା କରିଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ଅଛି ସୁନାରେଟ୍ । ଆଉ ଭରି ପିଛା କେତେ ଟଙ୍କା ବୃଦ୍ଧି ହୋଇଛି। 


COMMERCIAL BREAK
SCROLL TO CONTINUE READING

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଶୁଭଫଳ ସହ...


ALSO READ: Entertainment News: କ୍ୟାନସରରେ ପ୍ରାଣ ହରାଇଲେ ଏହି ଫିଲ୍ମ ନିର୍ମାତାଙ୍କ ପତ୍ନୀ


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେ ଦାମ୍ ୭୦,୦୯୦ଟଙ୍କା ରହିଛି। ତେବେ, ୨୨ କ୍ୟାରେଟ୍ ରେ ୭୫୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୮୨୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪, ୪୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ରେ ରେଟ୍ ୭୦ , ୨୪୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ କ୍ୟାରେଟ୍ ରେ ୭୫୦ ଓ ୨୪ କ୍ୟାରେଟ୍ ରେ ୮୨୦ ଟଙ୍କା ବୃଦ୍ଧି ପାଇଛି।  ସେପଟେ,  ବୁଲିଅନ ବଜାର ଅନୁଯାୟୀ ଆଜି ୨୪୦୦ ଟଙ୍କା ସୁନା ବ୍ୟବସାୟ ଆରମ୍ଭ କରିଥିଲା। ବୁଲିୟନ୍ ବଜାର ଅନୁଯାୟୀ ଶୁକ୍ରବାର ଦିନ ୧୪ କ୍ୟାରେଟ୍ ସୁନା ଭରି ପିଛା ୪୪୬୪ କାରବାର କରୁଥିବା ଦେଖିବାକୁ ମିଳିଛି। 


ମାୟାନଗରୀ ମୁମ୍ବାଇରେ ବି ସୁନା ଦର ବଢିଛି। ଏଠାରେ ୨୨ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୪,୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୦,୦୯୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୭୫୦ ଓ ୨୪ କ୍ୟାରେଟ୍ ରେ ୮୨୦ ଟଙ୍କା ବଢିଛି । ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୪,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେ ରେଟ୍ ୭୦,୦୯୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୭୫୦ ଓ ୮୨୦ ଟଙ୍କା ବୃଦ୍ଧି ପାଇଛି। ଅନ୍ୟପଟେ, ଓଡିଶାରେ ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ର ଦାମ୍ ୬୪,୨୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୦,୦୯୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୨,୫୭୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ୭୫୦, ୮୨୦ ଓ ୬୧୦ ଟଙ୍କା ଦର ବୃଦ୍ଧି ପାଇଛି।