Advertisement
Photo Details/zeeodisha/odisha2375371
photoDetails0hindi

Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଶୁଭଫଳ ସହ...

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ମାନଙ୍କର ରାଜା ହେଉଛନ୍ତି ସୂର୍ଯ୍ୟଦେବ। ସୂର୍ଯ୍ୟ ପ୍ରତ୍ୟକ ମାସରେ ଥରେ ରାଶି ପରିବର୍ତ୍ତନ କରିଥାନ୍ତି । ଏହି କ୍ରମରେ ସୂର୍ଯ୍ୟ ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଥିବା ବେଳେ ୧୬ ତାରିଖ ଦିନ ସକାଳ ୭ଟା ୨୦ ମିନିଟ୍ ସମୟରେ ସିଂହ ରାଶିକୁ ଚଳନ କରିବେ। ସିଂହରେ ସେ ଦିର୍ଘ ମାସେ ପର୍ଯ୍ୟନ୍ତ ରହିବେ। ତେବେ, ସୂର୍ଯ୍ୟଙ୍କ ଏହି ଚଳନ ୬ଟି ରାଶିଙ୍କ ପାଇଁ ବରଦାନ ପାଲଟିବ। ଏହି ଅବଧି ମଧ୍ୟରେ ଏହିସବୁ ରାଶିର ଲୋକେ ଶୁଭଫଳ ପାଇବେ। ତେବେ, ଆସନ୍ତୁ ଜାଣିବା ସେହିସବୁ ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ....

1/6

ମେଷ: ସୂର୍ଯ୍ୟଙ୍କ ଗୋଚର ଏହି ରାଶିକୁ ଧନବାନ୍ କରାଇବ। ଏହି ଅବଧି ମଧ୍ୟରେ ବିଶେଷ କରି, କ୍ୟାରିୟରେ ବଡ଼ ସଫଳତା ପାଇବେ। ଚାକିରିରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ବ୍ୟବସାୟରେ ଅଗ୍ରଗତି କରିବା ସହ ଭଲ ଲାଭ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟ ମଧ୍ୟରେ ଆପଣଙ୍କ ଆତ୍ମବିଶ୍ବାସ ଓ ସାହାସ ବୃଦ୍ଧି ପାଇବ।

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ALSO READ: Gajalakshmi Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ଚମକାଇବ ଗଜଲକ୍ଷ୍ମୀ ରାଜଯୋଗ, କିଣିବେ ନୂଆ ଗାଡି ସାଙ୍ଗକୁ...

2/6

ବୃଷ :ସୂର୍ଯ୍ୟଙ୍କ କୃପାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ବେକାରିମାନେ ଚାକିରି ପାଇବେ। କ୍ୟାରିୟରରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଆୟ ବଢିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ସ୍ବାସ୍ଥ୍ୟ ଭଲ ରହିବ। ଦିର୍ଘଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।

 

3/6

ତୁଳା:  ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭଲ ଦିନ ଆରମ୍ଭ ହେବାକୁ ଯାଇଛି। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ପଦବୀ ମିଳିବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି । ଯାହାକୁ ନେଇ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ବିଦେଶ ଯାତ୍ରାର ଯୋଗ ରହିଛି। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ।

 

4/6

ବିଛା: ସୂର୍ଯ୍ୟଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକକ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। କ୍ୟାରିୟରରେ ଅଗ୍ରଗତି କରିବେ। ଯେଉଁ ମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଚେଷ୍ଟା ଜାରି ରଖନ୍ତୁ ଶୁଭଫଳ ପାଇବେ। ଆଣିଥିବା ଋଣ ପରିଶୋଧ କରିବାରେ ସଫଳ ହେବେ।  ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ କମ୍ ହେବ। ନିଜ ପରିବାର ଲୋକଙ୍କ ସହିତ  ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ନିଜ ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚାପରେ ରହିବେ। 

5/6

କୁମ୍ଭ: ସୂର୍ଯ୍ୟଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଫଳଦାୟୀ ରହିବ। ଆକସ୍ମିକଧନଲାଭର ଯୋଗ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆଶା କରୁଥିବା ଦିଗରୁ ଟଙ୍କା ମିଳିବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ବେକାରି ମାନଙ୍କୁ ଭଲ ଚାକିରି ମିଳିବ। ପାରିବାରିକ ଜୀବନ ସୁଖମୟ ହେବା। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଘରକୁ ଆସିପାରେ। 

 

6/6

ମୀନ:  ମୀନ ରାଶିର ଲୋକଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟଦେବ। ଏ-ହି ଅବଧି ମଧ୍ୟରେ ନୂତନ ଘର କିମ୍ବା ଗାଡି଼ କିଣିବାର ସମ୍ଭାବନା ରହିଛି। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଅନୁକୂଳ ରହିବ। ଆମଦାନୀ ଓ ରପ୍ତାନୀ ବ୍ୟବସାୟର କରୁଥିବା ଲୋକେ ବ୍ୟବସାୟରେ ଅଧିକ ଲାଭ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ କରିବେ।  

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)