Entertainment News: କ୍ୟାନସରରେ ପ୍ରାଣ ହରାଇଲେ ଏହି ଫିଲ୍ମ ନିର୍ମାତାଙ୍କ ପତ୍ନୀ
Advertisement
Article Detail0/zeeodisha/odisha2375481

Entertainment News: କ୍ୟାନସରରେ ପ୍ରାଣ ହରାଇଲେ ଏହି ଫିଲ୍ମ ନିର୍ମାତାଙ୍କ ପତ୍ନୀ

Entertainment News: ଗତ କିଛି ଦିନ ହେବ କଳା ଜଗତରୁ ଲଗାତର ଦୁଃଖଦ ଖବର ଆସୁଛି। ଆଜି ପୁଣି ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। 

Entertainment News: କ୍ୟାନସରରେ ପ୍ରାଣ ହରାଇଲେ ଏହି ଫିଲ୍ମ ନିର୍ମାତାଙ୍କ ପତ୍ନୀ

Entertainment News: ଗତ କିଛି ଦିନ ହେବ କଳା ଜଗତରୁ ଲଗାତର ଦୁଃଖଦ ଖବର ଆସୁଛି। ଆଜି ପୁଣି ଫିଲ୍ମ ଇଣ୍ତଷ୍ଟ୍ରିରୁ ଦୁଃଖଦ ଖବର ଆସିଛି। ଦକ୍ଷିଣ ଭାରତର ଜଣାଶୁଣା ଫିଲ୍ମ ନିର୍ମାତା ଶ୍ୟାମ୍ ପ୍ରସାଦ୍ ରେଡ୍ଡୀଙ୍କର ପତ୍ନୀଙ୍କ ଅକାଳ ବିୟୋଗ ହୋଇଛି । ଶ୍ୟାମ୍ ପ୍ରସାଦଙ୍କ ପତ୍ନୀ ହେଉଛନ୍ତି ଏମ୍. ବାରାଲକ୍ଷ୍ମୀ । ୬୨ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି। ତେବେ, କ୍ୟାନସରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପତ୍ନୀଙ୍କ ବିୟୋଗ ନେଇ ଭାଙ୍ଗି ପଡିଛନ୍ତି  ଶ୍ୟାମ୍ ପ୍ରସାଦ। 

ALSO READ: Entertainment News: ପୁଣି କଳା ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ 'ବ୍ଲାକ୍ ପାନ୍ଥର' ଫିଲ୍ମର ଏହି ଅଭିନେତ୍ରୀ

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଶୁଭଫଳ ସହ...

ସୂଚନା ଅନୁସାରେ, ଗତକିଛି ଦିନ ହେବ ଏମ୍. ବାରାଲକ୍ଷ୍ମୀ କ୍ୟାନସର ରୋଗରେ ପିଡିତ ଥିଲେ। ଏନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଅଗଷ୍ଟ ୭ ତାରିଖରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଥିଲେ। ଏହି ଖବର ଜଣା ପଡିବା ପରେ ଶ୍ୟାମ ପ୍ରସାଦଙ୍କ ଦୁଃଖରେ ଭାଙ୍ଗି ପଡିଥିଲେ। ଗତକାଲି ହାଇଦ୍ରାବଦ ସ୍ଥିତ ଜୁବଲିହିଲ୍ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। 

ALSO READ: Petrol Diesel Price Today: ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ ଭୁବନେଶ୍ବରରେ ଲିଟର ପିଛା କେତେ ରହିଛି ରେଟ୍?

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏମ୍. ବାରାଲକ୍ଷ୍ମୀ ହେଉଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୋଟାଲା ବିଜୟ ଭାସ୍କର ରେଡ୍ଡୀଙ୍କ ଝିଅ। ଶ୍ୟାମ୍ ପ୍ରସାଦ ଓ ଏମ୍. ବାରାଲକ୍ଷ୍ମୀଙ୍କର ଦୁଇଟି ଝିଅ ଅଛନ୍ତି ଦିପ୍ତି ଓ ମୌତ୍ରୀ।  ତେବେ, ଶ୍ୟାମ୍ ପ୍ରସାଦ ହେଉଛନ୍ତି ସାଉଥ ଫିଲ୍ମ ଇଣ୍ତଷ୍ଟ୍ରିର ଜଣାଶୁଣା ଫିଲ୍ମ ନିର୍ମାତା। ଏହାସହ ସେ ମାଲେବାଲା ଏଣ୍ଟରଟେନମେଣ୍ଟ ବ୍ୟାନର (Mallemala Entertainments) ମାଲିକ। ସେ ୧୯୮୬ ମସିହାରେ ତାଲାମବ୍ରାଲୁ (Talambralu) ଫିଲ୍ମରୁ ଫିଲ୍ମ ପ୍ରଯୋଜକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଏହାସହ ସେ କମେଡି ସୋ 'ଜବରଦସ୍ତ'ର ମଧ୍ୟ ପ୍ରଯୋଜକ ଅଟନ୍ତି। ଏହାସହ ସାଉଥ ଫିଲ୍ମ ଇଣ୍ତଷ୍ଟ୍ରିକୁ ସେ ଏକାଧିକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି।