Gold Price Today: ଗ୍ରାହକଙ୍କ ପାଇଁ ବଡ଼ ଖବର । ଆଜି ପୁଣି ଖସିଲା ସୁନା ରେଟ୍ । ଗତକାଲି ଭାରତୀୟ ବଜାରରେ ସୁନାଦର ତଳମୁହାଁ ଥିବା ବେଳେ ଆଜି ମଧ୍ୟ ରେଟ୍ ହ୍ରାସ ପାଇଛି।  ଯାହା ଗ୍ରାହକଙ୍କୁ ବଡ଼଼ ଆଶ୍ବସ୍ତି ଦେଇଛି। ଆଗକୁ ଆସୁଛି ପାର୍ବଣ ଋତୁ । ଆଉ ତା ପୂର୍ବରୁ  ଶସ୍ତା ହୋଇଛି ସୁନା।  ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ କିଛି ପ୍ଲାନ୍ କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ଆଜିର ସୁନା ଦର...


COMMERCIAL BREAK
SCROLL TO CONTINUE READING

ALSO READ: Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ...


ALSO READ: Petrol Diesel Price Today: ଗ୍ରାହକଙ୍କୁ ଝଟକା, ରାଜ୍ୟରେ ବଢିଲା ପେଟ୍ରୋଲ-ଡିଜେଲ ଦର


ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍  ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ୧୦ ଗ୍ରାମ୍ ମୂଲ୍ୟ ୬୯,୨୭୦ ଟଙ୍କା ରହିଛି। ତେବେ, ଆମେ ଏଠାରେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୪୦୦ ଓ ୨୪ କ୍ୟାରେଟ୍ ରେ ୪୪୦ ଟଙ୍କା ହ୍ରାସ ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ  ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩,୬୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୯,୪୨୦ ଟଙ୍କା ରହିଛି । ଏଠାରେ ମଧ୍ୟ ୨୨ କ୍ୟାରେଟ୍ ରେ ୪୦୦ ଓ  ୨୪ କ୍ୟାରେଟ୍ ରେ ୪୪୦ ଟଙ୍କା ଖସିଛି। ବୁଲିଅନ ବଜାର ଅନୁଯାୟୀ ଆଜି ଗ୍ରାମ୍ ପିଛା ୨,୩୮୦ ଟଙ୍କା ସୁନା ବ୍ୟବସାୟ ଆରମ୍ଭ କରିଥିଲା। ବୁଲିୟନ ବଜାର ଅନୁଯାୟୀ ବୁଧବାର ଦିନ ୧୪ କ୍ୟାରେଟ୍ ସୁନା ଭରି ପିଛା ୪୪୬୨ କାରବାର କରୁଥିବା ଦେଖିବାକୁ ମିଳିଛି। 


ଅନ୍ୟପଟେ ଚେନ୍ନାଇରେ ମଧ୍ୟ ସୁନା ଦର ଖସିଛି। ୨୨ କ୍ୟାରେଟ୍ ( ୧୦ ଗ୍ରାମ୍ ପିଛା ୬୩, ୩୦୦ ) ରେ ୭୦୦ ଟଙ୍କା ଓ ୨୪ ( ୧୦ ଗ୍ରାମ୍ ପିଛା ୬୯,୦୬୦) କ୍ୟାରେଟ୍ ରେ ୭୬୦ ଟଙ୍କା ହ୍ରାସ ହୋଇଛି। ସେପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୬୯,୨୭୦ ଟଙ୍କା ରହିଛି।  ଏଠାରେ ମଧ୍ୟ ଦର କମିଥିବା ଦେଖିବାକୁ ମିଳିଛି। ସେପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ  ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୩,୫୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୬୯,୨୭୦ ଟଙ୍କା ରହିଛି । ଏଠାରେ ମଧ୍ୟ ୨୨ କ୍ୟାରେଟ୍ ରେ ୪୦୦ ଓ ୨୪ କ୍ୟାରେଟ୍ ରେ ୪୪୦ ଟଙ୍କା ହ୍ରାସ ହୋଇଛି।