Advertisement
Photo Details/zeeodisha/odisha2372184
photoDetails0hindi

Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଖୁସି ଖବର ସହ...

Shani Shukra Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ପ୍ରେମ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ଶୁକ୍ର ଅଗଷ୍ଟ ୬ ତାରିଖର ରାତି ୯ଟା ୩୦ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିଛନ୍ତି। ଯେଉଁ ରାଶିରେ କି ପୂର୍ବରୁ ଶନିଦେବ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ଅପୂର୍ବ ମିଳନ ଦୁର୍ଲଭ ସଂଯୋଗ ବା ଶନି-ଶୁକ୍ର ୟୁତି ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

1/5

ମେଷ: ଶନି-ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହେବ। ଏହି ଅବଧି ମଧ୍ୟରେ ଗାଡି କିମ୍ବା ଜମି କ୍ରୟ କରିପାରିବେ। ସେୟାର ବଜାରରେ ବିନିଯୋଗ ହୋଇଥିବା ଅର୍ଥରୁ ଦ୍ବିଗୁଣିତ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟୀଙ୍କ ପାଇଁ  ସମୟ ଅନୁକୂଳ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଦ୍ବି-ଗୁଣିତ ଲାଭ ପାଇବେ।  

ALSO READ: Guru Gochar 2024: ୨୦ ଅଗଷ୍ଟରୁ ବୃହସ୍ପତି ବଦଳାଇବେ ଏହିସବୁ ରାଶିର ଭାଗ୍ୟ, ଚାକିରିରେ ମିଳିବ ପଦୋନ୍ନତି ସହ...

2/5

ତୁଳା: ଶନି-ଶୁକ୍ର ୟୁତି ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଏହି ସମୟ ମଧ୍ୟରେ ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆଣିଥିବା ଋଣ ପରିଶୋଧ କରିବାରେ ସଫଳ ହେବେ। ବେକାରିମାନେ ଭଲ ନିଯୁକ୍ତି ପାଇବେ। କିନ୍ତୁ ସ୍ବାସ୍ଥଗତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯଥା ସମ୍ଭବ ଯତ୍ନ ନିଅନ୍ତୁ।

 

3/5

ସିଂହ:  ଆଜିଠାରୁ ଏହି ରାଶିର ଲୋକଙ୍କ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି।  ବିଶେଷକରି, ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖୁସ୍ ଭଲ ରହିବ। ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ବା ପଦବୀ ମିଳିପାରେ। କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ଦିର୍ଘ ଦିନ ଧରି ପଡି଼ ରହିଥିବା ଟଙ୍କା ଫେରସ୍ତ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ନିଜ ସାଥୀଙ୍କ ସହ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ। ନଚେତ୍ ସମ୍ପର୍କ ଭାଙ୍ଗିପାରେ। 

 

4/5

କର୍କଟ: ଶନି-ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଯେଉଁମାନ ବ୍ୟବସାୟୀମାନେ ଷ୍ଟକ୍ ମାର୍କେଟ୍ ରେ ଟଙ୍କା ବିନିଯୋଗ କରିଛନ୍ତି । ସେମାନେ ଆଗାମୀ ଦିନରେ ଭଲ ଲାଭ ପାଇବେ। ସରକାରି ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହେବ। ବୈବାହିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ମଧୁରତା ଭରିବ। 

 

5/5

କୁମ୍ଭ:  କୁମ୍ଭରେ ଶନି-ଶୁକ୍ରଙ୍କ ମିଳନ ଏହି ରାଶିକୁ ଧନବାନ୍ କରାଇବ। ନିଜ ସନ୍ତାନ ମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିପାରେ। ଏହି ଅବଧି ମଧ୍ୟରେ ଆକସ୍ମିକଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆୟ ବୃଦ୍ଧି ଘଟିବ। ସରକାରୀ ଯୋଜନାରୁ ଲାଭ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଘରକୁ ଆସିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)