Viral News: ସାଧାରଣତଃ  ଛୋଟ ପିଲାମାନେ  ସ୍କୁଲ ନ ଯିବା ପାଇଁ ଦେହ ଖରାପର ବାହାନା କରନ୍ତି । କେବଳ ସେତିକି ନୁହେଁ, ଆପଣ ନିଶ୍ଚୟ ଅନେକ ଥର ଦେଖିଥିବେ ଯେ, କିଛି ଅଫିସରେ ମଧ୍ୟ କର୍ମଚାରୀ ମାନେ ଦେହ ଖରାପର ବାହାନା କରି ଛୁଟି ମାରନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ଯେ ଜଣେ ଯୁବକ ବାହା ନ ( wedding) ହେବା ପାଇଁ ଇଚ୍ଛା ନ ଥିବାରୁ ସେ ନିଜକୁ ହସପିଟାଲ(hospital) ରେ ଆଡମିଟ୍( admitted) କରାଇଛନ୍ତି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ହାନାମକୋଣ୍ତା (Hanamkonda) ଅଞ୍ଚଳରେ। ଆଉ ଏଭଳି କାରନାମା ଘଟାଇଥିବା ଯୁବକ ଜଣକ ହେଉଛନ୍ତି ଅନଭେସ । 


COMMERCIAL BREAK
SCROLL TO CONTINUE READING

ତେଲେଙ୍ଗାନାର ହାନାମକୋଣ୍ତା (Hanamkonda) ଅଞ୍ଚଳର ବାସିନ୍ଦା  ହେଉଛନ୍ତି ଅନଭେସ । ସେ ଆମେରିକାର ଏକ କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ । ସେ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ସେ ଜାଗଟିଆଲ ଜିଲ୍ଲାର(Jagtial district) ଜିଲ୍ଲାର ଏକ ଝିଅକୁ ଭଲ ପାଉଛନ୍ତି । ଏବଂ ତାଙ୍କୁ ବିବାହ କରିବାକୁ ଚାହୁଛନ୍ତି । ଏନେଇ ଅନଭେସଙ୍କ ପରିବାର ଲୋକେ ସେହି ଝିଅ ଘରକୁ ମଧ୍ୟ ଯାଇଥିଲେ । ଏବଂ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଉଭୟ ପକ୍ଷଙ୍କ ସହମତି କ୍ରମେ କଥା ଆଗକୁ ବଢିଥିଲା। ଯୌତୁକ ବାବଦକୁ ୨୫ ଲକ୍ଷ ଦିଆଯିବ ବୋଲି କଥା ଛିଡିଥିଲା । ନିର୍ବନ୍ଧ ଦିନ ୧୫ ଲକ୍ଷ ଟଙ୍କା ଅନଭେସ ପରିବାର ଲୋକଙ୍କୁ ମଧ୍ୟ ଦେଇଥିଲେ କନ୍ୟାପକ୍ଷ । କିନ୍ତୁ ବିବାହ ଦିନ କଣ ହେଲା କେଜାଣି , ହଠାତ ଅନଭେସ ପରିବାର ଲୋକଙ୍କୁ କହିଥିଲେ ଯେ, ସେ ବାର୍ଥରୁମରେ ପଡିଯାଇଛନ୍ତି । ଏବଂ ପରେ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଯାଇଥିଲେ। 


Also Read : Viral News: ୭୫ ବର୍ଷୀୟ ବରକୁ ୬୫ ବର୍ଷୀୟ କନ୍ୟା, ସରକାର କରାଇଲେ ବିବାହ...


Also Read : Wedding News: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬ଟି ଛୁଆର ବାପା, ଜାଣନ୍ତୁ ଏହି ନିଆରା ବାହାଘର ବିଷୟରେ...


ଡାକ୍ତର ତାଙ୍କୁ ଦେଖି ସୁସ୍ଥ ଥିବା କହିଥିଲେ, କିନ୍ତୁ ଅନବେଶ ନିଜକୁ ଅସୁସ୍ଥ ଲାଗୁଥିବା ଡାକ୍ତରଙ୍କୁ କହିଥିଲେ । ଏବଂ ମେଡିକାଲରେ ଆଡମିଟ୍ ପାଇଁ ମଧ୍ୟ କହିଥିଲେ। ପରେ ଡାକ୍ତର ତାଙ୍କୁ ସୁସ୍ଥ ଥିବା ସର୍ତ୍ତ୍ବେ ମେଡିକାଲରେ ଆଡମିଟ କରାଇଥିଲେ। ଦିର୍ଘ୫ ଘଣ୍ଟା ଧରି ଏଭଳି ତାମସା ଚାଲିଥିଲା। ପରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଗଡି ଯାଉଥିବାରୁ ପୁଅକୁ ବିବାହ ପାଇଁ କହିଥିଲେ ଝିଅଘରେ ଲୋକେ । କିନ୍ତୁ ଯୁବକ ଜଣକ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲେ। ଏଥିରେ ରାଗି ଯାଇଥିଲେ କନ୍ୟାଘର ଲୋକେ। ପରେ ମେଡିକାଲରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟା ଘର ଲୋକେ ବରକୁ ମାଡ ମାରିବା ପାଇଁ ଯାଇଥିଲେ। କିନ୍ତୁ ନିକଟରେ ଉପସ୍ଥିତ ପରିବାର ସଦସ୍ୟ ତାଙ୍କୁ ଏଥିରେ ଉଦ୍ଧାର କରିଥିଲେ ।


Also Read :  Health Tips: ବଜାୟ ରହିବ ଯୁବାବସ୍ଥା, ତ୍ବଚାରେ ଚମକ ଆଣେ ଏହି ସବୁ ଫଳ ଓ ପନିପରିବା ଜୁସ୍


Also Read :  World's Loneliest House: ବିଳାସମୟରେ 'ଆଣ୍ଟିଲ୍ୟା'କୁ ପଛରେ ପକାଇବ ଏପରି ଏକ ଘର, ଯେଉଁଠାରେ ଚାଲେ 'ଭୂତ'ଙ୍କ ରାଜୁତି