ନୂଆଦିଲ୍ଲୀ: ଏକାଠି ବଞ୍ଚିବା ଏବଂ ମରିବା ପାଇଁ ପ୍ରତିଜ୍ଞା କରିଥିଲେ ଦମ୍ପତ୍ତି । ବିଧିର ବିଧାନ ମଧ୍ୟ ବଡ଼ ବିଚିତ୍ର । ପତ୍ନୀଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ବୃଦ୍ଧ ପତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଦମ୍ପତିଙ୍କର ଶେଷ ରୀତିନୀତି ମଧ୍ୟ ଏକାଠି ହୋଇଥିଲା । ଉଭୟ ପତି ପତ୍ନୀଙ୍କ ମୃତ୍ୟୁ ଖବର ବ୍ୟାପିବା ମାତ୍ରେ ସ୍ଥାନୀୟ ଲୋକେ ମୃତ ଦମ୍ପତିଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଦେଇଥିଲେ । କୋଟୱାଲୀ ଅଞ୍ଚଳର ମୋହଲ୍ଲା ହିର୍ଦଶାହା ବାସିନ୍ଦା ପାର୍ବତୀ ପ୍ରଜାପତି (୭୦) ଏବଂ ମାଗନ୍ ପ୍ରଜାପତି (୭୫) ୫୦ ବର୍ଷ ପୂର୍ବେ ବିବାହ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଦୁହେଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏକାଠି ବଞ୍ଚିବା ଏବଂ ମରିବା ପାଇଁ ନେଇଥିବା ପ୍ରତିଶ୍ରୁତି ପାଳନ କରିଥିଲେ । ପାର୍ବତୀ କିଛିଦିନ ହେବ ଅସୁସ୍ଥ ଥିଲେ । ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ମଙ୍ଗଳବାର ସକାଳ ସମୟରେ ଯେତେବେଳେ ତାଙ୍କ ସ୍ୱାମୀ ମାଗନ୍ ପ୍ରଜାପତି ପତ୍ନୀଙ୍କର ମୃତ୍ୟୁ ଖବର ପାଇବା ମାତ୍ରେ ଦୁଃଖରେ ଭାଙ୍ଗି ପଡିଥିଲେ । ପରିବାର ଲୋକେ ପାର୍ବତୀଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ, ସ୍ୱାମୀ ଜୀବିତ ଥିବାବେଳେ ପତ୍ନୀଙ୍କୁ ସଧବା ବେଶରେ ସଜାଇବାର ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଇଥିଲା । ଏହି ପରମ୍ପରା ଅନୁଯାୟୀ, ଯେତେବେଳେ ତାଙ୍କ ସ୍ୱାମୀ ମାଗନ୍ ଶେଷ ଥର ପାଇଁ ତାଙ୍କ ପତ୍ନୀଙ୍କ ମଥାରେ ସିନ୍ଦୁର ଦେଇଥିଲେ । କିନ୍ତୁ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା । ଫଳରେ କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପରିବାର ସଦସ୍ୟ ସ୍ୱାମୀ-ସ୍ତ୍ରୀଙ୍କ ଶେଷ ରୀତିନୀତି ଏକାଠି କରିଥିଲେ। ବଡ଼ ପୁଅ ଅନୁପ କୁମାର ପ୍ରଜାପତି ବାପା-ମାଆଙ୍କୁ ମୁଖାଗ୍ନି ଦେଇଥିଲେ ।


ସାନପୁଅ ଅରୁଣ ପ୍ରଜାପତି ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପିତାମାତାଙ୍କ ମଧ୍ୟରେ ଅଦମ୍ୟ ପ୍ରେମ ରହିଥିଲା । ମା’ର ଅସୁସ୍ଥତା ସମୟରେ ମଧ୍ୟ ବାପା ତାଙ୍କର ଉପଯୁକ୍ତ ଯତ୍ନ ନେଇଥିଲେ । ବୃଦ୍ଧାବସ୍ଥାରେ ଥାଇ ମଧ୍ୟ ବାପା ଠିକ୍ ସମୟରେ ମା’ଙ୍କୁ ଖାଦ୍ୟ ଏବଂ ଔଷଧ ଦେଉଥିଲେ । ଦୁହେଁ ପ୍ରାୟ ୫୦ ବର୍ଷର ଦାମ୍ପତ୍ୟ ଜୀବନ ଅତିବାହିତ କରି ଏକାଠି ଆରପାରିକୁ ଚାଲିଗଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।


Also Read- ‘ଉଦଣ୍ଡୀ ସୀତା’ ବଦଳାଇଦେଲା ମୁଖ୍ୟମନ୍ତ୍ରୀ ! ଫିଲ୍ମ ରିଲିଜ ହେବାକୁ ଲାଗିଗଲା ୮ ମାସ


Also Read- ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ