ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିର ଛବିକୁ ଡାକ ଟିକେଟରେ ସ୍ଥାନ ଦିଆଯାଇଛି । ଭାରତ ଓ ଲାଓସ ପକ୍ଷରୁ ପ୍ରଥମଥର ପାଇଁ ଏହି ନୂଆ ଡାକ ଟିକେଟ୍ ଲୋକାର୍ପଣ ହୋଇଛି । ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଲାଓସରେ ଥିବା ସମୟରେ ମିଳିତ ଭାବେ ଏପରି ପଦକ୍ଷପ ନେଇଛନ୍ତି ଦୁଇ ଦେଶ ।


COMMERCIAL BREAK
SCROLL TO CONTINUE READING

 



ତେବେ ସୂଚନା ମୁତାବକ, ଷ୍ଟାମ୍ପ ସେଟ୍‌ରେ ୨ଟି ଡାକ ଟିକେଟ ରହିଥିବା ଦେଖିବାକୁ ମିଳିଛି । ତନ୍ମଧ୍ୟରୁ ଗୋଟିଏ ହେଉଛି ଲାଓସର ପୁରୁତାନ ରାଜଧାନୀ ଲୁଅରଙ୍ଗ ପ୍ରବାଙ୍ଗର ଭଗବାନ ବୁଦ୍ଧ ଏବଂ ଅନ୍ୟଟି ଅଯୋଧ୍ୟାରେ ପୂଜା ପାଉଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିଛବି । ଦୁଇ ଦେଶ ଭାରତ ଏବଂ ଲାଓସ ମଧ୍ୟରେ ଥିବା ରାମାୟଣ ଓ ବୌଦ୍ଧ ଧର୍ମ ଭଳି ସାଂସ୍କୃତି ଐତିହ୍ୟକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ଏପରି ଡାକ ଟିକେଟ୍ ପ୍ରସ୍ତୁତ କରାଯାଇ ଲୋକାର୍ପଣ କରାଯାଇଥିବା କୁହାଯାଉଛି । ଲାଓସରେ ଆୟୋଜିତ ଏସିଆନ ମେକାନିଜିମ ମିଟିଂରେ ଯୋଗ ଦେବାକୁ ଯାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ସେଠାରେ ଲାଓସର  ବୈଦେଶିକ ମନ୍ତ୍ରୀ ଏସ୍‌ କୋମାସିଥଙ୍କ ସହ ସାକ୍ଷାତ କରିଛନ୍ତି ।


Also Read- ଲ୍ୟାବକୁ ଯିବ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲ, ତଥ୍ୟ ନେଲା ବାୟୁସେନା


Also Read- ଘାଟିରୁ ଖସିଲା କାର୍, ଚାଲିଗଲା ୮ ଜୀବନ