ଲ୍ୟାବକୁ ଯିବ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲ, ତଥ୍ୟ ନେଲା ବାୟୁସେନା
Advertisement
Article Detail0/zeeodisha/odisha2355870

ଲ୍ୟାବକୁ ଯିବ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲ, ତଥ୍ୟ ନେଲା ବାୟୁସେନା

Crime News: ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ତଥ୍ୟ ସଂଗ୍ରହ କରିଛନ୍ତି ବାୟୁସେନା ଅଧିକାରୀ। ଅଭିଯୁକ୍ତ ମଧୁମିତାଙ୍କ ସ୍ୱୀମୀ ଶ୍ରୀଧର ଜେନା ବାୟୁସେନାରେ କାର୍ଯ୍ୟରତ ଥିବାରୁ ଶ୍ରୀଧରଙ୍କ କେସ୍‌ ସମ୍ପର୍କିତ ତଥ୍ୟ ବାୟୁସେନାକୁ ଦିଆଯାଇଛି । 

ଲ୍ୟାବକୁ ଯିବ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କ ମୋବାଇଲ, ତଥ୍ୟ ନେଲା ବାୟୁସେନା

ଭୁବନେଶ୍ୱର: ରାଜଧାନୀରେ ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ଖୋଳତାଡ଼ କରୁଛି ପୋଲିସ । ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କ ମୋବାଇଲକୁ ଜବତ କରାଯିବା ପରେ ଏହାକୁ ବର୍ତ୍ତମାନ ଫୋରେନସିକ ଲ୍ୟାବକୁ ପଠାଇବ କମିଶନରେଟ୍ ପୋଲିସ । କେତେ ଝିଅଙ୍କ ସହ ଶ୍ରୀଧରର ସଂପର୍କ ଥିଲା ତାହା ମୋବାଇଲରୁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

ଅନ୍ୟପଟେ, ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ତଥ୍ୟ ସଂଗ୍ରହ କରିଛନ୍ତି ବାୟୁସେନା ଅଧିକାରୀ। ଅଭିଯୁକ୍ତ ମଧୁମିତାଙ୍କ ସ୍ୱୀମୀ ଶ୍ରୀଧର ଜେନା ବାୟୁସେନାରେ କାର୍ଯ୍ୟରତ ଥିବାରୁ ଶ୍ରୀଧରଙ୍କ କେସ୍‌ ସମ୍ପର୍କିତ ତଥ୍ୟ ବାୟୁସେନାକୁ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପାରିବାରିକ ବିବାଦ ଏବଂ ପରକିୟା ପ୍ରିତି ଅଭିଯୋଗର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ସାମ୍ୱାଦିକା ମଧୁମିତା ରେଳ ଧାରଣାରେ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ମଧୁମିତାଙ୍କ ପରିବାର ସଦସ୍ୟ ଏ ଘଟଣା ବାବଦରେ ପ୍ରତିକ୍ରିୟା ରଖି ମଧୁମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ମାମଲାରେ ତଦନ୍ତ କରି ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ । ବର୍ତ୍ତମାନ ଶ୍ରୀଧରଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।

Also Read- ଘାଟିରୁ ଖସିଲା କାର୍, ଚାଲିଗଲା ୮ ଜୀବନ

Also Read- ଦୁଇଥର ଗୋଟିଏ ବରକୁ ବିବାହ କଲେ, ପୁଣି ରାତାରାତି ଫେରାର୍ ହେଲେ କନ୍ୟା