ନୂଆଦିଲ୍ଲୀ:  ୟୁକ୍ରେନର (Ukraien) ସ୍ଥିତି ସୁଧୁରିବାର ନାଁ ଧରୁନାହିଁ। ୭ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଋଷ (Russia) କ୍ରମାଗତ ଭାବେ ୟୁକ୍ରେନ (Ukraine) ଉପରେ ଆକ୍ରମଣ ଜାରି ରଖିଛି। ୟୁକ୍ରେନ (Ukraine) ମଧ୍ୟ ସାମର୍ଥ୍ୟ ଅନୁଯାୟୀ ତାହାର ଜବାବ ଦେବାରେ ଲାଗିଛି। ୟୁକ୍ରେନରେ (Ukraine) ଦିନକୁ ଦିନ ସ୍ଥିତି ଆହୁରି ସଂକଟାପନ୍ନ ହେବାରେ ଲାଗିଛି। ୟୁକ୍ରେନ (Ukraine) ପ୍ରସଙ୍ଗରେ ଋଷ (Russia) ଦିନକୁ ଦିନ ଆକ୍ରମଣାତ୍ମକ ମନୋଭାବ ଆପଣାଇବାରେ ଲାଗିଛି। ୟୁକ୍ରେନ (Ukraine) କିଛିଟା ସହରରେ ଋଷ (Russia) କୋଠର ହେବାରେ ଲାଗିଛି। ୟୁକ୍ରେନରେ (Ukraine) ଯେଉଁ ସହରରେ ଋଷୀୟ (Russia) ସେନାକୁ ପରାଜୟର ସମ୍ମୁଖିନ ହେବାକୁ ପଡ଼ୁଛି ସେଠାରେ ସେନା ଶାସନ ଲାଗୁ କରିଛନ୍ତି ଋଷ। ଏନେଇ ରାଷ୍ଟ୍ରପତି (President) ୟୁକ୍ରେନର (Ukraine) ଚାରିଟି ସହରରେ ସେନା ଶାସନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜାରି ଜାରି କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଆଡ଼ଭାଇଜାରି ଜରିଆରେ ବୈଦେଶିକ ମନ୍ତ୍ରଣାଳୟ କହିଛି କି ୟୁକ୍ରେନରେ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନେ ବାହାରେ ବୁଲାବୁଲି ନ କରିବାକୁ ନିର୍ଦ୍ଦେଶ ରହିଛି। ଏପରିକି ଯେଉଁମାନେ ୟୁ୍କ୍ରେନରେ ରହୁଛନ୍ତି ସେମାନେ ଖୁବ ଶୀଘ୍ର ୟୁକ୍ରେନ ଛାଡ଼ିବାକୁ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଠାରେ କହି ରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତ ଅପରେସନ ଗଙ୍ଗା ନାମରେ ଏକ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ଶତାଧିକ ସଂଖ୍ୟାରେ ଡାକ୍ତରୀ ଛାତ୍ର, ନାଗରିକଙ୍କୁ ଏହି ଅପରେସନ ଜରିଆରେ ଅଣାଯାଇଥିଲେ। ତେବେ ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ପକ୍ଷରୁ ଏଭଳି କୌଣସି ସୁବିଧା ଦିଆଯାଉନାହିଁ। ସେଠାରୁ ବାହାରିବା ପାଇଁ ନିଜର ସୁରକ୍ଷା ମଧ୍ୟରେ ବାହାରିବାକୁ ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। 


ବିଗତ ଦିନ ଗୁଡ଼ିକରେ ୟୁକ୍ରେନ ସହର ଉପରେ ଋଷ କ୍ଷେପଣାସ୍ତ୍ର ମାଡ଼ କରୁଛି। ଏହା ସୁଇସାଇଡାଲ ଡ୍ରୋନ ସାହାଯ୍ୟରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ଶତାଧିକ ସଂଖ୍ୟାରେ ସାଧାରଣ ଲୋକଙ୍କ ଜୀବନହାନୀ ମଧ୍ୟ ଘଟିଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କିଙ୍କ ଆବାସକୁ ମଧ୍ୟ ଟାର୍ଗେଟ କରିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସେପଟେ ଦିନକୁ ଦିନ ଋଷ ଅଧିକରୁ ଅଧିକ ଆକ୍ରାମକ ହେବାରେ ଲାଗିଛି। ଅନ୍ୟ ପକ୍ଷରେ ଋଷ ଆଗରେ ୟୁକ୍ରେନ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହିଁ। ୟୁକ୍ରେନକୁ ସହାୟତା ପାଇଁ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଆଗେଇ ଆସିଛନ୍ତି। ଏଭଳି ସ୍ଥିତିରେ ୟୁକ୍ରେନରେ ସ୍ଥିତି ଅଧିକ ସଂଗୀନ ହୋଇପାରେ ବୋଲି ଆକଳନ କରାଯାଇଛି।


ଅଧିକ ପଢନ୍ତୁ: Maharashtra Politics: ସିନ୍ଦେ-ଫଡନାଭିସଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ପାୱାର, ମହାରାଷ୍ଟ୍ର CM କହିଲେ- କିଛି ଲୋକଙ୍କ ହଜିଯିବ ନିଦ


ଅଧିକ ପଢନ୍ତୁ: IND Vs PAK: 'ପାକିସ୍ତାନକୁ ଭାରତ ବିପକ୍ଷରେ ଅକ୍ଟୋବର ୨୩ରେ ଟି-20 ବିଶ୍ୱକପରେ ଖେଳିବା ଉଚିତ ନୁହେଁ'