Maharashtra Politics: ସିନ୍ଦେ-ଫଡନାଭିସଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ପାୱାର, ମହାରାଷ୍ଟ୍ର CM କହିଲେ- କିଛି ଲୋକଙ୍କ ହଜିଯିବ ନିଦ
Advertisement
Article Detail0/zeeodisha/odisha1403022

Maharashtra Politics: ସିନ୍ଦେ-ଫଡନାଭିସଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ପାୱାର, ମହାରାଷ୍ଟ୍ର CM କହିଲେ- କିଛି ଲୋକଙ୍କ ହଜିଯିବ ନିଦ

Maharashtra Politics: ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ନିର୍ବାଚନ ପୂର୍ବରୁ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଏନସିପି ମୁଖ୍ୟ ଶରଦ ପାୱାର, ସିଏମ ଏକନାଥ ସିନ୍ଦେ, ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ, ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡ ଏବଂ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ସହାୟକ ମିଲିନ୍ଦ ନର୍ଭେକର ଯୋଗ ଦେଇଥିଲେ । 

Maharashtra Politics: ସିନ୍ଦେ-ଫଡନାଭିସଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେଲେ ପାୱାର, ମହାରାଷ୍ଟ୍ର CM କହିଲେ- କିଛି ଲୋକଙ୍କ ହଜିଯିବ ନିଦ

ମୁମ୍ୱାଇ: Maharashtra Politics: ଗତକାଲି (ବୁଧବାର) ଅର୍ଥାତ ଅକ୍ଟୋବର ୧୯ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ଏକନାଥ ସିନ୍ଦେ (Eknath Shinde), ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (NCP) ମୁଖ୍ୟ ଶରଦ ପାୱାର (Sharad Pawar) ଏବଂ ବିଜେପି ନେତା ଆଶିଷ ଶେଲାରଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି । ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ନିର୍ବାଚନ ପୂର୍ବ ସଂଧ୍ୟାରେ ଆୟୋଜିତ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନରେ ସମସ୍ତେ ଏକାଠି ହୋଇଥିଲେ । କିନ୍ତୁ ଏକାନଥ ସିନ୍ଦେ ଏହି ସୁଯୋଗର ସଂପୂର୍ଣ୍ଣ ଫାଇଦା ଉଠାଇଛନ୍ତି । ସେ ଶରଦ ପାୱାରଙ୍କୁ ମାଧ୍ୟମ କରି ଉଦ୍ଧବ ଠାକରେ (Uddhav Thackeray) ଓ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । 

ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ସିନ୍ଦେ (Eknath Shinde) କହିଛନ୍ତି ଯେ, ପାୱାର (Sharad Pawar) ତାଙ୍କ ଓ ଅନ୍ୟ ଭାରତୀୟ ଜନତା ପାର୍ଟି (BJP) ନେତାଙ୍କ ସହ ମଞ୍ଚ ବାଣ୍ଟିବା ଦ୍ୱାରା କିଛି ଲୋକଙ୍କ ରାତିର ନିଦ ହଜିଯାଇପାରେ । ଯଦିଓ ସେ କାହାର ନାମ ନେଇନାହାଁନ୍ତି, ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇଙ୍ଗିତ କରି ଏହି ମନ୍ତବ୍ୟ ଦିଆଯାଇଛି ବୋଲି ଅନୁମାନ କରାଯାଉଛି । ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (MCA) ନିର୍ବାଚନ ପୂର୍ବରୁ ଏକ ସ୍ୱତନ୍ତ୍ର ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଏନସିପି ମୁଖ୍ୟ ଶରଦ ପାୱାର, ସିଏମ ଏକନାଥ ସିନ୍ଦେ, ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ, ଏନସିପି ନେତା ଜିତେନ୍ଦ୍ର ଆହ୍ୱାଡ ଏବଂ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ସହାୟକ ମିଲିନ୍ଦ ନର୍ଭେକର ଯୋଗ ଦେଇଥିଲେ । 

ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, "ପାୱାର, ଫଡନାଭିସ୍ ଏବଂ ଶେଲାର ଗୋଟିଏ ମଞ୍ଚରେ... ଏହା ହୁଏତ କିଛି ଲୋକଙ୍କୁ ରାତିର ନିଦ ହଜିଯାଇପାରେ । କିନ୍ତୁ ଏହା ରାଜନୀତି କରିବାର ସ୍ଥାନ ନୁହେଁ । ଆମେ ସମସ୍ତେ ଖେଳର ପ୍ରଶଂସକ ଓ ସମର୍ଥକ । ସେଥିପାଇଁ ଆମର ରାଜନୈତିକ ମତ ପାର୍ଥକ୍ୟ ସତ୍ତ୍ୱେ ଖେଳର ବିକାଶ ପାଇଁ ଆମେ ଏକାଠି ହୋଇଛୁ ।" ଏଠାରେ କହି ରଖୁଛୁ ଯେ, ଶିବସେନା ନେତୃତ୍ୱ ବିରୋଧରେ ସିନ୍ଦେଙ୍କ ବିଦ୍ରୋହ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାରଙ୍କ ପତନ ଘଟିଥିଲା । ଏହି ସରକାରରେ ଶିବସେନା ସହ ଏନସିପି ଏବଂ କଂଗ୍ରେସ ମଧ୍ୟ ସାମିଲ ଥିଲେ । କିନ୍ତୁ ଏହା ଚଳିତ ବର୍ଷ ଜୁନ୍ ମାସରେ ଭାଙ୍ଗି ଯାଇଥିଲା ।

ଅଧିକ ପଢ଼ନ୍ତୁ:-ପୁରୁଷମାନେ ମହୁରେ ଏହାକୁ ମିଶାଇ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-'ମୁସଲମାନମାନେ ଲକ୍ଷ୍ମୀଙ୍କୁ ମାନନ୍ତି ନାହିଁ, ତଥାପି ସେମାନେ କୋଟିପତି', ବିଜେପି ବିଧାୟକ ଉଡ଼ାଇଲେ ହିନ୍ଦୁ ମାନ୍ୟତାର ମଜାକ

ଅଧିକ ପଢ଼ନ୍ତୁ:-ଘରୋଇ ହେଉ ଅବା ସରକାରୀ ସମସ୍ତ ଆମ୍ବୁଲାନ୍ସ ପାଇଁ '୧୦୮' ହିଁ ହେବ ଜରୁରୀ

ବର୍ତ୍ତମାନ, ପାୱାର, ସିନ୍ଦ ଏବଂ ଫଡନାଭିସଙ୍କ ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ବାସ୍ତବରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । MCA ଏକ ଉଚ୍ଚ ପ୍ରତିଷ୍ଠିତ ସଙ୍ଗଠନ । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସିନ୍ଦେ, ଫଡନାଭିସ୍ ଏବଂ ପାୱାର ପୂର୍ବତନ କ୍ରିକେଟର ତଥା କୋଚ୍ ସନ୍ଦୀପ ପାଟିଲଙ୍କ ସହ ସାକ୍ଷାତ କରି ପରବର୍ତ୍ତୀ ଏମସିଏ ସଭାପତି ଭାବରେ ସେମାନଙ୍କ ପ୍ରାର୍ଥୀ ଆମୋଲ କାଲେଙ୍କ ବିଜୟ ନିଶ୍ଚିତ କରିବେ । ତେବେ କୌଣସି ନେତାଙ୍କଠାରୁ କୌଣସି ଆଧିକାରୀକ ବୟାନ ଆସି ନାହିଁ ।