Bhadrak-Nirgundi Third Rail Line Project: କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ, ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ଆଜି ନିର୍ମାଣାଧୀନ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପ୍ରକଳ୍ପର ହରିଦାସପୁର ଏବଂ ବୈରୀ ଷ୍ଟେସନ୍ ମଧ୍ୟରେ ୧୬.୮୦ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି । ବହୁ ପ୍ରତୀକ୍ଷିତ ତୃତୀୟ ଲାଇନ ପ୍ରକଳ୍ପର ଏହି ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ରେଳ ନିରାପତ୍ତା ଆୟୁକ୍ତଙ୍କ ଅନୁମୋଦନ ପରେ କାର୍ଯ୍ୟକ୍ଷମ ହେବ । ଟ୍ରେନ୍ ଟ୍ରାଫିକ୍ ଯାତାୟାତ (Train traffic movement) ପାଇଁ ସିଆରଏସଙ୍କ ଠାରୁ ସମ୍ମତି ପାଇବା ପରେ ଏହି ମାର୍ଗରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦିଆଯିବ ।


COMMERCIAL BREAK
SCROLL TO CONTINUE READING

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ (Railway Minister Ashwini Vaishnaw)ଙ୍କ ଦ୍ୱାରା ନିରନ୍ତର ସମୀକ୍ଷା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ସମ୍ବନ୍ଧରେ ତର୍ଜମା କରିବା ଦ୍ୱାରା ସମ୍ଭବ ହୋଇଛି । ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପଗୁଡିକ କାର୍ଯ୍ୟର ଶୀଘ୍ର ସମାପ୍ତି ପାଇଁ ବିଶେଷ ଧ୍ୟାନ ଦେବାକୁ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ସମେତ ସହଭାଗୀ ମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଶ୍ରୀ ଶର୍ମା ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।


ଓଡ଼ିଶାରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶ ପାଇଁ ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାଥମିକତା ଦେଉଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ଭାବେ ନଜର ରଖିଛନ୍ତି । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ କାର୍ଯ୍ୟ ଏହି ଅଞ୍ଚଳର ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ ଅସୁବିଧାଜନକ ଟ୍ରେନ୍ ଚଳାଚଳକୁ ଏଡାଇ ଦେଇ ପାରିବ । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ (୯୨.୧୯ କିମି) ପ୍ରକଳ୍ପ ୨୦୧୨-୧୩ ରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଅକ୍ଟୋବର ୨୦୧୫ରେ ଅନ୍ତିମ ମଞ୍ଜୁରୀ ଦିଆଯାଇଥିଲା । ଜଖପୁରା ଏବଂ ହରିଦାସପୁର ମଧ୍ୟରେ ୨୩.୫୩ କିମି ରେଳ ମାର୍ଗ ଏପ୍ରିଲ ୨୦୧୬ରେ, କପିଳାସ ରୋଡ୍ ଠାରୁ ଶାଳଗାଁ ପର୍ଯ୍ୟନ୍ତ ୪.୩୦ କିମି ରେଳ ମାର୍ଗ ମଇ ୨୦୧୯ ରେ ଏବଂ କପିଳାସ ରୋଡ୍ ଠାରୁ ନିର୍ଗୁଣ୍ଡି ପର୍ଯ୍ୟନ୍ତ ୪.୨୦ କିମି ରେଳ ମାର୍ଗ ଅକ୍ଟୋବର ୨୦୨୨ ରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ହୋଇଛି । ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ମାର୍ଗ ବଳକା ୮୩.୬୯ କିମି କାର୍ଯ୍ୟ ସମାପ୍ତ କରିବାକୁ ୨୦୨୩-୨୪ ଆର୍ଥିକ ବର୍ଷ ଧାର୍ଯ୍ୟ କରାଯାଇଅଛି । ପ୍ରକଳ୍ପର ସର୍ବଶେଷ ଆନୁମାନିକ ମୂଲ୍ୟ ବର୍ତ୍ତମାନ ୧୨୮୪.୩୯ କୋଟି ଧାର୍ଯ୍ୟ କରାଯାଇଅଛି । ପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ଭୌତିକ ପ୍ରଗତି ହେଉଛି ପ୍ରାୟ ପ୍ରତିଶତ ।


Also Read- Crime News: ପୁରୁଣା ପ୍ରେମିକ ଅଜାଣତରେ ନୂଆ ପ୍ରେମର ସ୍ୱାଦ ଚାଖୁଥିଲେ ଯୁବତୀ, ଜଣା ପଡିବା ପରେ...


Also Read- Mysterious Temple: ଏହି ମନ୍ଦିରରେ ରହିଛି ବଡ଼ ଚମତ୍କାର ! ବେଢାରେ ପସିଲେ ଝଡିଯାଏ ସାପ ବିଷ