Mysterious Temple: ଏହି ମନ୍ଦିରରେ ରହିଛି ବଡ଼ ଚମତ୍କାର ! ବେଢାରେ ପସିଲେ ଝଡିଯାଏ ସାପ ବିଷ
Advertisement

Mysterious Temple: ଏହି ମନ୍ଦିରରେ ରହିଛି ବଡ଼ ଚମତ୍କାର ! ବେଢାରେ ପସିଲେ ଝଡିଯାଏ ସାପ ବିଷ

Mysterious Temple: ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହି ଅଞ୍ଚଳର ଲୋକଙ୍କୁ ସାପ କାମୁଡିଲେ କୌଣସି ଡାକ୍ତରଖାନା ନେବା ବଦଳରେ ମନ୍ଦିରଙ୍କୁ ନେଇଯାଇ ପୂଜାର୍ଚ୍ଚନା କରିଥାନ୍ତି । ଜାଣନ୍ତୁ ସମସ୍ତ ତଥ୍ୟ ...

Mysterious Temple: ଏହି ମନ୍ଦିରରେ ରହିଛି ବଡ଼ ଚମତ୍କାର ! ବେଢାରେ ପସିଲେ ଝଡିଯାଏ ସାପ ବିଷ

Snake Venom: ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ଆମ ସଂସ୍କୃତି ପରମ୍ପରା ସହିତ ଯୋଡି ହୋଇ ରହିଥିବା କିଛି ବିଶ୍ୱାସକୁ ପଛରେ ଛାଡିବା ସତେ ଯେମିତି ଅସମ୍ଭବ ହୋଇପଡିଛି । କାରଣ ଆମ ଦେଶରେ ଏପରି ଅନେକ ମନ୍ଦିର (Temple) ରହିଛି ଯେଉଁଠିକୁ ବିଶ୍ୱାସରେ ଛୁଟି ଆସନ୍ତି ହଜାର ହଜାର ଲୋକ । ଲୋକଙ୍କର ବିଶ୍ୱାସ ରହିଛି ଯେ ଅଲୌକିକ ଘଟଣା ଆଗରେ ସବୁ କିଛି ତୁଚ୍ଛ । ତେବେ ଆମ ଦେଶରେ ଥିବା ମନ୍ଦିର ଗୁଡିକ ବିଷୟରେ କୌଣସି ସଠିକ ବୈଜ୍ଞାନିକ କାରଣ (Scientific reason) ମିଳିନଥିଲେ ମଧ୍ୟ ଲୋକଙ୍କର ବିଶ୍ୱାସ ଦର୍ଶାଉଛି ଯେ, ଲୋକମାନେ ଖୁବ ଉପକୃତ ହେଉଛନ୍ତି । ଆଜି ଆମେ ଆପଣଙ୍କୁ ସେପରି କିଛି ଅଭୁତ ଘଟଣା ବିଷୟରେ ଜଣାଇବୁ ଯେଉଁଠି ଲୋକଙ୍କ ବିଶ୍ୱାସ ଅନୁଯାୟୀ ଫଳ ମିଳିଥାଏ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ, ଦେଶର କିଛି ସ୍ଥାନରେ ଅନେକ ଦେବାଦେବୀଙ୍କ ମନ୍ଦିରରୁ ଭକ୍ତଙ୍କୁ ଖୁବ ଲାଭ ମିଳିଥାଏ । ଏପରି କି ସବୁ ବିପଦ ଆପଦ ଖଣ୍ଡନ ହେବା ସହିତ ବିଷାକ୍ତ ସାପ ବିଷକୁ ମଧ୍ୟ ମନ୍ଦିରରେ ଥିବା ଦୈବୀଶକ୍ତି ଦ୍ୱାରା ନଷ୍ଟ କରାଯାଇପାରେ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏକଥା ସତ ବୋଲି ସେଠାକାର ଲୋକ କୁହନ୍ତି ।

ଉତ୍ତରପ୍ରଦେଶ (Uttar Pradesh)ର ବାଲିଆ ଅଞ୍ଚଳରେ ରହିଛି ରାମଜିତ ବାବାଙ୍କ ମନ୍ଦିର । ଏହି ମନ୍ଦିରରେ ରହିଥିବା ଶକ୍ତି ଦ୍ୱାରା ଅତି ବିଷାକ୍ତ ସାପର ବିଷକୁ ନଷ୍ଟ କରାଯାଇପାରେ ବୋଲି ଲୋକଙ୍କ ମନରେ ଦୃଢ ବିଶ୍ୱାସ ରହିଛି । ସେଥିପାଇଁ ଅନେକ ବ୍ୟକ୍ତି ଦୂରଦୂରାନ୍ତରୁ ଏଠାକୁ ପୂଜା କରିବା ପାଇଁ ଧାଇଁ ଆସନ୍ତି । ଅନେକ ସମୟରେ ସର୍ପାଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏହି ମନ୍ଦିରକୁ ଅଣାଯାଇଥାଏ । ବାବାଙ୍କୁ ଦୁଗ୍ଧ, ବେଲପତ୍ର ଓ ବିଭିନ୍ନ ଫୁଲ ଫଳ ସମର୍ପଣ କରାଯାଇ ପୂଜା କରାଯାଏ । ପୂଜା କରିବା ଦ୍ୱାରା ବିଷାକ୍ତ ସାପର ବିଷ ବିଷ ନଷ୍ଟ ହୁଏ ବୋଲି ବିଶ୍ୱାସ ରହିଛି ।
 
ବିହାର (Bihar)ର ବିଶାହାର ଅଞ୍ଚଳରେ ରହିଛି ଆଉ ଏକ ପ୍ରତିଷ୍ଠିତ ମନ୍ଦିର । ଆଦି ଶକ୍ତି ମାଆ ମନ୍ଦିର ନାଁରେ ସେଠାରେ ଖୁବ ପ୍ରସିଦ୍ଧ ଲାଭ କରିଛି ଏହି ମନ୍ଦିରଟି । ବିଶ୍ୱାସ ରହିଛି ଯେ, ମାଆ ଆଦି ଶକ୍ତିଙ୍କ ମନ୍ଦିରରେ ପହଞ୍ଚିବା କ୍ଷଣି ସାପର ବିଷ ନଷ୍ଟ ହୋଇଯାଇଥାଏ। ତେଣୁ ଅନେକ ସର୍ପାଘାତ ରୋଗୀଙ୍କୁ ଉକ୍ତ ମନ୍ଦିରକୁ ଅଣାଯାଏ ବୋଲି ସ୍ଥାନୀୟ ଲୋକଙ୍କ ମତ । ଅନେକ ଭକ୍ତ ଏଠାକୁ ଆସି ସାପ ଦେବତାଙ୍କୁ ପୂଜା କରନ୍ତି। କେବଳ ସେତିକି ନୁହେଁ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଏହି ମନ୍ଦିରରେ ପୂଜା ଓ ପ୍ରାର୍ଥନା କରିବା ଦ୍ୱାରା ରିଷ୍ଟ ଖଣ୍ଡନ ହୋଇଥାଏ ଓ ଜୀବନରେ ସୁଖ ଓ ସମୃଦ୍ଧତା ଭରିଯାଏ ।

ସେହିପରି ଉତ୍ତରପ୍ରଦେଶର ଜନସର ବାୱାରରେ ଏକ ଲୋକକଥା ରହିଛି, ଏହି ଗାଁର ଲୋକମାନେ ବିଶ୍ୱାାସ କରନ୍ତି ଯେ, ଯଦି କାହାକୁ କୌଣସି କାରଣ ବଶତଃ ସାପ କାମୁଡ଼େ ତେବେ ତାଙ୍କର ଚିକିତ୍ସା କରିବାର ଆବଶ୍ୟକତା ନାହିଁ । ସାପ କାମୁଡ଼ିବା ପରେ ସାପ ଦେବତାଙ୍କୁ ପ୍ରାର୍ଥନା କରିଥାନ୍ତି ଗାଁ ଲୋକେ । ଏକଥା ମଧ୍ୟ କୁହାଯାଏ ଯେ, ଆଜି ପର୍ଯ୍ୟନ୍ତ ଏହି ଗାଁରେ କୌଣସି ବ୍ୟକ୍ତି ସାପ କାମୁଡ଼ାରେ ମରି ନାହାଁନ୍ତି।

ସୂଚନାଯୋଗ୍ୟ, ଉପରୋକ୍ତ ସମସ୍ତ ତଥ୍ୟ ସୂଚନା ମୁତାବକ ଆଧାରିତ । ଏହା ଲୋକ କଥା ଏବଂ ବିଶ୍ୱାସକୁ ନେଇ ପ୍ରସ୍ତୁତ । କୌଣସି ଅନ୍ଧବିଶ୍ୱାସକୁ ଆମେ ପ୍ରଶୟ ଦେଉନାହୁଁ ।

Also Read- Supreme Courtଙ୍କ ନାଁରେ ବି ଜାଲ୍‍ ଓ୍ୱେବସାଇଟ୍‍, ଏତଲା ସହ ସତର୍କ ରହିବାକୁ ପରାମର୍ଶ ଦେଲେ କୋର୍ଟ ଅଫିସ