Crime News: ପୁରୁଣା ପ୍ରେମିକ ଅଜାଣତରେ ନୂଆ ପ୍ରେମର ସ୍ୱାଦ ଚାଖୁଥିଲେ ଯୁବତୀ, ଜଣା ପଡିବା ପରେ...
Advertisement
Article Detail0/zeeodisha/odisha1849635

Crime News: ପୁରୁଣା ପ୍ରେମିକ ଅଜାଣତରେ ନୂଆ ପ୍ରେମର ସ୍ୱାଦ ଚାଖୁଥିଲେ ଯୁବତୀ, ଜଣା ପଡିବା ପରେ...

Love Affair: ଏମିତି ପ୍ରେମିକା ଯିଏ ନୂଆ ପ୍ରେମ ପାଇଁ ପୁରୁଣା ପ୍ରେମିକର ଜୀବନ ନେବାକୁ ପଛାଇଲା ନାହିଁ । ପଢ଼ନ୍ତୁ ପୂରା ଖବର

Crime News: ପୁରୁଣା ପ୍ରେମିକ ଅଜାଣତରେ ନୂଆ ପ୍ରେମର ସ୍ୱାଦ ଚାଖୁଥିଲେ ଯୁବତୀ, ଜଣା ପଡିବା ପରେ...

Love Affair Case: ପ୍ରେମ ପାଇଁ ଆଜିକାଲି ଅନେକ ନୂଆ ନୂଆ ଘଟଣାମାନ ଘଟିବାରେ ଲାଗିଛି । ଆଜିର ଯୁବପିଢୀ ପ୍ରେମର ସଂଙ୍ଗ୍ୟାକୁ ବଦଳାଇବାରେ ଲାଗିଛନ୍ତି । ପ୍ରେମ (Love) ପାଇଁ ରକ୍ତ ଝରୁଛି ଜୀବନ ବି ଯାଉଛି । କିନ୍ତୁ ତଥାପି ପ୍ରେମଜନିତ ଘଟଣା କମିବାର ନାଁ ନେଉନି । ଆଜି ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହିବୁ ତାହା ଖୁବ୍ ଭିନ୍ନ । କାରଣ ଜଣେ ପ୍ରେମିକା ନିଜର ନୂଆ ପ୍ରେମିକ (New boyfriend) ସହିତ ରହିବା ପାଇଁ ତାଙ୍କ ପୁରୁଣା ପ୍ରେମିକର ଜୀବନ ନେଇଯାଇଛି । ଉତ୍ତର ପ୍ରଦେଶ ସ୍ଥିତ ଗାଜିପୁର ଅଞ୍ଚଳରୁ ଆସିଥିବା ଏହି ଖବର ବର୍ତ୍ତମାନ ସମଗ୍ର ଦେଶରେ ଚର୍ଚ୍ଚା ପାଲଟିଛି । 

ଖବର ମୁତାବକ ଗାଜିପୁର (ghazipur) ସ୍ଥିତ ନନ୍ଦଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିଲେ ଯୁବକ ମନୀଷ ଯାଦବ । ସେଠାରେ ମେନୁ ଯାଦବ ନାମକ ଜଣେ ଯୁବତୀଙ୍କ ସହ ଦୀର୍ଘ ଦିନ ହେବ ମନୀଷଙ୍କର ପ୍ରେମ ସମ୍ପର୍କ (Love relation) ଥିଲା । କୌଣସି କାରଣରୁ ମେନୁ ମନୀଷଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ । ଏଥିସହ ନୂଆ ଏକ ପ୍ରେମ ସମ୍ପର୍କ ରାଜେଶ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଆରମ୍ଭ କରିଥିଲେ । ମନୀଷଙ୍କଠାରୁ ଧିରେ ଧିରେ ଦୂରେଇ ଯିବା ସହ ରାଜେଶଙ୍କ ସହିତ ଅଧିକ ନିକଟତର ହେଉଥିଲେ ଯୁବତୀ । କିନ୍ତୁ ମନୀଷ ନିଜର ପ୍ରେମିକା ମେନୁଙ୍କୁ ନିଜଠାରୁ ଦୂରେଇବା ପାଇଁ ଚାହୁଁନଥିଲେ । ଏହା ମଧ୍ୟ ସୂଚନା ମିଳିଛି ଯେ, ସେ ମଧ୍ୟ କିଛି ପ୍ରସଙ୍ଗରେ ମେନୁଙ୍କୁ ବ୍ଲାକମେଲ (Blackmail) କରିବା ଆରମ୍ଭ କରିଥିଲେ । ଏସମ୍ପର୍କରେ ନିଜର ନୂଆ ପ୍ରେମିକ ରାଜେଶଙ୍କୁ ମେନୁ ଜଣାଇଥିଲେ । ଉଭୟେ ମିଶି ଏକ ଷଡଯନ୍ତ୍ର ପ୍ରସ୍ତୁତ କରିଥିଲେ । ରାଜେଶକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ ।

ମିଳିଥିବା ସୂଚନା ମୁତାବକ ମେନୁଙ୍କ ପୂର୍ବତନ ପ୍ରେମିକ ମନୀଷ ଅନ୍ୟ ସହରରେ ରହି କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ମେନୁ ମନୀଷଙ୍କୁ ଦେଖା କରିବା ପାଇଁ ବାରାଣାସୀ ରେଳ ଷ୍ଟେସନ ନିକଟକୁ (varanasi railway station) ଡାକିଥିଲେ। ସେଠାରେ ଉଭୟଙ୍କର ଭେଟ ହେବା ପରେ ଉଭୟେ ବୁଲିବାକୁ ଯାଇଥିଲେ । ପୂର୍ବ ଯୋଜନା ମୁତାବକ ମେନୁଙ୍କ ନୂଆ ପ୍ରେମିକ ରାଜେଶ ଡ୍ରାଇଭର (Driver) ସାଜି ଉକ୍ତ ଗାଡିରେ ଆସିଥିଲେ । ପ୍ରଥମେ ମେନୁ ଓ ରାଜେଶ ଉଭୟେ ମିଶି ମନୀଷଙ୍କୁ କିଛି ବିଷାକ୍ତ ପଦାର୍ଥ (Toxic substances) ପିଆଇବାକୁ ଚେଷ୍ଟା କରିଥିଲେ । ମନୀଷ କିନ୍ତୁ କୌଣସି ପାନୀୟ ଗ୍ରହଣ କରିନଥିଲେ । କିଛି ଦୂର ଯିବା ପରେ ନନ୍ଦଗଞ୍ଜ ନିକଟରେ ପହଞ୍ଚିଥିଲା ଗାଡି । ସେଠାରେ ମେନୁ ଓ ରାଜେଶ ଉଭୟେ ମିଶି ମନୀଷଙ୍କୁ ଆକ୍ରମଣ (Attack) କରିଥିଲେ । ବାଡିରେ ପିଟି ପିଟି ମନୀଷଙ୍କୁ ହତ୍ୟା କରିଥିଲେ । ପରେ ମୃତଦେହକୁ ସେଠାରେ ପକାଇ ଉଭୟେ ଫେରାର୍ ହୋଇଯାଇଥିଲେ ।

ଉଭୟେ ପୋଲିସ ଦ୍ୱାରା ଗିରଫ

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଗଷ୍ଟ ୨୮ ରେ ଗାଜିପୁରର ନନ୍ଦଗଞ୍ଜ ପୋଲିସ ଷ୍ଟେସନ (Police station) ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ନେଇ ସୂଚନା ମିଳିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମାମଲାର ପ୍ରାଥମିକ ତଦନ୍ତରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ, ମନୀଷଙ୍କୁ ହତ୍ୟା କରିବା ପରେ ଦୁଇ ଜଣ ପଳାଇ ଯାଇଥିଲେ, ଯେଉଁଥିରେ ମନୀଷଙ୍କ ଗର୍ଲଫ୍ରେଣ୍ଡ ଏବଂ ତାଙ୍କ ନୂଆ ପ୍ରେମିକ ସାମିଲ ହୋଇଥିଲେ। ତନା ଘନା ପରେ ପ୍ରମାଣ ମିଳିବାରୁ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

Also Read- ସମସ୍ତ ସରକାରୀ ନିୟମକୁ ଫୁ’କରିଛି ଟାଟା ପାଓ୍ୱାର, ଅଭିଯୋଗ କଲେ ବିଜୁଳି ଠିକାଦାର ସଂଘ