(ଜଳେଶ୍ଵର ରୁ ଦିଲ୍ଲୀପ ଦାସ )
ବାଲେଶ୍ୱର:-ବାଲେଶ୍ଵର ଜିଲ୍ଳା ବସ୍ତା ବ୍ଲକ  ପଣସା ପଡ଼ା ହାଟ, ସପ୍ତାହରେ ଦୁଇ ଦିନ ବସେ। ଗୋଟିଏ ବଣୁଆ ଦନ୍ତା ହାତୀ ପାଇଁ ଏହା ପାଲଟିଛି ଯାଇଛି ନିଜ ଚରା ଭୂଇଁ l ଏଥିଯୋଗୁଁ  ହାଟ ଉପରେ ନିର୍ଭର କରୁଥିବା ବ୍ୟବସାୟୀ ଓ ଗ୍ରାହକ ନଥିବା ହଇରାଣ ହେଉଛନ୍ତି। ଗୋଠ ଛଡା ହାତୀଟି ଠିକ ହାଟ ବାରିରେ ଦୋକାନ ମେଲା ହେବା ପରେ ହାଟ ଭିତରେ ପଶୁଛି ଆଉ ମନ ଇଛା ଖାଉଛି ଭାଙ୍ଗୁଛି। ନିଜ ଇଛାରେ ଆସୁଛି ପୁଣି ଖେଳ କରି ପାଖ ଜଙ୍ଗଲକୁ ଫେରୁଛି। ସତେ ଯେମିତି ସେ ହାଟ ପାଳିକୁ ଜଗି ବସିଛି।ଏପରି ରୋଚକ ଘଟଣା ଲୋକଙ୍କୁ କୌତୁହଳି କରୁଥିବା ବେଳେ ହାଟର ବେପାରୀ ଓ ଗ୍ରାହକ ପାଇଁ କାଳ ସାଜିଛି। ତେବେ ଏପର୍ଯ୍ୟନ୍ତ ହାତୀଟି ଏହିଭଳି ଉତ୍ପାତ କରୁଛି ସତ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଅଘଟଣ ଘଟି ନାଁହି।ତେବେ ଲୋକେ ଭୟଭୀତ ଅଛନ୍ତି। ପ୍ରଶାସନ ଓ ବନ ବିଭାଗ ନୀରବ। 


COMMERCIAL BREAK
SCROLL TO CONTINUE READING

ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାରେ ଝାଡ଼ଖଣ୍ଡ ଓ ଶିମିଳିପାଳ ଜଙ୍ଗଲରୁ ହାତୀ ଆସି ଉତ୍ପାତ କରୁଛନ୍ତି। ବିଶେଷ କରି ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଓ ବସ୍ତା ବ୍ଲକ ରେ ବର୍ଷର ଛଅ ମାସ ହାତୀ ଉତ୍ପାତ ପାଇଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି। ଘର ଦ୍ଵାର ଭାଙ୍ଗିବା ସହିତ ଧାନ ଓ ପରିବା ଖେତ ଉଜାଡ଼ି ଦେଉଛନ୍ତି। ବାଡ଼ିରେ ପସି  ଅମାର ରେ ଥିବା ଗୋଛିତ ଧାନ ଖାଇବା ସହିତ  କଦଳୀ ଗଛ ଓ ଅନ୍ୟାନ୍ୟ ଗଛ ନଷ୍ଟ କରୁଛନ୍ତି। ବର୍ଷର ଅଧିକାଂଶ ଦିନ ହାତୀ ପାଇଁ ଏହିସବୁ ଅଞ୍ଚଳରେ ଲୋକଙ୍କ ମନରେ ଛନକା ପାଶେ,ଏଥି ସହିତ ବିନା ବିଜୁଳିରେ ଲୋକଙ୍କୁ ପ୍ରବଳ ଗରମ ରେ ରହିବାକୁ ପଡ଼େ। ଏମିତିକି ପାନୀୟଜଳ ଜଳ ପାଇଁ ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ହୋଇଥାଏ l ଦିନକୁ ଦିନ ଜଙ୍ଗଲ ସଫା ହୋଇଯାଉଛି। ଜଙ୍ଗଲରେ ହାତୀ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ପାଣି ଅଭାବ ହେଉଥିବାରୁ ଏହି ବିଶାଳ ପ୍ରାଣୀ ଏବେ ଜନବସତି ମୁହାଁ ହେଉଛି। ସରକାର  ଏହି ବିଶାଳ ପ୍ରାଣୀର ସୁରକ୍ଷା କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମଧ୍ୟ ହାତୀ ଦାଉରୁ ସୁରକ୍ଷା ଦେବାକୁ  ଦାବି ହେଉଛି।