Jio 5G Service: ଦେଶରେ 5G ସେବା ଆରମ୍ଭ ହେବା ସହିତ ବିଶାଳ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର Jio True 5G ସେବାକୁ ବିସ୍ତାର କରିବାରେ ଲାଗିଛି । Jio True 5G ଲଞ୍ଚ ପରଠାରୁ ଏହା ଦେଶର ଅଧିକାଂଶ ଅଞ୍ଚଳରେ ଧୀରେ ଧୀରେ ଏହାର 5G ସେବା ଆରମ୍ଭ କରିଛି । ବର୍ତ୍ତମାନ Reliance Jio କମ୍ପାନୀ ୮ଟି ରାଜ୍ୟରେ Jio True 5G ସେବା ଆରମ୍ଭ କରିଛି । ସେହି ରାଜ୍ୟ ଗୁଡ଼ିକ ହେଲା-ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶ । ଏସବୁ ରାଜ୍ୟର ୧୦ଟି ସହରରେ Jio True 5G ସେବା ଆରମ୍ଭ ହୋଇଛି । ଏହା ପରେ ଦେଶରେ ମୋଟ ୨୩୬ ସହରରେ Jio True 5G ପହଞ୍ଚିସାରିଛି ।


COMMERCIAL BREAK
SCROLL TO CONTINUE READING

Reliance Jio କମ୍ପାନୀର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ହିନ୍ଦୁପୁର, ମଦନପାଲଲେ ଏବଂ ପ୍ରୋଦ୍ଦାତୁର, ଛତିଶଗଡର ରାୟଗଡ, ଓଡିଶାର ତାଲଚର, ପଞ୍ଜାବର ପଟିଆଲା, ରାଜସ୍ଥାନର ଅଲୱାର, ତେଲେଙ୍ଗାନାର ମଞ୍ଚେରିଆଲ, ଉତ୍ତରପ୍ରଦେଶର ଗୋରଖପୁର ଏବଂ ଉତ୍ତରାଖଣ୍ଡର ଋଢ଼କୀରେ Jio ର 5G ସେବା ଆରମ୍ଭ ହୋଇସାରିଛି । ଅର୍ଥାତ ଏଠାକାର ଜିଓ ୟୁଜର୍ସ Jio True 5G ସେବାର ଲାଭ ଉଠାଇପାରିବେ ।


ଏହାପୂର୍ବରୁ ଓଡ଼ିଶାରେ ଜିଓ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ, ବାଲାଙ୍ଗୀର ଏବଂ ନାଲକୋ-ଅୁଗୋଳ ସହରରେ Jio True 5G ସେବା ଆରମ୍ଭ କରିଥିଲା ।  ଜିଓ ପ୍ରଥମ ଓ ଏକମାତ୍ର ଅପରେଟର ଭାବରେ ଏହି ଅଧିକାଂଶ ସହରରେ 5G ସେବା ଆରମ୍ଭ କରିଛି ।


କାହାକୁ ମିଳିବ ସେବା


Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।


କିପରି ପାଇବେ  Jio Welcome Offer?


Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।


ଅଧିକ ପଢ଼ନ୍ତୁ:-ଦୁବାଇର ଶେଖମାନଙ୍କ ପାଇଁ କିଏ ତିଆରି କରେ ସୁନା କାର, କେତେ ଲାଗିଥାଏ ଗୋଲ୍ଡ?


ଅଧିକ ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ


ଅଧିକ ପଢ଼ନ୍ତୁ:-ଲାଇଭ୍ ମ୍ୟାଚରେ ବିରାଟ କୋହଲି କରିଦେଲେ ଏହି ବଡ଼ ଭୁଲ୍, ଟିମ୍ ଇଣ୍ଡିଆକୁ ପଡ଼ିପାରେ ମହଙ୍ଗା


 


ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।