Dubai Sheikh Gold Car: ଦୁବାଇର ଶେଖମାନଙ୍କ ପାଇଁ କିଏ ତିଆରି କରେ ସୁନା କାର, କେତେ ଲାଗିଥାଏ ଗୋଲ୍ଡ?
Advertisement
Article Detail0/zeeodisha/odisha1564729

Dubai Sheikh Gold Car: ଦୁବାଇର ଶେଖମାନଙ୍କ ପାଇଁ କିଏ ତିଆରି କରେ ସୁନା କାର, କେତେ ଲାଗିଥାଏ ଗୋଲ୍ଡ?

Dubai Sheikh Gold Car:  ଆପଣ କେବେ ଭାବିଛନ୍ତି କି ସୁନାର କାର ମଧ୍ୟ ହୋଇଥାଏ ଓ ତାହା କେମିତି ତିଆରି ହୁଏ । ଏମିତିରେ ଆପଣ ସୋସିଆଲ ମିଡିଆରେ, ଟିଭିରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁନା କାର ଦେଖିଥିବେ । ଏହି ଗୋଲ୍ଡ କାରଗୁଡିକର ଦୁବାଇର ଅନେକ ଶେଖଙ୍କ ପାଖରେ ଅଛି । ସେମାନେ ସେମାନଙ୍କର ବିଳାସମୟ ଜୀବନକୁ ଦେଖାଇବା କୌଣସି କମି ରଖନ୍ତି ନାହିଁ । 

Dubai Sheikh Gold Car: ଦୁବାଇର ଶେଖମାନଙ୍କ ପାଇଁ କିଏ ତିଆରି କରେ ସୁନା କାର, କେତେ ଲାଗିଥାଏ ଗୋଲ୍ଡ?

Dubai Sheikh Gold Car: ସୁନା (Gold) କଥା ଉଠିଲେ ଅଳଙ୍କାର କଥା ମନକୁ ଆସେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ସୁନାର କାର (Gold Car) ମଧ୍ୟ ହୋଇଥାଏ ଓ ତାହା କେମିତି ତିଆରି ହୁଏ । ଏମିତିରେ ଆପଣ ସୋସିଆଲ ମିଡିଆରେ, ଟିଭିରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁନା କାର ଦେଖିଥିବେ । ଏହି ଗୋଲ୍ଡ କାରଗୁଡିକର ଦୁବାଇର ଅନେକ ଶେଖ (Dubai Sheikh) ଙ୍କ ପାଖରେ ଅଛି । ସେମାନେ ସେମାନଙ୍କର ବିଳାସମୟ ଜୀବନକୁ ଦେଖାଇବା କୌଣସି କମି ରଖନ୍ତି ନାହିଁ । କିଛି ଶେଖ ବିଦେଶ ଯାତ୍ରା କରିବା ସମୟରେ ଏହି କାରଗୁଡ଼ିକୁ ସାଙ୍ଗରେ ନେଇଯାଇଥା’ନ୍ତି । ଦୁବାଇର ରାସ୍ତାରେ ଆପଣ ଏହି ସୁନା କାରଗୁଡ଼ିକୁ ସହଜରେ ଦେଖିପାରିବେ । ଅବଶ୍ୟ, ଏହା ସତ ଯେ କୌଣସି କାର ନିର୍ମାତା ଦ୍ୱାରା ସୁନା କାର (Gold Car) ତିଆରି ହୁଏ ନାହିଁ କିମ୍ବା ସ୍ୱତନ୍ତ୍ର ଅର୍ଡରରେ ଡିଜାଇନ୍ କରାଯାଇ ନାହିଁ । ଏହି କାରଗୁଡିକ କିଣିବା ପରେ ଶେଖ (Sheikh) ନିଜେ ସେମାନଙ୍କୁ ନିଜ ଶୈଳୀରେ ଡିଜାଇନ୍ କରି ସୁନା କାରରେ ପରିଣତ କରନ୍ତି ।

କିଏ ତିଆରି କରନ୍ତି ଏହି ସୁନା କାର  

ସୁନା କାର ତିଆରି କରିବାରେ ବିଶେଷଜ୍ଞ କାରିଗରମାନେ ଦୁବାଇରେ ଉପସ୍ଥିତ ଅଛନ୍ତି । ପ୍ରକୃତରେ ଏଠାରେ କୌଣସି ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇପାରିବ ନାହିଁ । କାରଣ ଏହିପରି କାର୍ ପ୍ରସ୍ତୁତ କରୁଥିବା ଅଧିକାଂଶ ଲୋକ ଶେଖର କର୍ମଚାରୀ ଅଟନ୍ତି ଓ ବହୁ ଦିନର ପରିଶ୍ରମ ପରେ ଏହି କାରଗୁଡିକ ଖୁବ୍ କମ୍ ପରିବର୍ତ୍ତନ କରାଯାଇଥାଏ ।

କିପରି ତିଆରି ହୁଏ ସୁନା କାର

ସୁନା କାରଗୁଡିକ ସଲିଡ୍ ଗୋଲ୍ଡରେ ହୋଇ ନଥାଏ । ଏହା ଉପରେ ଗୋଲ୍ଡର କ୍ୟାମିକାଲ ମିଶାଇ ସାଲ୍ୟୁଶନ ପ୍ରସ୍ତୁତ କରାଯାଇଥାଏ ଓ ତାପରେ କାରଟି ଉଚ୍ଚ ତାପମାତ୍ରାରେ ସ୍ପ୍ରେ କରିବା ପରେ ବେକ୍ କରାଯାଇଥାଏ । ପରେ ଏହି କାରଗୁଡିକ ବହୁତ ଯତ୍ନର ସହିତ ପଲିସ୍ କରାଯାଏ । ସରଳ ଭାବରେ କହିବାକୁ ଗଲେ, ଏହି କାରଗୁଡିକ ସୁନାର ପାଣି ଚଢ଼ାଯାଇଥାଏ ଏବଂ ତାପରେ କାରକୁ ପଲିସ କରି ଚମକାଇବା କାର୍ଯ୍ୟ କରାଯାଏ ।

କେତେ ବ୍ୟବହୃତ ହୁଏ ସୁନା

ସୂଚନା ଅନୁଯାୟୀ, ଏପରି ସୁନା କାର ପ୍ରସ୍ତୁତ କରିବା ପାଇଁ ସାଧାରଣତ ୫୦୦ ଗ୍ରାମ ସୁନା ଲାଗିଥାଏ । ଅନ୍ୟପକ୍ଷରେ କିଛି ଲୋକ ୨ କିଲୋଗ୍ରାମ ସୁନା ବ୍ୟବହାର କରି ଏପରି କାରର ଡିଜାଇନ୍ କରାନ୍ତି । ଅବଶ୍ୟ, ସେଥିରେ ସୁନାର ପାଣି ଚଢ଼ା ଯାଇଥାଏ । ଏଥିପାଇଁ ଏହାର ସ୍ତର ଅତ୍ୟଧିକ ମୋଟା ହୋଇପାରିବ ନାହିଁ ।

ଅଧିକ ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ:-ଲାଇଭ୍ ମ୍ୟାଚରେ ବିରାଟ କୋହଲି କରିଦେଲେ ଏହି ବଡ଼ ଭୁଲ୍, ଟିମ୍ ଇଣ୍ଡିଆକୁ ପଡ଼ିପାରେ ମହଙ୍ଗା

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନକୁ ନେଇ ଯାହା କେହିଁ କରିନାହାଁନ୍ତି, ତାହା କରିଦେଖାଇଛନ୍ତି ଏହି ସରକାର

ପୁରୁଣା ହେଲେ ସୁନା କାରକୁ କ'ଣ କରାଯାଏ

ସମସ୍ତେ ଜାଣନ୍ତି ଯେ ଶେଖମାନଙ୍କର ଅପାର ଧନ ଅଛି । ଏପରି ପରିସ୍ଥିତିରେ ସେମାନେ ଏତେ ସୁନାକୁ ନେଇ କମ୍ ଧ୍ୟାନ ଦିଅନ୍ତି ଓ ଏହି କାରଗୁଡିକ ଅନଲାଇନ୍ ଏବଂ ଦୁବାଇର ବଜାରରେ ଦ୍ୱିତୀୟ ଥର ବିକ୍ରି ହେଉଥିବା ଦେଖାଯାଏ । ଯଦିଓ ଅଧିକାଂଶ ଲୋକ ଏହି କାରରେ ଥିବା ସ୍ତରକୁ ସଲ୍ୟୁଶନ ସାହାଯ୍ୟରେ ଅପସାରଣ କର ଏହାକୁ ପୁନଃ ବ୍ୟବହାର କରନ୍ତି । କିନ୍ତୁ ଥରେ ବ୍ୟବହୃତ ହେଲେ ଏହାର ଚମକ ସେପରି ରହେ ନାହିଁ । ରାସାୟନିକ ପରିମାଣର ବୃଦ୍ଧି ହେତୁ କାରରେ ଦାଗ ଦେଖାଯିବା ଆରମ୍ଭ କରେ ।