KL Rahul Athiya Shetty Wedding: ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ନିଜ ସମ୍ପର୍କକୁ ଏକ ନୂଆ ପରିଚୟ ଦେବାକୁ ଯାଉଛନ୍ତି କ୍ରିକେଟର କେଏଲ ରାହୁଲ ଓ ଆଥିୟା ସେଟ୍ଟୀ । ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଲବବାର୍ଡଙ୍କ ବିବାହ ହେବାକୁ ଯାଉଛି। ପ୍ରି ଓ୍ବେଡିଂ ସେରିମନି ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ବିବାହ ଉତ୍ସବରେ ବଲିଉଡ ଏବଂ କ୍ରିକେଟର ନାମୀ ଦାମୀ ତାରକା ଯୋଗଦେବେ  । ଏହି ତାରକା ମାନଙ୍କ ମଧ୍ୟରେ ସଲମାନ୍‌ ଖାନ୍‌, ଅକ୍ଷୟକୁମାର ଏବଂ ମହେନ୍ଦ୍ର ସିଂ ଧୋନୀ,ବିରାଟ କୋହଲି ସାମିଲ୍‌ ଅଛନ୍ତି  । କୁହାଯାଉଛି ଯେ ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ବିବାହ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ଅନୁଷ୍ଠିତ ହେବ । ସୁନୀଲ ସେଟ୍ଟୀଙ୍କ ଫାର୍ମ ହାଉସଙ୍କୁ ସୁନ୍ଦର ଭାବରେ ସଜା ଯାଇଛି । ଯାହାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । 


COMMERCIAL BREAK
SCROLL TO CONTINUE READING

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ,ବିବାହ ପାଇଁ ସୁନୀଲ ସେଟ୍ଟୀଙ୍କ ଫାର୍ମହାଉସକୁ ସୁନ୍ଦର ଭାବେ ସଜା ଯାଇଥିବା ବେଳେ ବିବାହ ମଣ୍ତପଟିକୁ ମଧ୍ୟ ଆକର୍ଷଣୀୟ ଭାବେ ସାଜସଜା କରାଯାଇଛି । ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ବିବାହ ମଣ୍ତପଟିକୁ ହଳଦିଆ ଓ ଧଳା ରଙ୍ଗର କପଡାରେ ପାରମ୍ପାରିକ ଶୈଳୀରେ ସଜା ଯାଇଛି ।  ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ,ତେବେ ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ବିବାହ (ଆସନ୍ତାକାଲି) ଅର୍ଥାତ୍ ଜାନୁଆରୀ ୨୩ରେ ଖଣ୍ତାଲା ଫାର୍ମହାଉସରେ ହେବ ।  ଗତକାଲି ଠାରୁ ବିବାହର ବିଭିନ୍ନ ରଶମ ଆରମ୍ଭ ହୋଇଯାଇଛି । 


 



Also Read: Sukesh Chandrashekar: ଜ୍ୟାକଲିନଙ୍କ ବିନା ଜେଲରେ ଠକ ସୁକେଶକୁ ଲାଗୁଛି ଡର, କୋର୍ଟଙ୍କ ନିକଟରେ ରଖିଲା ଏଭଳି ୨ଟି ଦାବି


ଏହି ବିବାହରେ କେବଳ ୨୦୦ଲୋକ ଯୋଗଦେବେ। ଯେଉଁଥିରେ ଆଥିଆଙ୍କ ପକ୍ଷରୁ ୧୦୦ ଅତିଥି ଏବଂ କେ.ଏଲ୍ ରାହୁଲଙ୍କ ପକ୍ଷରୁ ୧୦୦ ଅତିଥି ଯୋଗଦେବେ। ଏହା ବ୍ୟତୀତ ବିବାହରେ କାହାକୁ ଫୋନ୍ ନେବାକୁ ଅନୁମତି ଦିଆଯିବ ନାହିଁ। ତେବେ ଏହି ବିବାହରେ କେବଳ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁ ସାମିଲ ହେବେ ।  ଜୁମ୍ ଡିଜିଟାଲର ରିପୋର୍ଟ ଅନୁଯାୟୀ, ବିବାହ ପରେ  ଏକ ଗ୍ରାଣ୍ତ ରିସେପସନ ପାର୍ଟି ହେବ ।  ଏହା ମଧ୍ୟ ଜଣାଯାଇଛି ଯେ ଆଇପିଏଲ ମ୍ୟାଚ୍ ପରେ କେଏଲ ରାହୁଲ ତାଙ୍କ ସାଙ୍ଗମାନଙ୍କ ପାଇଁ ଏକ ବଡ଼ ପାର୍ଟିର ଆୟୋଜନ କରିବେ । ୨୦୨୧ରେ  ଫିଲ୍ମ ‘ତଡ଼ପ’ ପ୍ରିମିୟର ସମୟରେ ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ସମ୍ପର୍କ ଅଫିସିଆଲ ହୋଇଥିଲା  । ପୂର୍ବରୁ ପରସ୍ପରକୁ ଡେଟିଂ କରୁଥିବା ବେଳେ ଏବେ ହାତକୁ ଦି ହାତ ହେବାକୁ ଯାଉଛନ୍ତି  । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବିବାହ ପରେ ଏହି ଦୁହିଁଙ୍କ ଯୋଡ଼ି ଦେଖିବା ପାଇଁ ପ୍ରଶଂସକ ମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି  ।