Sukesh Chandrashekar: ଜ୍ୟାକଲିନଙ୍କ ବିନା ଜେଲରେ ଠକ ସୁକେଶକୁ ଲାଗୁଛି ଡର, କୋର୍ଟଙ୍କ ନିକଟରେ ରଖିଲା ଏଭଳି ୨ଟି ଦାବି
Advertisement

Sukesh Chandrashekar: ଜ୍ୟାକଲିନଙ୍କ ବିନା ଜେଲରେ ଠକ ସୁକେଶକୁ ଲାଗୁଛି ଡର, କୋର୍ଟଙ୍କ ନିକଟରେ ରଖିଲା ଏଭଳି ୨ଟି ଦାବି

Delhi court allows TV, Ludo for Sukesh in Jail: ମହାଠକ ସୁକେଶ ଚନ୍ଦ୍ରଶେଖରର ମନିଲଣ୍ଡରିଂ ମାମଲା। ୨୦୦ କୋଟି ଠକେଇ ମାମଲାରେ ଠକ ସୁକେଶ ଚନ୍ଦ୍ର ଶେଖର ଗିରଫ ହୋଇଛି। ଜେଲ କର୍ମଚାରୀ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖୁ ନଥିବା ସହ ଭୟଭିତ କରାଉଥିବା ନେଇ ସୁକେଶ ଅଭିଯୋଗ କରିଥିଲା । ଏହି ମାମଲାର ଯାଞ୍ଚ କରାଯିବା ପରିବର୍ତ୍ତେ, ସୁକେଶକୁ ଅନ୍ୟ ଏକ ସେଲକୁ ସ୍ଥାନାନ୍ତର କରାଇଥିଲେ ଜେଲ କର୍ତ୍ତୃପକ୍ଷ । 

ସୌଜନ୍ୟ- ସୋସିଆଲ ମିଡିଆ

Delhi court allows TV, Ludo for Sukesh in Jail: ମହାଠକ ସୁକେଶ ଚନ୍ଦ୍ରଶେଖରର ମନିଲଣ୍ଡରିଂ ମାମଲା। ୨୦୦ କୋଟି ଠକେଇ ମାମଲାରେ ଠକ ସୁକେଶ ଚନ୍ଦ୍ର ଶେଖର ଗିରଫ ହୋଇଛି। ଜେଲ କର୍ମଚାରୀ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖୁ ନଥିବା ସହ ଭୟଭିତ କରାଉଥିବା ନେଇ ସୁକେଶ ଅଭିଯୋଗ କରିଥିଲା । ଏହି ମାମଲାର ଯାଞ୍ଚ କରାଯିବା ପରିବର୍ତ୍ତେ, ସୁକେଶକୁ ଅନ୍ୟ ଏକ ସେଲକୁ ସ୍ଥାନାନ୍ତର କରାଇଥିଲେ ଜେଲ କର୍ତ୍ତୃପକ୍ଷ । ଏହି ମାମଲାର ଶୁଣାଣୀ ସମୟରେ ଦିଲ୍ଲୀ କୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ଯେ, ଅଭିଯୁକ୍ତଙ୍କ ସହ କୌଣସି  ଖରାପ ଓ ଅଶ୍ଲୀଳ ବ୍ୟବହାର ନ ହୁଏ।  ଏପରିକି ସେମାନଙ୍କୁ ଭୟଭିତ ନ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ,ସୁକେଶଙ୍କ ଅନୁରୋଧ କ୍ରମେ ତାଙ୍କ ଓକିଲ ଅନନ୍ତ ମଲିକ ଅନ୍ତେବାସୀଙ୍କ ସହ ଲୁଡୋ , ବ୍ୟାଡମିଣ୍ଟନ ଖେଳିବା ଏବଂ ଜେଲରେ ଏକ ଟିଭି ଦେଖିବା ପାଇଁ ବ୍ୟବସ୍ଥା କରିବାକୁ କୋର୍ଟଙ୍କୁ କହିଥିଲେ। ଏହା ଉପରେ କୋର୍ଟ ସୁକେଶଙ୍କୁ ଟିଭି ଦେଖିବା ଏବଂ ଜେଲରେ ବ୍ୟାଡମିଣ୍ଟନ ଏବଂ ଲୁଡୋ ଖେଳିବାକୁ ଅନୁମତି ଦେଇଛନ୍ତି ।

କାହିଁକି ସୁକେଶଙ୍କୁ ଅନ୍ୟ ଏକ ଜେଲକୁ ସ୍ଥାନାନ୍ତର କରାଗଲା:
ଜେଲ କର୍ତ୍ତୃପକ୍ଷ, ସୁକେଶଙ୍କୁ ଦୁଃବ୍ୟବହାର ଓ ଭୟ ଦେଖାଉଥିବା ନେଇ ସୁକେଶ ନିକଟରେ ଅଭିଯୋଗ ଆଣିଥିଲେ ।  ତେବେ ଏହି ଘଟଣାରେ ସୁକେଶ ଅଭିଯୋଗ କରିବା ପରେ ତଦନ୍ତ କରିବା ଏବଂ ଜେଲ ପ୍ରଶାସନ ରିପୋର୍ଟ ଦେବା ପରିବର୍ତ୍ତେ କୋର୍ଟ ନ ଜଣାଇ ସୁକେଶଙ୍କୁ ୧୩ ନମ୍ବର ସେଲକୁ ସ୍ଥାନାନ୍ତର କରାଯାଇଛି। ଯାହାକୁ ନେଇ ବିରକ୍ତ ପ୍ରକାଶ କରିଛନ୍ତି କୋର୍ଟ । କୋର୍ଟ କହିଛନ୍ତି,'ଯେତେବେଳେ ଅଭିଯୁକ୍ତମାନେ ଜେଲ କର୍ତ୍ତୃପକ୍ଷଙ୍କ ଉପରେ କୌଣସି ଅଭିଯୋଗ ଆଣନ୍ତି । ସେତେବେଳେ, ଏହି ଘଟଣା କୋର୍ଟଙ୍କ ନଜରକୁ ଆସେ । ଏହିପରି ଆଚରଣ ନିଶ୍ଚିତ ଭାବରେ ସନ୍ଦେହ ବଢାଇଛି। ଏବଂ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ ବୋଲି  ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । 

ଆଡିସନାଲ ସେସନ୍ ଜଜ ସୌଳେନ୍ଦ୍ର ମଲ୍ଲିକ (Additional Sessions Judge Shailendra Malik)କହିଛନ୍ତି ଯେ, ସୁକେଶ ଜେଲ ଭିତରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି, କାରଣ ସେ ସେଠାରେ ଜଘନ୍ୟ ଅପରାଧୀଙ୍କ ସହିତ ରହିଥିଲେ,ତେଣୁ ସେ ତାଙ୍କ ପୂର୍ବ କୋଠରୀକୁ ଯିବାକୁ ଚାହୁଁଥିଲେ। ବିଚାରପତି କହିଛନ୍ତି ଯେ ପ୍ରତ୍ୟେକ ଅଭିଯୁକ୍ତ ବା କଏଦୀଙ୍କୁ ଜେଲ ଭିତରେ ସୁରକ୍ଷା ଏବଂ ସମ୍ମାନଜନକ ପରିବେଶ ଦିଆଯିବା ଆବଶ୍ୟକ । ସୁକେଶ ଅଭିଯୋଗ କରିଛନ୍ତି ଯେ ଜେଲରେ ଥିବା ଆପ ନେତା ସତ୍ୟେନ୍ଦ୍ର ଜୈନ ଏବଂ ପୂର୍ବତନ ଡିଜି (ଜେଲ) ସନ୍ଦୀପ ଗୋଏଲଙ୍କୁ ସେଲ ନମ୍ବର ୧୩କୁ ସ୍ଥାନାନ୍ତର କରାଯାଇଛି,ଯେଉଁଠାରେ ୧୫୦୦ ଜଣ ହାର୍ଟକୋର ଅଭିଯୁକ୍ତ ରହିଛନ୍ତି । 

Also Read : Crime News: ବନ୍ଧ୍ୟା ଦୋଷ ଦୂର କରିବା ପାଇଁ ବୋହୂ ସହ ଶାଶୁ କରୁଥିଲେ କିଛି ଏପରି କାମ, ଶୁଣିଲେ ଉଡିଯିବ ହୋସ୍

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ ମଧ୍ୟ ଏହି ଠକେଇରେ ସାମିଲ ଥିବା ଅଭିଯୋଗ ହୋଇଛି । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଜବରଦସ୍ତ ଆଦାୟ ମାମଲାରେ ବୁଧବାର ଦିଲ୍ଲୀର ଏକ ଅଦାଲତରେ କହିଛନ୍ତି ସୁକେଶ ଚନ୍ଦ୍ରଶେଖର ତାଙ୍କ ଭାବନା ସହ ଖେଲିଛନ୍ତି । ସୁକେଶଙ୍କ ସହ ତାଙ୍କର ବନ୍ଧୁତା ତାଙ୍କ ଜୀବନକୁ ନର୍କ କରିଦେଇଛି । ପଟିଆଲା ହାଉସ କୋର୍ଟରେ ଚାଲିଥିବା ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଦାବି କରିଛନ୍ତି ଯେ ସୁକେଶଙ୍କ ସହଯୋଗୀ ପିଙ୍କି ଇରାନୀ ନିଜକୁ ଜଣେ ସରକାରୀ ଅଧିକାରୀ ଭାବେ ଉପସ୍ଥାପନ କରିଥିଲେ ଓ ତାଙ୍କୁ କହିଥିଲେ କି ସେ ତାଙ୍କୁ କାରରେ ବୁଲାଇ ନେଇଯାଉଛନ୍ତି । ଜ୍ୟାକଲିନଙ୍କ ବୟାନ ଅନୁଯାୟୀ ଚନ୍ଦ୍ରଶେଖର ନିଜକୁ ସନ ଟିଭିର ମାଲିକ କହିବା ସହ ସେ ଦାବି କରିଥିଲେ କି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ. ଜୟାଲଳିଥା ତାଙ୍କର ମାଉସି ଥିଲେ । ଜ୍ୟାକଲିନ ଦାବି କରିଛନ୍ତି ସେ ସୁକଶେଙ୍କ ସମ୍ପର୍କରେ ସେତେବେଳେ ଜାଣିଥିଲେ ଯେତେବେଳେ ସେ ତାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ଜାଣିଥିଲେ । ଅଭିନେତ୍ରୀ କହିଛନ୍ତି ପିଙ୍କି ଇରାନୀ ତାଙ୍କୁ ଧୋକା ଦେଇଛନ୍ତି । କାରଣ ସେ ସୁକଶେଙ୍କ ସମ୍ପର୍କରେ ସବୁକଥା ଜାଣିଥିଲେ ମଧ୍ୟ ତାଙ୍କୁ ସେ ସମ୍ପର୍କରେ କିଛି କହି ନ ଥିଲେ ।