Odisha Daily News Live: ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Prabhudatta Moharana Sat, 01 Jun 2024-10:39 pm,

Odisha Elections 2024 LIVE: ଆଜି ହେଉଛି ଦେଶ ତଥା ରାଜ୍ୟର ଅନ୍ତିମ ପର୍ଯ୍ୟାୟ ମତଦାନ। ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ରାଜ୍ୟ ଚତୁର୍ଥ ପର୍ଯ୍ୟାୟରେ ମତାଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ।

Odisha Elections 2024 LIVE: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଆଜି ହେଉଛି ଦେଶ ତଥା ରାଜ୍ୟର ଅନ୍ତିମ ପର୍ଯ୍ୟାୟ ମତଦାନ। ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ରାଜ୍ୟ ଚତୁର୍ଥ ପର୍ଯ୍ୟାୟରେ ମତାଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Odisha Daily News Live: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇ ବାଣ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସମବେଦନା ଜଣାଇବା ସହ ସ୍ଥିତି ସମୀକ୍ଷା କରିଥିବା ସୂଚନା ମିଳିଛି ।

  • Top 10 News Today: ଦିନଯାକର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

  • Odisha Daily News Live: ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଦିନ ଆଜି ଜଗତସିଂହପୁର ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୫ନଂ ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ୱନ ହୋଇଛନ୍ତି । କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ତାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ନିଲମ୍ବନ କରିଛନ୍ତି। ପ୍ରିଜାଇଡିଂ ଅଫିସରଙ୍କ ନାମ ଲକ୍ଷ୍ମୀନାରାୟଣ ଦାଶ । ସେ ପେଶାରେ ଜଣେ ଅଧ୍ୟାପକ ।

  • Odisha Daily News Live: ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ହୋଇଥିବା ବାଣ ବିସ୍ଫୋରମ ମାମଲାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ସକାଳ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ଆଜି ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୁଚନା ଦେଇଛନ୍ତି ।

  • Odisha Daily News Live: ପୋଖରୀରେ ବୁଡ଼ି ୬ ବର୍ଷର ଶିଶୁକନ୍ୟା ମୃତ୍ୟୁ ବରଣ କରିଛି । ରାଜନଗର ପ୍ରହରାଜପୁର ଗାଁରେ ଏଭଳି ଅଘଟଣ ଘଟିଛି । ଗାଁର କାର୍ତ୍ତିକ ପ୍ରଧାନଙ୍କ ଝିଅଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, କାର୍ତ୍ତିକଙ୍କ ପତ୍ନୀ ରଞ୍ଜୁଲତା ଝିଅକୁ ଘରେ ଛାଡି ଭୋଟ୍ ଦେବାକୁ ଯାଇଥିବା ସମୟରେ ଏପରି ଅଘଟଣ ଘଟିଥିବା କୁହାଯାଉଛି ।

  • Odisha Daily News Live: ଓଲିଉଡ ଅଭିନେତା ତଥା କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ରଙ୍କ ଫେସବୁକ ପୋଷ୍ଟକୁ ନେଇ ମଧ୍ୟ ଓଡ଼ିଶାରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ମନୋଜ ମଧ୍ୟ ପବିତ୍ର ସ୍ଥାନ ହରିଶଙ୍କର ବାବାଙ୍କ ପୀଠରେ ପହଞ୍ଚି ଧ୍ୟାନ କରିଛନ୍ତି । ଅଧିକ ପଢ଼ନ୍ତୁ

  • Odisha Daily News Live: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ରେଳବାଇ ଭିତ୍ତିଭୂମି ବିକାଶ ଏବଂ ଟ୍ରାଫିକ ସୁବିଧା ସମେତ ତାଳଚେର ଅଞ୍ଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଅଧିକ ପଢ଼ନ୍ତୁ

  • Odisha Daily News Live: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ରେଳବାଇ ଭିତ୍ତିଭୂମି ବିକାଶ ଏବଂ ଟ୍ରାଫିକ ସୁବିଧା ସମେତ ତାଳଚେର ଅଞ୍ଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ଅଧିକ ପଢ଼ନ୍ତୁ

  • Odisha Daily News Live:  ୮୦- ଦିନର ଏହି ନିର୍ବାଚନ ମହାପର୍ବରେ ଲୋକଙ୍କ ମତ କେଉଁଠି ଅଛି ତାହାକୁ ଆକଳନ କରରିଛନ୍ତି ଅନେକ ଦେଶର ନାମି ଦାମୀ ଟିଭି ଚ୍ୟାନେଲ୍‍ ଓ ସର୍ବେକ୍ଷଣ ଏଜେନ୍ସୀ। ଏହି ସର୍ବେକ୍ଷଣ ଅନୁସାରେ  ବିଜେପିର ୪୦୦ ପାର୍‍ ସ୍ୱପ୍ନ ଚୂରମାର ହୋଇଛି। କୌଣସି ଏଜେନ୍ସୀ ବିଜେପି ମେଣ୍ଟକୁ ୪୦୦ ଆସନ ଦେଇ ନାହାନ୍ତି। କିନ୍ତୁ ବହୁମତରେ ରହିବ ବୋଲି ପୂର୍ବାନୁମାନ କରିଛନ୍ତି। ଅଧିକ ପଢ଼ନ୍ତୁ

  • Odisha Daily News Live: ଭଦ୍ରକ ଲୋକସଭା ଆସନ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ୟ ନିର୍ବାଚନୀ ହିଂସା ଘଟିଛି। ବୁଥ ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।  ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। 

  • Odisha Daily News Live:ଭଦ୍ରକ ମୁକ୍ତାଡିହି ଗାଁର ୪ ନମ୍ବର ବୁଥରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବୁଥ ନିକଟରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଆକ୍ରମଣ କରିବା କାରଣରୁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ପାରିବାରିକ କଳହ କାରଣରୁ କିଛି ଦିନ ହେବ ବାପ ଘରକୁ ଚାଲିଯାଇଥିଲେ ସ୍ତ୍ରୀ କିନ୍ତୁ ଭୋଟ ଦେବା ପାଇଁ ଦାଦାଙ୍କ ସହ ବୁଥକୁ ଆସିଥିବାବେଳେ ସ୍ୱାମୀଙ୍କ ନଜରରେ ପଡିଥିଲେ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା କାରଣରୁ ରକ୍ତ ଜୁଡୁବୁଡୁ ହୋଇଥିଲେ ସ୍ତ୍ରୀ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

  • Weather Update: ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି। ଏପରିକି ଅନେକ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଦିଲ୍ଲୀ। ତେବେ ଦିଲ୍ଲୀରେ ଏତେ ଗରମ କାହିଁକି ହେଉଛି ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ

  • Odisha Daily News Live: ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ନେତାମାନେ ଭେଟିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, "ଇଣ୍ଡିଆ ଆଲାଇନ୍ସ ୨୯୫+ ସିଟ୍ ପାଇବ । ବିଜେପି ପ୍ରାୟ ୨୨୦ ଟି ସିଟ୍ ଜିତିବ ଏବଂ ଏନଡିଏ ମିଳିତ ମଞ୍ଚ ୨୩୫ ଟି ସିଟ୍ ପାଇବ । ଜୁନ୍ ୪ରେ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ କିଏ ହେବେ ତାହା ପ୍ରକାଶ ପାଇବ । 

  • Odisha Daily News Live:  ସନ୍ଧ୍ୟା ୫ଟା ସୁଦ୍ଧା ବାଲେଶ୍ୱରରେ ୮୧.୯୧ ପ୍ରତିଶତ, ଭଦ୍ରକରେ ୫୮.୨୧ ପ୍ରତିଶତ, ଜଗତସିଂହପୁରରେ ୬୫.୯୩ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡାରେ ୬୨.୨ ପ୍ରତିଶତ, ମୟୁରଭଞ୍ଜରେ ୬୪.୧୭ ପ୍ରତିଶତ ମତଦାନ ହୋଇଛି । 

  • Lok Sabha Election Phase 7 Voting Live: ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପଡିଛି ୫୮.୩୪ ପ୍ରତିଶତ ଭୋଟ୍ 
    ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଓଡି଼ଶା, ହିମାଚଳ ପ୍ରଦେଶ, ଝାଡଖଣ୍ଡ ଓ ଚଣ୍ଡିଗଡ଼ ସମେତ ଦେଶର ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଏହି ସମସ୍ତ ଲୋକସଭା ଆସନରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ୫୮.୩୪ ପ୍ରତିଶତ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିଛନ୍ତି।

  • Salman Khan: ସଲମାନ୍ ଖାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଘଟଣାରେ ୪ ଜଣଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଛି। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହୋଇଥିବା  ସୂଚନା ମିଳିଛି। ଅଭିଯୁକ୍ତମାନେ ପାନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସୂଚନାନୁସାରେ, ଏଥିପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବାର ଯୋଜନା ଥିଲା। ନାଭି ମୁମ୍ବାଇ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ଏବଂ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। 

     

  • Exit Poll Result 2024 Live Today: ନିର୍ବାଚନ ଆୟୋଗ ମଧ୍ୟ ଏକଜିଟ୍ ପୋଲ୍ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ କୌଣସି ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ଜୁନ୍ ୧ ରେ ସନ୍ଧ୍ୟା ୬.୩୦ ପୂର୍ବରୁ ଏକଜିଟ୍ ପୋଲ୍ ତଥ୍ୟ ଏବଂ ଏହାର ଫଳାଫଳ ଦର୍ଶାଇ ପାରିବେ ନାହିଁ। ଏହାକୁ ଉଲ୍ଲଂଘନ କରିଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

  • Exit Poll Result 2024 Live Today: ଏକଜିଟ୍ ପୋଲ୍ ସଠିକ୍ ହେବ ବୋଲି କ’ଣ ଗ୍ୟାରେଣ୍ଟି?
    ବିଶେଷଜ୍ଞମାନେ କହିଛନ୍ତି ଯେ ଏକଜିଟ୍ ପୋଲ୍ ତଥ୍ୟ ସଠିକ୍ ପ୍ରମାଣିତ ହୋଇଛି କି ନାହିଁ, କୌଣସି ଏଜେନ୍ସିର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଇପାରିବ ନାହିଁ। ବାସ୍ତବରେ, ଭୋଟରଙ୍କ ସହିତ କରାଯାଇଥିବା ସର୍ଭେ ଉପରେ ଏକଜିଟ୍ ପୋଲ୍ ଆଧାରିତ। ଭୋଟର ଠିକ୍ କିମ୍ବା ଭୁଲ କହୁଛନ୍ତି କି ନାହିଁ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ତଥାପି, ଅନେକ ଥର 
    ଆନୁମାନିକ ସଠିକ୍ ଫଳାଫଳ ଏକଜିଟ୍ ପୋଲରେ ଆସି ଯାଇଥାଏ।

  • Lok Sabha Election 7th Phase Voting: ଦିନ ୧ ଟା ପର୍ଯ୍ୟନ୍ତ ୪୦.୦୯% ପଡିଛି ଭୋଟ୍ 
    ଦେଶର ୫୭ଟି ଆସନରେ ହେବାକୁ ଥିବା ଭୋଟ୍ ତଥ୍ୟକୁ ନିର୍ବାଚନ ଆୟୋଗ ପ୍ରକାଶ କରିଛି। ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ୪୦.୦୯ ପ୍ରତିଶତ ମତଦାନ ହୋଇଛି।

    ବିହାର - ୩୫.୬୫%
    ଚଣ୍ଡିଗଡ଼ - ୪୦.୧୪%
    ହିମାଚଳ ପ୍ରଦେଶ - ୪୮.୬୩%
    ଝାଡ଼ଖଣ୍ଡ- ୪୬.୮୦%
    ଓଡି଼ଶା- ୩୭.୬୪%
    ପଞ୍ଜାବ- ୩୭.୮୦%
    ୟୁପି - ୩୯.୩୧% 
    ପଶ୍ଚିମବଙ୍ଗ - ୪୫.୦୭%

  • Odisha Assembly Election 2024: ଦିନ ଗୋଟିଏ ସୁଦ୍ଧା ୩୭.୬୪ ପ୍ରତିଶତ ଭୋଟ
    ଶେଷ ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ୱରରେ ୪୦.୭୧%, ଭଦ୍ରକରେ ୩୬.୬୪%, ଜଗତସିଂପୁରରେ ୩୮.୮୨% ଭୋଟ ଦାନ ହୋଇଛି । ସେହିପରି ଯାଜପୁରରେ ୩୩.୯୬%, କେନ୍ଦ୍ରାପଡାରେ ୩୫.୮୪%, ମୟୂରଭଞ୍ଜରେ ୪୦.୦୯% ମତଦାନ ହୋଇଛି ।

  • Odisha Assembly Election 2024: ଅସ୍ତରଙ୍ଗରେ ନିର୍ବାଚନୀ ହିଂସା
    ଅସ୍ତରଙ୍ଗର ୨୪୦ନମ୍ବର ବୁଥରେ ହିଂସାକାଣ୍ଡ। ଜଣେ ବ୍ଯକ୍ତି ଆହତ।  ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି, ପୁଲିସ ଫୋର୍ସ ମୁତୟନ।

  • Odisha Assembly Election 2024: ବୋମା ଧମକ ମିଳିବାରୁ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ
    ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନକୁ ଶନିବାର ସକାଳୁ ଜରୁରୀକାଳୀନ ଅବତରଣ କରାଯାଇଛି। ଜାଣିବାକୁ ମିଳିଛି ଯେ ବିମାନଟିକୁ ବୋମା ଧମକ ମିଳିବା ପରେ ଚେନ୍ନାଇରୁ ମୁମ୍ବାଇ ଅଭିମୁଖେ ଚାଲୁଥିବା ଇଣ୍ଡିଗୋ ବିମାନ ୬ଇ୫୩୧୪ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ବିମାନଟି ମୁମ୍ବାଇରେ ଅବତରଣ କରିବା ପରେ ବିମାନ କର୍ମଚାରୀମାନେ ପ୍ରୋଟୋକଲ ଅନୁସରଣ କରିଥିଲେ ଏବଂ ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶାବଳୀ ଅନୁଯାୟୀ ବିମାନକୁ ଏକ ପୃଥକ ସ୍ଥାନକୁ ନେଇ ଯାଇଛନ୍ତି।

  • Odisha Assembly Seat: ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩୦ ପ୍ରତିଶତ ମତଦାନ
    ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ହିମାଚଳ ପ୍ରଦେଶ ୩୧.୯୨ ପ୍ରତିଶତ ମତଦାନ ହୋଇଥିବାବେଳେ ଓଡିଶାରେ ୨୨.୬୪ ପ୍ରତିଶତ ମତଦାନ ହୋଇଛି। ସେହିପରି ପଞ୍ଜାବରେ ୩୨.୯୧ ପ୍ରତିଶତ, ଚଣ୍ଡିଗଡ଼ରେ ୨୫.୦୩ ପ୍ରତିଶତ, ଉତ୍ତରପ୍ରଦେଶରେ ୨୮.୦୨ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ବିହାରରେ ୨୪.୨୫୮ ପ୍ରତିଶତ, ଝାଡ଼ଖଣ୍ଡରେ ୨୯.୫୫ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୨୮.୧୦ ପ୍ରତିଶତ ମତଦାନ ହୋଇଛି।

  • Odisha Assembly Election 2024: ବିଞ୍ଝାରପୁରରେ ପୋଲିଂ ଅଫିସରଙ୍କ ମୃତ୍ୟୁ
    ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀସ୍ଥିତ ଫତେପୁରର ୧୫୭ ନମ୍ବର ବୁଥରେ ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

  • Odisha Assembly Election 2024: ନୀଳଗିରିରେ ଭୋଟରଙ୍କ ମୃତ୍ୟୁ
    ନୀଳଗିରିର ଈଶ୍ୱରପୁରର ଏକ ବୁତରେ ଭୋଟ ଦେବାକୁ ଆସିଥିବା ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ମୃତକଙ୍କ ବୟସ ପାଖାପାଖି ୭୭ ବର୍ଷ ହେବ। ସେ ଧାଡ଼ିରେ ଅଚେତ ହୋଇପଡ଼ି ତଳେ ପଡ଼ିଯାଇଥିବା ସୂଚନା ମିଳିଛି।

     

  • Odisha Assembly Election 2024:  ସକାଳ ୯ଟା ସୁଦ୍ଧା ପ୍ରାୟ ୭.୬୯% ଭୋଟିଂ

    ଆଜି ଶେଷ ପର୍ଯ୍ୟାୟ ନିର୍ବାଚନରେ  ରାଜଞରେ ୬ ଲୋକସଭା ମଣ୍ଡଳୀ ଓ ୪୨ ବିଧାନସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯାଉଛି। ସକାଳ ୯ଟା ସୁଦ୍ଧା ରାଜ୍ୟରେ ପ୍ରାୟ ୭.୬୯ % ମତଦାନ ହୋଇଛି। ସର୍ବାଧିକ ଭୋଟିଂ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ବେଳେ ସବୁଠାରୁ କମ୍ ଭୋଟ କେନ୍ଦ୍ରାପଡ଼ା ସ୍ଥାନରେ ହୋଇଛି। ମୟୁରଭଞ୍ଜରେ ୭.୩୩ % ଭୋଟିଂ ହୋଇଥିବା ବେଳେ, ବାଲେଶ୍ୱରରେ ୭.୪୬ %, କେନ୍ଦ୍ରାପଡ଼ାରେ ୭.୨୭ %, ଭଦ୍ରକରେ ୭.୭୯ %, ଯାଜପୁରରେ ୭.୭୪ % ଜଗତସିଂହପୁରରେ ୮.୫୪ ପ୍ରତିଶତ ଭୋଟିଂ ହୋଇଛି। କାଁ ଭାଁ ବିଶୃଂଖଳା ହୋଇଥିଲେ ମଧ୍ୟ  ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୯୯ ଳକ୍ଷ ୬୧ ହଜାର ଭୋଟର ଭୋଟ୍‍ ଦେବାର ବ୍ୟବସ୍ଥା ହୋଇଛି। ଏହି ପର୍ଯ୍ୟାୟରେ ୧୦୮୮୨ ବୁଥରେ ଭୋଟ ଗ୍ରହଣ କରାଯାଉଛି।

  • Odisha Assembly Election 2024: ଓଡ଼ିଶାର ଭୋଟରଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ଶାହ
    ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦେଶରେ ମତଦାନ ଜାରି ରହିଛି। ଏପରିସ୍ଥଳେ ଗୃହମନ୍ତ୍ରୀ ଅମିତ ଶାହ ନିଜ ଏକ୍ସ ହ୍ୟାଣ୍ଡେଲରେ ଓଡ଼ିଶାର ଭୋଟରଙ୍କୁ ଓଡ଼ିଆରେ ଅପିଲ୍ କରିଛନ୍ତି। ସେ କହିଛନ୍ତି ଓଡ଼ିଶାର ଭୋଟର ଭଉଣୀ ଏବଂ ଭାଇମାନେ! ଯେଉଁମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରତ୍ନଭଣ୍ଡାର ଉପରେ ଖରାପ ନଜର ପକାଇଛନ୍ତି, ସେମାନଙ୍କୁ ଉଚିତ ଶିକ୍ଷା ଦେବାର ସମୟ। ଯେଉଁମାନେ ବିକାଶରେ ଓଡ଼ିଶାକୁ ପଛରେ ପକାଇଛନ୍ତି ସେମାନଙ୍କୁ ବିଦାୟ ଦେବାର ଉଚିତ ସମୟ।

  • Odisha Assembly Election 2024: ପାଟକୁରା ଓ ମହାକାଳପଡା ଅଞ୍ଚଳରେ ବିଭିନ୍ନ ବୁଥରେ ଇଭିଏମ ଅଚଳ
    ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ଅବ୍ୟବସ୍ଥାର ଚିତ୍ର । ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କାମ କରୁନି ଇଭିଏମ୍ । ଯାଜପୁର ୯୮ ନମ୍ବର ବୁଥରେ କାମ କରୁନି ମେସିନ୍, ଅନ୍ୟପଟେ ବାଙ୍ଗିରିପୋଷୀରେ ମଧ୍ୟ ୯୪ ନମ୍ବର ବୁଥରେ ମତଦାନ ବିଳମ୍ବ ହେଇଛି । ସେହିପରି ଗୋପ ବ୍ଲକ ୨୬୩ ଓ ୨୬୪ ନମ୍ବର ବୁଥରେ ଧାର୍ଯ୍ୟ ସମୟ ପରେ ବି ଆରମ୍ଭ ହୋଇପାରିନି ଭୋଟିଂ ।ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ମତଦାତା ରହିଛନ୍ତି ।

  • Odisha Assembly Election 2024: ଭୋଟ ଦେଲେ ଯୋଗୀ
    ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ଗୋରଖନାଥରେ ଏକ ମତଦାନ ବୁଥରେ ନିଜର ଭୋଟ୍ ଦେଇଛନ୍ତି। ଗୋରଖପୁର ଆସନରେ ବିଜେପିର ରବି କିଶନ, ଏସପିର କାଜଲ ନିଶାଦ ଏବଂ ବିଏସପିର ଜାଭେଦ ଆଶରଫଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଭୋଟ୍ ଦେବା ପରେ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହା ଗଣତନ୍ତ୍ରର ପର୍ବ। ଆଜି ଉତ୍ତରପ୍ରଦେଶର 13 ଟି ସିଟ୍ ସମେତ 57 ଟି ଲୋକସଭା ଆସନରେ ଭୋଟ୍ ଗ୍ରହଣ କରାଯାଉଛି। ଯୁବ ତଥା ଦେଶ ପାଇଁ କାର୍ଯ୍ୟ କରିଥିବା ଦଳ ସଫଳ ହେବ। ଆମେ ନିଶ୍ଚିତ ଯେ ଜୁନ୍ on ରେ ପୁଣି ମୋଦୀ ସରକାର ଗଠନ ହେବ।

  • Odisha Assembly Election 2024: ପଶ୍ଚିମବଙ୍ଗରେ ହିଂସା
    ଆଜି ପଶ୍ଚିମବଙ୍ଗର 9 ଟି ଆସନରେ ମତଦାନ ଚାଲିଛି। ଆଜି ସକାଳେ ଦକ୍ଷିଣ 24 ପରଗାନାର ଯାଦବପୁର ଲୋକସଭା ଆସନର ଭଙ୍ଗର ଅଞ୍ଚଳରେ ହିଂସା ଘଟିଥିଲା। ଦୁଇ ଗୋଷ୍ଠୀ ପରସ୍ପର ସହ ସଂଘର୍ଷ କରିଥିଲେ। ଅଭିଯୋଗ ହୋଇଛି ଯେ ଏଠାରେ ବୋମା ବିସ୍ଫୋରଣ ହୋଇଥିଲା ଏବଂ ପୋଲିସ ମଧ୍ୟ ଏକ ବୋମା ଉଦ୍ଧାର କରିଛି। ଅଭିଯୋଗ ହୋଇଛି ଯେ ଆଇଏସଏଫ କର୍ମଚାରୀଙ୍କୁ ଟିଏମସି ଆକ୍ରମଣ କରିଥିଲା, ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

  • Odisha Assembly Elections 2024: ଭୋଟ ଦେଲେ ଲାଲୁ ଯାଦବ
    ଲାଲୁ ପ୍ରସାଦ ଯାଦବ ଆଜି ତାଙ୍କ ପରିବାର ସହିତ ଭୋଟ୍ ଦେଇଛନ୍ତି। ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ଝିଅ ମିସା ଭାରତୀଙ୍କ ସହ ସେ ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ସମର୍ଥକମାନେ ମଧ୍ୟ ବୁଥରେ ଏକାଠି ହୋଇଥିଲେ। ଭୋଟ୍ ଦେବା ପରେ ରାବ୍ରି ଦେବୀ ଦାବି କରିଛନ୍ତି ଯେ ଆମେ ବିହାରର ୪୦ଟି ସିଟ୍ ଜିତିବୁ। ଏହି କେନ୍ଦ୍ରରେ ଏକ ମିଳିତ ସରକାର ଗଠନ ହେବ।

     

  • Odisha Assembly Elections 2024: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ 
    Odisha assembly elections 2024: ଭୋଟ୍ ଦେଉଛି ଓଡିଶା । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହେଇଛି ମତଦାନ ପ୍ରକ୍ରିୟା । ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ପାଇଁ ବୁଥରେ ପ୍ରଥମ ଭୋଟର ଭାବେ ଭୋଟ୍ ଦେଇଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ବୁଥରେ ଆରମ୍ଭ ହେଇଛି ଭୋଟିଂ । ତେବେ ଆଜି ରାଜ୍ୟର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହେଇଛି । ଏହି ପର୍ଯ୍ୟାୟରେ ୩୯୪ ବିଧାନସଭା ଓ ୬୬ ଲୋକସଭା ପ୍ରାର୍ଥୀଙ୍କ ପରୀକ୍ଷା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଛନ୍ତି ସବୁଠୁ ଅଧିକ ଭୋଟର । ଏହି ପର୍ଯ୍ୟାୟରେ ୯୯ ଲକ୍ଷ ୬୧ ହଜାର ମତଦାତା ରହିଛନ୍ତି ।

  • Odisha Assembly Elections 2024: ବାଲେଶ୍ୱରରେ ସର୍ବାଧିକ ସୁରକ୍ଷା କର୍ମୀ
    Odisha assembly elections 2024: ସବୁଠାରୁ ଅଧିକ କେନ୍ଦ୍ରୀୟବଳ ବାଲେଶ୍ୱର ଜିଲ୍ଲାରେ ମୁତ୍ତୟନ କରାଯାଇଛି। ଏଠାରେ ୨୨ କମ୍ପାନୀ  କେନ୍ଦ୍ରୀୟ ସୁରକ୍ଷାବଳ ରହିଥିବାବେଳେ, ଯାଜପୁରରେ ୨୦, ଭଦ୍ରକରେ ୧୬, କେନ୍ଦ୍ରାପଡ଼ାରେ ୧୮, ଜଗତସିଂହପୁର ୪ ବିଧାନସଭା ମଣ୍ଡଳୀ ଲାଗି ୧୨ କମ୍ପାନୀ, ମୟୁରଭଞ୍ଜ ଲାଗି ୧୮ କମ୍ପାନୀ, କଟକର ୩ ବିଧାନସଭା ମଣ୍ଡଳୀ ଲାଗି ୧୨ କମ୍ପାନୀ ଏବଂ ପୁରୀର ୨ ବିଧାନସଭା ମଣ୍ଡଳୀ ଲାଗି ୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ମୁତ୍ତୟନ ହୋଇଛନ୍ତି।

  • Odisha assembly elections 2024:ନିର୍ବାଚନ ହେଉଥିବା ୮ଟି ଜିଲ୍ଲାରେ ୧୨୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ
    Odisha assembly elections 2024: ନିର୍ବାଚନ ହେଉଥିବା ୮ଟି ଜିଲ୍ଲାରେ ୧୨୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏହି ନିର୍ବାଚନରେ ମୁତ୍ତୟନ ହୋଇଛନ୍ତି। ଏହାଙ୍କ ସହ ପୁଲିସ କର୍ମଚାରୀ ଅଲଗା ଭାବେ ମୁତ୍ତୟନ କରାଯାଇଛି। ଯେଉଁ ବୁଥଗୁଡ଼ିକ ସମ୍ବେଦନଶୀଳ ସେଠାରେ ସଶସ୍ତ୍ର ବାହିନୀକୁ ମୁତ୍ତୟନ କରାଯାଇଛି। ଏହା ପୂର୍ବରୁ ଦଳଗୁଡ଼ିକ ସହ ଆଲୋଚନା କରାଯାଇଛି।

  • Odisha assembly elections 2024: ୬ ଆସନରେ ମତଦାନ
    Odisha assembly elections 2024: ଯେଉଁ ୬ ଲୋକସଭା ମଣ୍ଡଳୀରେ ଏଥର ନିର୍ବାଚନ ହେବ ସେଗୁଡ଼ିକ ହେଲା ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜଳ କେନ୍ଦ୍ରାପଡ଼ା, ଜଗତସିଂହପୁର। ଏହି  ସଂସଦୀୟ ନିର୍ବାଚନ ମଣ୍ଡଳୀ ସବୁ ୮ଟି ଜିଲ୍ଲା ଭିତରେ ଆସୁଛନ୍ତି।

     

  • Odisha assembly elections 2024: ୨୭୫ କୋଟିରୁ ଅଧିକ ଟଙ୍କା ଓ ସାମଗ୍ରୀ ଜବତ
    Odisha assembly elections 2024: ନିର୍ବାଚନ କମିଶନ ଏହି ନିର୍ବାଚନରେ ସମୁଦାୟ ୨୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଓ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ତୁଳନା କଲେ ଏହା ୬ ଗୁଣାରୁ ଅଧିକ ହେବ। ୨୦୧୪ ମସିହାରେ ସମୁଦାୟ ୨୦କୋଟି ୮୦ ହଜାର ଟଙ୍କା ଓ ସାମଗ୍ରୀ ଜବତ କରାଯାଇଥିଲା। ୨୦୧୯ରେ ଏହି ପରିମାଣ ଦ୍ୱିଗୁଣିତ ହୋଇ ୪୪ କୋଟି ୭୦ ହଜାରରେ ପହଞ୍ଚିଥିଲା। ଅର୍ଥାତ୍‍ ଚଳିତ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିବା ୬ ଗୁଣା ଟଙ୍କା ଓ ସାମଗ୍ରୀ ଜବତ କରାଯାଇଛି।

     

  • Odisha assembly elections 2024: ସୁନା ବଣ୍ଟା ଯାଇଥିବା ନେଇ ଅଭିଯୋଗ
    Odisha Election 2024:  ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସୁନା ବଣ୍ଟା ଯାଉଥିବା ଅଭିଯୋଗ ହେବାରୁ ପ୍ରଥମ ଥର ପାଇଁ ବେଆଇନ ସୁନା ଚାଲାଣକୁ ମାତ ଦିଆଯାଇଛି। ଏଥର ୧୪ କୋଟି ୭୪ ଲକ୍ଷ ଟଙ୍କାର ସୁନା ତଥା ମୂଲ୍ୟବାନ ଧାତୁ ଜବତ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

  • Odisha Election 2024: ମାଦକ ଦ୍ରବ୍ୟ ଜବତ
    Odisha Election 2024:  ଗଞ୍ଜେଇ ଭଳି ମାଦକ ଦବ୍ୟ ମଧ୍ୟ ଏଥର ଯଥେଷ୍ଟ ପରିମାଣରେ ଜବତ କରାଯାଇଛି। ଏହି ପରିମାଣ ୭୮ କୋଟି ମୂଲ୍ୟକୁ ଛୁଇଁଛି। ୨୦୧୪ରେ ଏହି ପରିମାଣ ୭ କୋଟି ୨୩ ଲକ୍ଷ ଥିଲା। ୨୦୧୯ରେ ଜବତ ହୋଇଥିବା ଗଞ୍ଜେଇ ଓ ଅନ୍ୟ ମାଦକର ମୂଲ୍ୟ ୨୨ କୋଟି ରହିଥିଲା।

  • Odisha Election 2024:  ୨୦ କୋଟି ନଗଦ ଜବତ
    Odisha Election 2024:  ଏହି ନିର୍ବାଚନ ପରିପ୍ରେକ୍ଷୀରେ ୨୦ କୋଟି ୮୦ ଲକ୍ଷ ଟଙ୍କା ନଗଦ ଆକାରରେ ବିଭିନ୍ନ ଏଜେନ୍ସୀ ଦ୍ୱାରା ଜବତ ହୋଇଛି। ୨୦୧୪ରେ ଏହି ପରିମାଣ ୧ କୋଟି ୮୯ ଲକ୍ଷ ଥିବାବେଳେ ୨୦୧୪ରେ ୧ କୋଟି ୧୭ ଲକ୍ଷ ଥିଲା। ଜବତ ହୋଇଥିବା ମଦର ମୂଲ୍ୟ ଏବର୍ଷ ଏଯାଏ ୪୦ କୋଟି ୭୫ ଲକ୍ଷ ହୋଇଥିବାବେଳେ ୨୦୧୯ରେ ୯ କୋଟି ୪୨ ଲକ୍ଷ ଏବଂ ୨୦୧୪ରେ ଏହି ପରିମାଣ ୬ କୋଟି ୬୫ ଲକ୍ଷ ଥିଲା।

  • Odisha Election 2024: ସର୍ବାଧିକ ମାଦକ ଦ୍ରବ୍ୟର ବ୍ୟବହାର
    Odisha Election 2024:  ନିର୍ବାଚନକୁ ପ୍ରଭାବିତ କରିବା ଲାଗି ଏହି ନିର୍ବାଚନରେ ପୂର୍ବାପେକ୍ଷା ଅଧିକ ଟଙ୍କା, ସୁନା ଓ ମାଦକ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ମାର୍ଚ୍ଚ ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୨୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ଓ ସାମଗ୍ରୀ ଜବତ କରାଯାଇଛି। ପୂର୍ବ ବର୍ଷଗୁଡ଼ିକୁ ତୁଳନା କଲେ ଏହା ୬ ଗୁଣାରୁ ଅଧିକ ହେବ। ୨୦୧୪ ମସିହାରେ ସମୁଦାୟ ୨୦କୋଟି ୮୦ ହଜାର ଟଙ୍କା ଓ ସାମଗ୍ରୀ ଜବତ କରାଯାଇଥିଲା। ୨୦୧୯ରେ ଏହି ପରିମାଣ ଦ୍ୱିଗୁଣିତ ହୋଇ ୪୪ କୋଟି ୭୦ ହଜାରରେ ପହଞ୍ଚିଥିଲା। ଅର୍ଥାତ୍‍ ଚଳିତ ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଥିବା ୬ ଗୁଣା ଟଙ୍କା ଓ ସାମଗ୍ରୀ ଜବତ କରାଯାଇଛି।

  • Odisha Election 2024:  ଭାଗ୍ୟ ପରଖୁଛନ୍ତି ୪୬୦ ଜଣ ପ୍ରାର୍ଥୀ 
    Odisha Election 2024:  ରାଜ୍ୟରେ ଏଥର ସମୁଦାୟ ୪୬୦ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ବାହାରିଛନ୍ତି। ସେଥିରୁ ସଂସଦୀୟ ପ୍ରାର୍ଥୀ ୬୬ଜଣ ହୋଇଥିବାବେଳେ ୩୯୪ ଜଣ  ୪୨ଟି ବିଧାନ ସଭା ଆସନ ଲାଗି ପ୍ରାର୍ଥୀ ହୋଇଛନ୍ତି।

  • Odisha Election 2024: ଭାଗ୍ୟ ନିର୍ଦ୍ଧାରଣ କରିବେ ସର୍ବାଧିକ ଭୋଟର
    Odisha Election 2024: ପୂର୍ବ ପର୍ଯ୍ୟାୟଗୁଡ଼ିକ ଅପେକ୍ଷା ଏଥର ସର୍ବାଧିକ ଭୋଟର ଭୋଟ ସମୁଦାୟ ଭୋଟରଙ୍କ ସଂଖ୍ୟା ୯୯ ଲକ୍ଷ ୬୧ ହଜାର। ଏଥିରୁ ପୁରୁଷ ୫୦ ଲକ୍ଷ ୮୮ ହଜାର ହୋଇଥିବାବେଳେ, ମହିଳାଙ୍କ ସଂଖ୍ୟା ହେଉଛି ୪୮ ଲକ୍ଷ ୭୨ ହଜାର। ୬୮୭ ଜଣ ତୃତୀୟ ଲିଙ୍ଗ ଅନ୍ତର୍ଭୁକ୍ତ।

  • Odisha Election 2024: ୬ ଲୋକସଭା ମଣ୍ଡଳୀ ଓ ୪୨ ବିଧାନସଭା ମଣ୍ଡଳୀ ଲାଗି ଭୋଟଗ୍ରହଣ 
    Odisha Election 2024: ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସମୁଦାୟ ୧୦୮୮୨ଟି ବୁଥ ପ୍ରସ୍ତୁତ କରାଯାଇଛି। ସମସ୍ତ ବୁଥରେ ମକ୍‍ ପୁଲିଂ ବି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୪୦୦ରୁ ଅଧିକ ମହିଳା କର୍ମଚାରୀଙ୍କୁ ବୁଥ ପରିଚାଳନା ଦାୟିତ୍ୱ ଦିଆଯାଇଛି। ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକଙ୍କ ସମେତ ୩ ପୁଲିସ ପର୍ଯ୍ୟବେକ୍ଷକ ଏବଂ ୧୮ଜଣ ଖର୍ଚ୍ଚ ଆକଳନ କରିବା ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।

  • Odisha Election 2024: ୬ ଲୋକସଭା ମଣ୍ଡଳୀ ଓ ୪୨ ବିଧାନସଭା ମଣ୍ଡଳୀ ଲାଗି ଭୋଟଗ୍ରହଣ 
    Odisha Election 2024: ଓଡ଼ିଶାରେ ୬ ଲୋକସଭା ମଣ୍ଡଳୀ ଓ ୪୨ ବିଧାନସଭା ମଣ୍ଡଳୀ ଲାଗି ଭୋଟଗ୍ରହଣ ଆଜି ଅନୁଷ୍ଠିତ ହେବ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହେବ। ସନ୍ଧ୍ୟା ୬ଟା ଯାଏ ମତଦାନ ଜାରି ରହିବ। ଯେଉଁ ବୁଥରେ ସନ୍ଧ୍ୟା ୬ଟା ପରେ ଭୋଟର ରହିବେ ସେଠାରେ ତାଙ୍କୁ ମତଦାନ କରିବାକୁ ସୁଯୋଗ ଦିଆଯିବ। 

  • Odisha News Live Updates: ୧୬ ଜିଲ୍ଲାକୁ ୟେଲୋ ୱାର୍ଣିଂ, ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା
     ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ଅସହ୍ୟ ଗରମ ଓ ଗୁଳୁଗୁଳି। ଆହୁରି ୩ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା କାରଣରୁ ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ରାଜ୍ୟର କେତେକ ଜିଲ୍ଲାରେ ଏବେ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବା ବେଳେ ଆଉ କିଛି ଜିଲ୍ଲାରେ ବର୍ଷା ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାରେ ଏବେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ, ଉତ୍ତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି।

  • Today Horoscope: ଏହି ୪ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • Odisha Election 2024: ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ
    Odisha Election 2024: ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ। ୮୦ ଦିନର ନିର୍ବାଚନ ପ୍ରକ୍ରିୟାର ଆଜି ଶେଷ ଦିନ। ୧୯୫୧-୫୨ ଅର୍ଥାତ୍‍ ପ୍ରଥମ ନିର୍ବାଚନ ପରେ ଏହା ସବୁଠାରୁ ଲମ୍ବା ସମୟଧରି ଚାଲିଥିବା ନିର୍ବାଚନ। ଆଜିର ଦିନରେ ଦେଶର ୫୭ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏଥିଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନରେ ସମୁଦାୟ ୯୦୪ ଜଣ ପ୍ରାର୍ଥୀ  ନିଜର ଭାଗଗ୍ୟକୁ ଜନତାଙ୍କ ହାତରେ ପରୀକ୍ଷା ପାଇଁ ଛାଡ଼ିଛନ୍ତି। ସର୍ବାଧିକ ପ୍ରାର୍ଥୀ ବିଏସ୍‍ପିର ୫୬ଜଣ ରହିଥିବାବେଳେ ବିଜେପିର ୫୧, ଏବଂ କଂଗ୍ରେସ ପକ୍ଷରୁ ୩୧ ଜଣ ପ୍ରାର୍ଥୀ ରଣାଙ୍ଗନରେ ରହିଛନ୍ତି। Odisha Election 2024: ପଞ୍ଜାବରେ ଏକ ସଙ୍ଗେ ନିର୍ବାଚନ ହେଉଥିବାରୁ ୩୨୮ ପ୍ରାର୍ଥୀ ସମୁଦାୟ ପ୍ରାର୍ଥୀ ରହିଛି। ଉତ୍ତର ପ୍ରଦେଶର ୧୩ ଆସନ ପାଇଁ ୧୪୪ , ବିହାରର ୮ ଆସନ ପାଇଁ ୧୩୪ ପଶ୍ଚିମବଙ୍ଗର ୯ ଆସନ ଲାଗି ୧୨୪ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି।

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଆଜି ହେଉଛି ଦେଶ ତଥା ରାଜ୍ୟର ଅନ୍ତିମ ପର୍ଯ୍ୟାୟ ମତଦାନ। ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ରାଜ୍ୟ ଚତୁର୍ଥ ପର୍ଯ୍ୟାୟରେ ମତାଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link