କୋଶଲ ରାଜ୍ୟ ପାଇଁ ହରିଶଙ୍କରଙ୍କ ନିକଟରେ ଧ୍ୟାନ କଲେ ମନୋଜ ମିଶ୍ର
Advertisement
Article Detail0/zeeodisha/odisha2273869

କୋଶଲ ରାଜ୍ୟ ପାଇଁ ହରିଶଙ୍କରଙ୍କ ନିକଟରେ ଧ୍ୟାନ କଲେ ମନୋଜ ମିଶ୍ର

ମନୋଜ ମିଶ୍ର ପବିତ୍ର ସ୍ଥାନ ହରିଶଙ୍କର ବାବାଙ୍କ ପୀଠରେ ପହଞ୍ଚି ଧ୍ୟାନ କରିଛନ୍ତି ।

କୋଶଲ ରାଜ୍ୟ ପାଇଁ ହରିଶଙ୍କରଙ୍କ ନିକଟରେ ଧ୍ୟାନ କଲେ ମନୋଜ ମିଶ୍ର

ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧ୍ୟାନକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିବା ସମୟରେ ଓଲିଉଡ ଅଭିନେତା ତଥା କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ରଙ୍କ ଫେସବୁକ ପୋଷ୍ଟକୁ ନେଇ ମଧ୍ୟ ଓଡ଼ିଶାରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ମନୋଜ ମଧ୍ୟ ପବିତ୍ର ସ୍ଥାନ ହରିଶଙ୍କର ବାବାଙ୍କ ପୀଠରେ ପହଞ୍ଚି ଧ୍ୟାନ କରିଛନ୍ତି ।

ମନୋଜ ନିଜ ଫେସବୁକ ପେଜରେ ଧ୍ୟାନ ସମୟର ଏକ ଫଟୋ ଛାଡି ସମ୍ୱଲପୁରୀ ଭାଷାରେ ଲେଖିଛନ୍ତି ଯେ, 'କୋଶଲ ରାଏଜ୍ ଲାଗି ହରିଶଙ୍କର ବାବା ନ ଧ୍ୟାନ କଲି । ଜୟ କୋଶଲ' । ମନୋଜଙ୍କ ଏହି ଫଟୋରେ ଦେଖିବାକୁ ମିଳିଛି ସେ ଏକ ଝରଣା କୂଳରେ ଧ୍ୟାନ ମୁଦ୍ରାରେ ବସିଛନ୍ତି । ଯେଉଁଠି ଉପରୁ ଝରଣା ପାଣି ମନୋଜଙ୍କ ଉପରେ ପଡୁଥିବାର ଦେଖିବାକୁ ମିଳିଛି । ଏଥିସହ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ସ୍ଥାନଟି । ମନୋଜ ଫଟୋଟି ସେୟାର କରିବା ପରେ ତାଙ୍କ ପୋଷ୍ଟରେ ବିଭିନ୍ନ ପ୍ରକାରର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ, ଆଜି ସମଗ୍ର ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ହୋଇଛି । ଜୁନ ୦୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟା କୁମାରୀରେ ପହଞ୍ଚି ଧ୍ୟାନରେ ବସିଥିଲେ । ଏଥିସହ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା କରିବା ପରେ ସ୍ୱାମୀ ବିବେକାନନ୍ଦଙ୍କୁ ମଧ୍ୟ ସ୍ମରଣ କରିଥିଲେ । ଆଜି ଦିନ ୧.୩୦ ସମୟରେ ଧ୍ୟାନ ଭଗ୍ନ କରିଥିଲେ ପ୍ରଧାନମନ୍ତ୍ରୀ ।

Also Read- ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ତାଳଚେର ଅଞ୍ଚଳ ପରିଦର୍ଶନ

Also Read- ୪୦୦+ ସ୍ୱପ୍ନ ଚୂରମାର କିନ୍ତୁ ଏନ୍‍ଡିଏ ପାଇବ ବହୁମତ !