Odisha Daily News Live: ଆଜି ପହିଲି ରଜ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Prabhudatta Moharana Fri, 14 Jun 2024-10:49 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Odisha Daily News Live: ଭଞ୍ଜନଗର ନିକଟରେ ଓଏସ୍ଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ବାଲିଗୁଡ଼ା ଅଭିମୁଖେ ଯାଉଥିବାବେଳେ ବେଲଗୁଣ୍ଠା ଥାନା ବାଣତୁମ୍ବ ନିକଟରେ ରାସ୍ତାକଡ଼ ଗଛକୁ ଧକ୍କାଦେଇଛି ବସ୍ ।  ବସ୍‌ରେ ମୋଟ ୪୦ରୁ ଅଧିକ ଯାତ୍ରୀ ଥିବା ନେଇ ସୂଚନା ।

  • SSC GD Constable Recruitment 2024: ବହୁ ପ୍ରତୀକ୍ଷିତ ଷ୍ଟାଫ୍ ସିଲେକ୍ସନ କମିଶନ କନଷ୍ଟେବଲ୍ ନିଯୁକ୍ତି ୨୦୨୪ ପାଇଁ କର୍ମଚାରୀ ଚୟନ ଆୟୋଗ (SSC) ଏକ ସଂଶୋଧିତ ଖାଲି ତାଲିକା ପ୍ରକାଶ କରିଛି । ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏହା ଏକ ଖୁସି ଖବର । ଖାଲିଥିବା ପଦବୀ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି । ପୂର୍ବରୁ ୨୬ ହଜାର ପଦବୀ ଘୋଷଣା କରାଯାଇଥିବା ସମୟରେ ବର୍ତ୍ତମାନ ତାଲିକାରେ ୪୬,୬୧୭ ପଦବୀ ପୂରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅଧିକ ପଢ଼ନ୍ତୁ

  • Odisha Daily News Live: ‘ଦିଦି ନମ୍ବର ୧ - ନୂଆ ଓଡିଶାର ନୂଆ ଉତ୍ସବ’। ଏହି ରିଆଲିଟି ଶୋରେ ଓଡ଼ିଶାର ୩୦ଟି ଜ଼ିଲ୍ଲାର କୋଣ ଅଣୁକୋଣରୁ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି । କହିହେବ ଯେ, ଓଡ଼ିଶାର ସମସ୍ତ ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ହେବାକୁ ଯାଉଛି ମହାମିଳନ । ଅଧିକ ପଢ଼ନ୍ତୁ

  • Odisha Daily News Live: Top 10 News Today ଦିନଯାକର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

  • Odisha Daily News Live: କୋଣାର୍କ ବଡ଼ ନିନିଗାଁ ଛକରେ ଗ୍ରାହକଙ୍କୁ ତେଜରାତି ଦୋକାନୀଙ୍କ ଆକ୍ରମଣ ଅଭିଯୋଗ । ଭୁଜାଲି ମାଡ଼ରେ ୨ ଗ୍ରାହକ ରକ୍ତାକ୍ତ ହୋଇଥିବା ସୂଚନା । ଏନେଇ ବଳଙ୍ଗା ଥାନାରେ ଏତଲା ଦିଆଯାଇଛି ।

  • Odisha Daily News Live: ଶେଷ ହେଲା ଛତିଶା ନିଯୋଗ ବୈଠକ । ବୈଠକରେ ରାଜେନ୍ଦ୍ରଭିଷେକ ନୀତି ଠାରୁ ଦେବସ୍ନାନ ପୂର୍ଣ୍ଣିମା ନୀତି ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ କରାଯାଇଛି ସବିଶେଷ ଆଲୋଚନା । ସେହିପରି ଦେବସ୍ନାନ ପୂର୍ଣ୍ଣିମା ଦିନ ବ୍ୟବସ୍ତା ଭଳି ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ମହାପ୍ରଭୁଙ୍କ ପହଣ୍ଡି ବିଜେ, ଜଳ ବିଜେ, ସ୍ନାନ ନୀତି, ବେଶ ଆଦି ଉପରେ ନୀତିକୁ ଅନୁମୋଦିତ କରାଯାଇଛି । ଅଧିକ ପଢ଼ନ୍ତୁ

  • Odisha Daily News Live: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତିଙ୍କ ସୂଚନା ମୁତାବକ, ରାଜ୍ୟର ଅନେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି । ବିଶେଷ କରି ବରଗଡ଼, ସମ୍ୱଲପୁର, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ଅଧିକ ଗରମ ଅନୁଭୂତ ହୋଇପାରେ । କେବଳ ସେତିକି ନୁହେଁ ଜୁନ ୧୫, ୧୬ ଏବଂ ୧୭ ତାରିଖ ୩ଦିନ ଧରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । 

  • Odisha Daily News Live: ମୋଦୀ ସରକାର ୩.୦ ଆରମ୍ଭ ହେବା ପରେ ଆଜି ପ୍ରଥମଥର ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅଧିକ ପଢ଼ନ୍ତୁ

  • Odisha Daily News Live: ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ପରିଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶର ସୁରକ୍ଷା ଲାଗି ନୌସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିଥିବା ସୂଚନା ମିଳିଛି ।

  • Odisha Daily News Live: ଟେଲର ଦୋକାନରେ ପଶି ମାଆ ଏବଂ ଝିଅଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲି ଅଞ୍ଚଳରେ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ମାଆ ଏବଂ ଝିଅଙ୍କୁ ପ୍ରଥମେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର କାରଣ ଜଣାପଡ଼ି ନଥିବା ସମୟରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

  • Odisha Daily News Live: ପ୍ରବଳ ଗରମ ତଥା ଗ୍ରୀଷ୍ମର ପ୍ରକୋପରୁ ଆରାମ ପାଇବେ ରାଜ୍ୟବାସୀ । କାରଣ ରଜ ସରିବ ବର୍ଷା ଆରମ୍ଭ ହେବ । ଜୁନ ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ୧୭ ତାରିଖ ଅର୍ଥାତ ସୋମବାର ଦିନ କନ୍ଧମାଳ, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

  • Odisha Daily News Live: ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି । ଉକ୍ତ ବୈଠକରେ ରାଜ୍ୟର ସାମଗ୍ରୀକ ବିକାଶ, ସ୍ଥିତି ଓ ଆହ୍ୱାନ ସମ୍ପର୍କରେ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ

  • Odisha Daily News Live: ବିଧାନସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ଏବଂ କଂଗ୍ରେସ ହିଁ ଲୋକଙ୍କ ସମସ୍ୟାକୁ ଗୃହରେ ଉଠାଇବା ସହ ସ୍ୱର ଶାଣିତ କରିବ ବୋଲି କହିଛନ୍ତି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି

  • Odisha Daily News Live: ଆଜି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ଛତିଶା ନିଯୋଗ ବୈଠକ ବସିବ । ରାଜେନ୍ଦ୍ରାଭିଷେକ ଠାରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତିକାନ୍ତି ଚୂଡ଼ାନ୍ତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ସଦସ୍ୟମାନେ ଏହି ଛତିଶା ନିଯୋଗ ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି ।

  • Odisha Daily News Live: ରାଜଡଙ୍ଗା ମେନ୍‌ ରୋଡରେ ଥିବା ଆକ୍ରୋପଲିସ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମଲରେ ଜନସାଧାରଣ ସପିଂ କରୁଥିବା ସମୟରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଖବର ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିବା ପରେ ତୁରନ୍ତ ୧୦ଟି ଗାଡି ନିୟୋଜିତ କରାଯାଇ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଇଛି ... ଅଧିକ ପଢନ୍ତୁ

     

  • Odisha Daily News Live: Top 10 News Today: ଅପରାହ୍ମର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

  • Odisha Daily News Live: ନୂଆ ପୋଲିସ ଆଇନ ଲାଗୁ ନେଇ ସବୁ ଡିଜିପିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଡିଜିପିଙ୍କ ସହ ହୋଇଥିଲା ଆଲୋଚନା । ଜୁଲାଇ ପହିଲାରୁ ସାରା ଦେଶରେ ନୂଆ ଆଇନ ଲାଗୁ ହେବ ବୋଲି ସୂଚନା ମିଳିଛି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ ହେବ । ଭାରତୀୟ ସାକ୍ଷ୍ୟ ଆଇନ ମଧ୍ୟ ଜୁଲାଇ ପହିଲାରୁ ଲାଗୁ ହେବ ବୋଲି ଜଣାପଡିଛି ।

  • Odisha Daily News Live: ନୂଆ ପୋଲିସ ଆଇନ ଲାଗୁ ନେଇ ସବୁ ଡିଜିପିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଡିଜିପିଙ୍କ ସହ ହୋଇଥିଲା ଆଲୋଚନା । ଜୁଲାଇ ପହିଲାରୁ ସାରା ଦେଶରେ ନୂଆ ଆଇନ ଲାଗୁ ହେବ ବୋଲି ସୂଚନା ମିଳିଛି । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଲାଗୁ ହେବ । ଭାରତୀୟ ସାକ୍ଷ୍ୟ ଆଇନ ମଧ୍ୟ ଜୁଲାଇ ପହିଲାରୁ ଲାଗୁ ହେବ ବୋଲି ଜଣାପଡିଛି ।

  • Odisha Daily News Live: କଟକ ସଦର ଥାନା ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିବା ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କର ମୃତ୍ୟୁ ଘଟିଛି। ମୃତ ହାବିଲଦାର ହେଲେ କଟକ ସଦର ଥାନାର ପ୍ରଦୀପ ମଲ୍ଲିକ। ସେ ରିଜର୍ଭ ପୁଲିସରେ ଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ୍‌ରେ ସାମିଲ ହୋଇଥିଲେ।

  • Odisha News Live Updates: କୁଏତ ଅଗ୍ନିକାଣ୍ଡ: କେରଳରେ ପହଞ୍ଚିଲା ୪୫ଜଣ ଭାରତୀୟଙ୍କ ମୃତଦେହ
    କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ଜଣ ଭାରତୀୟଙ୍କ ମୃତଦେହ କେରଳ କୋଚି ବିମାନ ବନ୍ଦରରେ ପହଞ୍ଚିଛି । ଭାରତୀୟ ବାୟୁସେନାର ସି-୧୩୦ ଜେ ସୁପର ହୁରକ୍ୟୁଲସରେ ସେମାନଙ୍କ ମୃତଦେହକୁ ସ୍ୱଦେଶ ଅଣାଯାଇଛି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ନିଜେ ବିମାନ ବନ୍ଦର ଯାଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।  ଏଠାରୁ ମୃତଦେହଗୁଡିକୁ ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ପହଞ୍ଚାଇବା ପରେ ସେଠାରୁ ସେମାନଙ୍କ ନିଜ ନିଜ ପରିବାରକୁ ପଠାଯିବାର ସୂଚନା ରହିଛି।

  • Odisha News Live Updates: ନିଷ୍କ୍ରିୟ କରିବା ବେଳେ ଫୁଟିଲା ଜବତ ବୋମା, ଉଡ଼ିଗଲା ହାବିଲଦାରଙ୍କ ପ୍ରାଣବାୟୁ
    ଜବତ ବୋମା ନିଷ୍କ୍ରିୟ କଲା ବେଳେ  ନିଷ୍କ୍ରିୟକାରୀ ପୁଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ। ପୁଲିସ ଜବତ କରିଥିବା କିଛି ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବୋମା ଫୁଟିଯାଇଥିଲା। ଫଳରେ ବୋମା ନିଷ୍କ୍ରିୟ କରୁଥିବା ହାବିଲଦାର ଗୁରୁତର ଆହତ ହୋଇଥିଲେ। ତାଙ୍କୁ କଟକ ଏସସିବି ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • Odisha News Live Updates: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ସ୍କୁଟି ଆରୋହୀଙ୍କ ମୃତ୍ୟୁ
    ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍କୁଟିରେ ବସି ଯାଉଥିବା ଜଣେ ମହିଳା ଓ ପୁରୁଷଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ସ୍ଥାନୀୟ ଚାନ୍ଦିଲି ଥାନା ପୁଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରି ନ ଥିବା ବେଳେ ସ୍କୁଟି ଚାଳକ କଲ୍ୟାଣସିଙ୍ଗପୁର ବ୍ଲକ କରପା ପଂଚାୟତ ଅନ୍ତର୍ଗତ ପାଣ୍ଡାପଡ଼ା ଗ୍ରାମର ସୁରେନ୍ଦ୍ର ମହାନନ୍ଦିଆ ବୋଲି ଜଣାପଡ଼ିଥିବା ବେଳେ ମହିଳା ଜଣକ ମନୀଷା ବେଗରାଇ ବୋଲି ପରିଚୟ ମିଳିଛି।

  • Odisha News Live Updates: ୫୦ତମ ଜି୭ ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀରେ ମୋଦୀ
    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ୫୦ ତମ ଜି୭ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ତାଙ୍କର ଇଟାଲୀ ଗସ୍ତ ଆରମ୍ଭ କରିଥିଲେ। ତୃତୀୟ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଯାତ୍ରା ଅଟେ। ସେ ଅଧିବେଶନରେ ଯୋଗଦେବା ପାଇଁ ଇଟାଲୀର ଆପୁଲିଆରେ ପହଞ୍ଚି ଶୁକ୍ରବାର (ଆଜି) ଏହି କାର୍ଯ୍ୟକ୍ରମରେ ଅନେକ ନେତାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ରେକର୍ଡ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୈଦେଶିକ ଯାତ୍ରା।

  • Odisha News Live Updates: ରାସ୍ତାକଡ଼ରେ ଦୋକାନକୁ ମାଡ଼ିଗଲା ଟ୍ରକ: ଜଣେ ମୃତ, ୨ ଗୁରୁତର
    ଧରାକୋଟ ଥାନା ଅନ୍ତର୍ଗତ ବାହାଡାଗୁଡା ଛକ ଚାନ୍ଦିନୀରେ ବସିଥିବା ବେଳେ ମାଡ଼ିଗଲା ଟ୍ରକ। ଚାପି ହୋଇ ଜଣେ ମୃତ,୨ଗୁରୁତର। ଗୁରୁତରମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ୪୫ ବର୍ଷୀୟ ମହେନ୍ଦ୍ର ବିଷୋୟୀ ଓ ଗୁରୁତରମାନେ ହେଲେ ଗ୍ରାମର ବୃନ୍ଦାଵନ ସ୍ୱାଇଁ ଏବଂ କାମେଶ୍ୱର ସେଠୀ।

  • Odisha News Live Updates: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି ଦୁଇ ଓଡ଼ିଆ, ମିଳିଲା ପରିଚୟ
    କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଶେଷ ଖବର ସୁଦ୍ଧା ଏହି ସୂଚନା ହସ୍ତଗତ ହୋଇଛି। ଓଡ଼ିଶାର ଦୁଇ ମୃତକ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ ଜାହୁର। ମିଳିଥିବା ସୂଚନା ଅନୁଯାୟୀ, ମହମ୍ମଦ ଜାହୁର କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ତାରାଡାପାଲିର ବାସିନ୍ଦା। କୁଏତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ମୃତକଙ୍କ ତାଲିକାରେ ଏହି ଦୁଇ ଜଣଙ୍କ ନାମ ଥିବା ଜଣାପଡିଛି। କୁଏତ ସହରର ଅଲ-ମଙ୍ଗଫ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଗଠିତ ଏକ ୬ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ପୋଷ୍ଟରେ କହିଛନ୍ତି, କୁଏତରେ ଅଗ୍ନିକାଣ୍ଡ ଘଟଣାରେ କୁଏତର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ୍ ୟାହ୍ୟାଙ୍କ ସହ କଥା ହୋଇଛନ୍ତି। ଏ ଦିଗରେ କୁଏତ କର୍ତ୍ତୃପକ୍ଷ କରିଥିବା ପ୍ରୟାସ ସମ୍ପର୍କରେ ଅବଗତ କରାଇଥିଲେ। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯାଇ ଦାୟିତ୍ବ ନିର୍ଦ୍ଧାରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

  • Odisha News Live Updates: ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଦୁଇଜଣଙ୍କ ଜୀବନ
    ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଯାଏଦୁଇ ମୃତକଙ୍କର ପରିଚୟ ମିଳିନାହିଁ।

  • Odisha News Live Udpates: ଛିଣ୍ଡୁନି ଅଙ୍କ, ବଣ୍ଟାଯାଇପାରୁନି ମନ୍ତ୍ରୀଙ୍କୁ ବିଭାଗ
    ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଦାୟିତ୍ୱ ନେବା ଆଜିକୁ ତିନି ଦିନ ହୋଇଛି। ଏହି ତିନିଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳର ୧୬ଜଣ ସଦସ୍ୟ ଶପଥ ନେଇ ସାରିଥିଲେ ମଧ୍ୟ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇ ପାରୁନାହିଁ। ପ୍ରଥମ ଦିନରେ କିଛି  ବରିଷ୍ଠ ସଦସ୍ୟଙ୍କ ଅପମାନବୋଧ କରିବା, ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସୋଶାଲ୍‍ ମିଡିଆ ଆକାଉଣ୍ଟ ଜାଲି ବୋଲି ପ୍ରଚାର କରାଯିବା ଆଉ ତିନି ଦିନ ଭିତରେ ସରକାରଙ୍କ ଲକ୍ଷ୍ୟ ତଥା ପ୍ରଥମ ୧୦୦ ଦିନର କାମ ସ୍ପଷ୍ଟ କରାଯାଇ ନପାରିବା ଏକ ଧିମା ସରକାରର ପରିଚୟ ଦେଉଥିବା ଆଲୋଚନା ହେଉଛି।  ପଢନ୍ତୁ ପୂରା ରିପୋର୍ଟ...

  • Odisha News Live Updates: ବିଧାୟକଙ୍କୁ ଶପଥ କରାଇବେ ରାଜା ସ୍ୱାଇଁ
    ରାଜ୍ୟ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ନବ ନିର୍ବାଚିତ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବା। ଏହା ବାଚସ୍ପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଅଥବା ହାଇକୋର୍ଟଙ୍କୁ ମୁଖ୍ୟ ବିଚାରପତି କରି ନଥାଆନ୍ତି। ବରଂ ଗୃହରେ ଥିବା ସବୁଠାରୁ ବରିଷ୍ଠ ବିଧାୟକଙ୍କୁ ଏହି ଦାୟିତ୍ୱ ମିଳିଥାଏ। ଚଳିତ ଅଧିବେଶନରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ ଏଥର ସବୁ ଦଳର ବିଧାୟକଙ୍କୁ ଶପଥ ପାଠ କରାଇବେ।

  • Odisha News Live Updates: ଫିକା ପଡ଼ିବ ରଜ ମଉଜ! ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଲର୍ଟ ଜାରି..
    ଆଜିଠୁ ରାଜ୍ୟରେ ରଜ ଉତ୍ସବ ଆରମ୍ଭ ହେଉଥିବା ବେଳେ ପାଗର ଖରା ଛାଇ ଖେଳ ଦେଖିବାକୁ ମିଳିଛି। କିଛି କିଛି ସ୍ଥାନରେ ବର୍ଷା, ପବନ ଡରାଉଥିବା ବେଳେ ଆଉ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଏପରି ସ୍ଥଳେ ଆଜି ରାଜ୍ୟର ୨୦ଟି ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ମାଲକାନାଗିରି,ନୂଆପଡ଼ା,  ନୂଆପଡ଼ାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

  • Today Horoscope: ଏହି ୫ ରାଶିଙ୍କ ପାଇଁ ବଢିପାରେ ଅଡୁଆ! ଜାଣନ୍ତୁ ଆଜିର ରାଶିଫଳ ଓ କେମିତି କଟିବ ଆପଣଙ୍କ ଦିନ...
    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link