Odisha News Live Updates: ଆଜି ମୋଦିଙ୍କ ଶପଥ ପାଠ ଉତ୍ସବ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Narmada Behera Sun, 09 Jun 2024-9:59 pm,

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

नवीनतम अद्यतन

  • Top 10 News Today: ଦିନଯାକର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

  • Odisha News Live Updates: ଆଜି ମୋଦୀ ସରକାରଙ୍କ ନୂଆ କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିବା ସହ ଶପଥ ନେଇଛନ୍ତି ୩ ଓଡ଼ିଆ । ଅଧିକ ପଢ଼ନ୍ତୁ

  • Odisha News Live Updates: ଶପଥଗ୍ରହଣ ସଭାକୁ ଯିବା ପୂର୍ବରୁ ୧୨ ଜୁନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଜଧାନୀ ଭୁବନେଶ୍ୱରରେ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି ।

  • Odisha News Live Updates: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରସୂତୀ ବିଭାଗରୁ ଜଣେ ମହିଳା ଚୋରି କରି ନେଇଥିବା ଅଭିଯୋଗ ଆସିଛି । କାଲି ରାତିରେ ନବଜାତ ଶିଶୁକୁ ଜଣେ ମହିଳା ନେଇ ଯାଇଥିବା କୁହାଯାଉଛି । ପରିବାର ଲୋକଙ୍କ ଅଭିଯୋଗ ପରେ ହସ୍ପିଟାଲ ଫାଣ୍ଡି ପକ୍ଷରୁ ତଦନ୍ତ ଜାରି ରହିଛି । ସିସିଟିଭି ଫୁଟେଜକୁ ଆଧାରରେ ତଦନ୍ତ କରାଯାଉଥିବା ସୂଚନା ମିଳିଛି ।

  • ୧୨ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ' କରିବେ ପିଏମ ମୋଦୀ

    ଭୁବନେଶ୍ୱର: ଜୁନ୍ ୧୨ ତାରିଖ ଓଡ଼ିଶା ଇତିହାସରେ ଯୋଡି ହେବ ଆଉ ଏକ ରାଜନୈତିକ ପୃଷ୍ଠା । ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଜନତା ମୈଦାନରେ ଶପଥ ନେବେ ଜଣେ ଓଡ଼ିଆ ପୁଅ । ତେବେ ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଚଳଚଞ୍ଚଳ ହୋଇପଡିଛି ବିଜେପି ରାଜ୍ୟ କାର୍ଯ୍ୟାଳୟ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକ ପଢ଼ନ୍ତୁ

  • Odisha News Live Updates: ୨ଟି ବ୍ୟାଗରେ ଥିଲା କଟା ହୋଇଥିବା ଶବ, ଟ୍ରେନରୁ ଜବତ କଲା ଜିଆରପି

    ନୂଆଦିଲ୍ଲୀ: ଇନ୍ଦୋରର ଏକ ଭୟଙ୍କର ଘଟଣାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଜଣେ ମହିଳାଙ୍କ ମୃତଦେହକୁ କାଟି ୨ଟି ବ୍ୟାଗରେ ଭର୍ତ୍ତି କରାଯାଇ ଟ୍ରେନ ମାଧ୍ୟମରେ କେଉଁ ସ୍ଥାନକୁ ଚାଲାଣ କରାଯାଉଥିବା ସମୟରେ ଜିଆରପି ପୋଲିସ ଉକ୍ତ ବ୍ୟାଗକୁ ଜବତ କରିଛି । ବ୍ୟାଗରୁ ମିଳିଥିବା ମୃତଦେହରେ ଶରୀରର ସମସ୍ତ ଅଙ୍ଗ ଥିବା ସମୟରେ ହାତ ଏବଂ ଗୋଡ ନଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

  • VK Pandian Retirement from active politics: ଭିକେ ପାଣ୍ଡିଆନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଏହାକୁ ନେଇ ସେ ନିଜେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜନୀତି ଛାଡ଼ିବା ସହ ସେ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି।

     

  • Odisha Daily News Live: Petrol Diesel Price Today: ପାଣ୍ଡିଆନଙ୍କ ନାଁ ନ ନେଇ ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ଟାର୍ଗେଟ୍ । ନିର୍ବାଚନରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିଜେଡିର ଶୋଚନୀୟ ପ୍ରଦର୍ଶନ ନେଇ ତଥାଗତ ଶତପଥିଙ୍କ କଟାକ୍ଷ। ବିଜେଡିରେ ଛୋଟଛୋଟ ନାଲି ପିମ୍ପୁଡ଼ି ଅଛନ୍ତି ବୋଲି କହିଛନ୍ତି ତଥାଗତ।

     

  • Odisha News Live Updates: ପୁରୀ ଶ୍ରୀମନ୍ଦିରକୁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଚାରିପଟେ ବଡ଼ ବଡ଼ ଲାଇଟ୍ ଲଗାଯାଇଥିଲା। ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖାଯାଉଥିଲା। ଠିକାଦାର ରାତାରାତି ଲାଇଟ୍ ଖୋଲିନେଇଥିବା ଘଟଣାରେ ଅଭିଯୋଗ ଆସିବା ପରେ ପୁଣି ଲାଇଟ୍ ଲଗାଯାଇ ଥିଲା। ଏହି ଘଟଣାରେ କ୍ଷୋଭ ପ୍ରକାଶ କରିଛନ୍ତି ଆମିକସ୍‌କ୍ୟୁରି ଏନ୍‌ ସି ମହାନ୍ତି। ଏହା ଦୁଃଖଦ ଓ ନିନ୍ଦନୀୟ ବୋଲି କହିଛନ୍ତି ଶ୍ରୀ ମହାନ୍ତି।ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ନାଟମଣ୍ଡପ ବିମ୍‌ କାମ ଶେଷ ପରେ ଅନ୍ୟାନ୍ୟ ମରାମତି କାମ ଚାଲିଛି। ଶ୍ରୀ ମହାନ୍ତି ଗତକାଲି ଏହାର ସ୍ଥିତାବସ୍ଥା ଯାଞ୍ଚ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଖୁବଶୀଘ୍ର ଖୋଲିବ ବୋଲି ଏନ୍‌ ସି ପାଲ୍‌ କହିଥିବା ସେଶ୍ରୀ ମହାନ୍ତି କହିଛନ୍ତି। ତେବେ ଶ୍ରୀମନ୍ଦିର ଭିତରେ କେବୁଲ ଖୋଲୁଥିବା ବେଳେ ୪ ଜଣଙ୍କୁ ସିଂହଦ୍ବାର ଥାନା ପୁଲିସ ପକ୍ଷରୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।  ଶ୍ରୀ ମହାନ୍ତି କହିଛନ୍ତି, ଏଭଳି ଶ୍ରୀମନ୍ଦିରରୁ ଲାଇଟ୍ କାଟିଦେବା ଦୁର୍ଭାଗ୍ୟଜନକ। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। 

  • Odisha News LIVE Updates:ଆଜି ରାଜନୀତିରୁ ପ୍ରତ୍ୟକ୍ଷ ଭାବେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓହରି ଯାଇଛନ୍ତି। ଆଜି ଏ ନେଇ ଶ୍ରୀ ସାମନ୍ତ ଏକ ଘୋଷଣା କରିଛନ୍ତି। ନିକଟରେ ସେ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ପରାଜୟ ହୋଇଛନ୍ତି। ତେଣୁ ଏଥିପାଇଁ ସେ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ସାମନ୍ତ ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ବିଷୟରେ ଜଣାଇଥିଲେ। ଲୋକସଭା ଓ ରାଜ୍ୟସଭା ପାଇଁ ସୁଯୋଗ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ୩୨ ବର୍ଷ ଧରି ଜାରି ରହିଥିବା ସମାଜ ସେବା ଅବ୍ୟାହତ ରଖିବି। 

  • Odisha News LIVE Updates: ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି। ଓଡ଼ିଶାର ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଫୋନ୍ କଲ୍ ଆସିବା ପରେ ସେ ମୋଦୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଧର୍ମେନ୍ଦ୍ରଙ୍କୁ ରବିବାର ସାଢ଼େ ୧୧ଟାରେ ନରେନ୍ଦ୍ର ମୋଦୀଙ୍କ ଚା’ପାନ ପାର୍ଟିରେ ଯୋଗଦେବାକୁ କୁହାଯାଇଥିଲା। 

  • Odisha News LIVE Updates: ବିଧାନସଭା ନିର୍ବାଚନରେ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ସରକାର ଗଠନ କରିବାକୁ ଯାଉଛି। କୁହାଯାଉଥିଲା ଜୁନ୍ ୧୦ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଥିବା ଚର୍ଚ୍ଚା ହେଉଛି।ଏବେ ୧୨ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି। ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ରାଜ୍ୟ କାର୍ଯ୍ୟାଳୟରେ ଶପଥ ଗ୍ରହଣ ପ୍ରସ୍ତୁତି ବୈଠକ ଜାରି ରହିଛି। ବୈଠକ ପରେ ତାରିଖ ଘୋଷଣା ହେଇପାରେ ବୋଲି କୁହାଯାଉଛି।

  •  Odisha News Live Updates:  ସମ୍ପର୍ଣ୍ଣ ହେଲା ଝାଡୁଆପଡାର ଶ୍ରୀ ଲୋକନାଥ ବାବା ଙ୍କର ପତର ପେଣ୍ଡି ଉତ୍ସବ । ଆରଣ୍ୟକ ଶୀତଳ ଷଷ୍ଠୀ କମିଟି ତରଫରୁ ଗତକାଲି ସନ୍ଧ୍ୟା ରେ ବରପିତାଙ୍କ ସହ ସପ୍ତ ଋଷି କନ୍ୟା ଅନ୍ବେଷଣ ରେ ବାହାରିଥିଲେ । ବହୁତ ଖୋଜା ଖୋଜି କଲା ପରେ ସପ୍ତ ଋଷି ଯାଇ ପହଂଚି ଥିଲେ ଭୁବନେଶ୍ୱର ଓ ସମ୍ବଲପୁର ର କଂସାରୀ ପଡା ରେ ଅବସ୍ଥାନ କରୁଥିବା ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଓ ରୀତିମୁକ୍ତା ମହାନ୍ତି ଙ୍କ ଘରେ ଏକ ସର୍ବ ଗୁଣ ସମ୍ପର୍ଣ୍ଣ ସୁଶୀଳ କନ୍ୟା ରହିଛନ୍ତି । ସେମାନେ ସେଠାରେ ପହଂଚି ଶ୍ରୀ ଲୋକନାଥ ବାବା ଙ୍କର ବିବାହ ପ୍ରସ୍ତାବ ମାତା ପାର୍ବତୀ ଙ୍କ ପାଇଁ ଦେଇଥିଲେ । ଅନେକ ବାର୍ତାଳାପ ପରେ ଶେଷରେ ବିବାହ ସ୍ଥିରୀକୃତ ହୋଇଥିଲା |ଶେଷ ହୋଇଥିଲା ପତର ପେଣ୍ଡି ଉତ୍ସବ । ଏକ ବିରାଟ ପଟୁଆର ରେ ବାହାରିଥିବା ଏହି ଶୋଭାଯାତ୍ରା ରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

  •  Odisha News Live Updates: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ୍ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। କେବଳ ହ୍ୟାଟ୍ରିକ୍ ନୁହେଁ, ହିଷ୍ଟୋରିକାଲ୍ ହେବାକୁ ଯାଉଛି ମୋଦି ୩.୦ ର ଶପଥ ଉତ୍ସବ। ପ୍ରାୟ ୬ ଦଶନ୍ଧି ପରେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ତେବେ ଏହାରି ମଧ୍ୟରେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ମୋଦି କାଶୀ ଯାଇପାରନ୍ତି। ମୋଦି ବାରାଣାସୀ କେବେ ଯିବେ ସ୍ଥିର ହୋଇନଥିବା ବେଳେ ତାଙ୍କ ସମ୍ଭାବ୍ୟ ଗନ୍ତବ୍ୟ ସ୍ଥଳୀ ଏବେ ସୁରକ୍ଷା କଡ଼ା କଡ଼ି କରାଯାଇଛି।  ସେହିପରି ୨୦୧୪ ମସିହାରେ ଯେବେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବାରାଣାସୀ ଆସନରୁ ଜିତିଥିଲେ ସେ ସମୟରେ ଫଳ ବାହାରିବାର ଠିକ୍ ଦିନକ ପରେ ବାରାଣାସୀରେ ପହଞ୍ଚି ଥିଲେ। ସେହିପରି ୨୦୧୯ ରେ ଲୋକସଭା ନିର୍ବାଚନ ଜିତିବା ପରେ ମୋଦି ମଧ୍ୟ ବାରାଣାସୀ ଯାଇଥିଲେ। ୨୦୧୯  ମସିହା ମେ ' ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳ ଘୋଷଣା ହୋଇଥିବା ବେଳେ ମୋଦି ମେ ' ୨୭ ତାରିଖରେ ବାରଣାସୀ ପହଞ୍ଚିଥିଲେ। ସେଠାରେ ଦୁଇ ଥର ମୋଦିଙ୍କୁ ସ୍ଵାଗତ କରାଯାଇଥିଲା। ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପାଖରେ କୌଣସି ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ କାଶୀରେ ଗଙ୍ଗା ଆରତୀ କରିପାରନ୍ତି ଓ କାଶୀ ବିଶ୍ଵନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାର ସମ୍ଭାବନା ରହିଛି।

     

  • Odisha News Live Updates: ରାସ୍ତାରେ ଛକି ବସିଥିଲା ଯମ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ। ବସ୍ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଘଟିଗଲା ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୨୮ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶର ଫିରୋଜାବାଦର ଆଗ୍ରା -ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ବେରେ ଘଟିଛି ଏହି ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Odisha News: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ରାଜ୍ୟବାସୀ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି। ଏହାରି ମଧ୍ୟରେ ବିଜେପିର ଅନେକ ହେବିୱେଟ୍ ନେତାଙ୍କ କଥା ସାମ୍ନାକୁ ଆସୁଛି। ଏ ନେଇ ସସପେନ୍ସ ଜାରି ରହିଥିବା ବେଳେ  ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି। ଗତକାଲି ସଂଧ୍ୟାରେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଦିଲ୍ଲୀରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ଆଜି।  ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ବେଳେ ସକାଳେ ବିଧାୟକ ଦଳ ବୈଠକ ବସିବ। ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ତେବେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶ ପୂଜାରୀଙ୍କ ନାଁ ରହିଛି। ଏହାରି ଭିତରେ ସୁରେଶ ପୂଜାରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। 

  • Prashant Jagdev:  ଏସସିବିରୁ ଆଜି ସକାଳେ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏସସିବି ମେଡିକାଲରୁ ଡିସଚାର୍ଜ କରାଯାଇଛି। ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମରେ ସାମିଲ୍ ହେବେ ପ୍ରଶାନ୍ତ। ଏଥିପାଇଁ ପ୍ରଶାନ୍ତଙ୍କୁ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ଅର୍ଥାତ୍ ଆଜିଠାରୁ  ତାଙ୍କ ଜାମିନ ଅବଧି ଆରମ୍ଭ ହେଉଛି। ଖୋର୍ଦ୍ଧାରେ ଇଭିଏମ ଭଙ୍ଗା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଶାନ୍ତ। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହାର୍ଟ ଏବଂ ମେରୁଦଣ୍ଡରେ ସମସ୍ୟା ରହିଥିଲା। ଆଜି ଡସିଚାର୍ଜ ହୋଇଥିବା ବେଳେ ପୁଣି ମାସଟେ ପରେ ଆସି ଚେକଅପ୍ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। 

  • Odisha News: ରାଜଭବନ ନୂଆ ଅଭିଷେକ ହଲ୍ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଛି। ନଷ୍ଟ ହେଲାଣି କାଠ, ଫ୍ଲୋର୍ ଟାଇଲ୍, ଏସି, ଲାଇଟ୍, ସାନିଟାରୀ କାର୍ଯ୍ୟ ଠିକ୍ ଭାବେ ହୋଇନି, ଯାହା ନିମ୍ନମାନର ନିର୍ମାଣ କରାଯାଇଥିଲା କୁହାଯାଇଛି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ତ୍ତ ବିଭାଗ (କୋଠାବାଡ଼ି)କୁ ଚିଠି ଲେଖାଯାଇ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହାର ତଦନ୍ତ କରି ଆବଶ୍ୟକ ମରାମତି କରିବାକୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଗତ ମାର୍ଚ୍ଚ ମାସରେ ପୂର୍ତ୍ତ ବିଭାଗ ମୁଖ୍ୟ ଯନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ। ଖୋଦ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏମିତି ଅଭିଯୋଗ କରି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।  ଚିଠିରେ ଉଲ୍ଲେଖ ରହିଛି ଯେ, ରାଜଭବନ ର ଏହି ଅଭିଷେକ ହଲରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହୋଇଥାଏ। ଶପଥ ଗ୍ରହଣ ହୁଏ। ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥାଏ। ଆଟ୍ ହୋମ୍ କାର୍ଯ୍ୟକ୍ରମ ହୁଏ। ଅର୍ଥାତ୍ ଜାନୁଆରୀ ୨୬ ଏବଂ ଅଗଷ୍ଟ ୧୫ ପୂର୍ବରୁ ନୈଶ୍ୟଭୋଜନ ସହ ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କର ପରିବାର ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଇଥାଏ। ରାଜ୍ୟପାଳଙ୍କ  ହଲ୍ର ସିଲିଂ କାମ ଏବଂ ଲାଗିଥିବା ସମସ୍ତ କାଠ ବର୍ଷେ ନହେଉଣୁ ଖରାପ ହୋଇଗଲାଣି। କେବଳ ଏତିକି ନୁହେଁ ଏହି ହଲରେ ଲାଗିଥିବା ଲାଇଟ୍, ସାଉଣ୍ଡ ସିଷ୍ଟମ କାମ ଠିକ୍ ଭାବେ ହୋଇ ନାହିଁ। ପାନୀୟ ଜଳ ଏବଂ ସାନିଟାରୀ ସିଷ୍ଟମକୁ ଠିକ୍ ଭାବେ କରାଯାଇନାହିଁ। 

  •  Odisha News Live Updates:  ରାଜ୍ୟରେ ସରକାର ଗଢିବ ବିଜେପି। ଏନେଇ ଆସନ୍ତାକାଲି ବିଜେପି  ଓଡିଶାର ହେବାକୁ ଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବା ସହିତ ସଂନ୍ଧ୍ୟା ସମୟରେ ଶପଥ ଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ରହିଛି। ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଜନତା ମୈଦାନରେ ଏସପିଜି ଟିମ ସମେତ ଜଣେ ଡିଆଇଜି ର୍ୟାଙ୍କର ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । 

  • ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର : Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

     

  • Odisha Daily News Live: Petrol Diesel Price Today: ଆସନ୍ତାକାଲି ଓଡି଼ଶାରେ ସରକାର ଗଢିବାକୁ ଯାଉଛି ବିଜେପି। ତେବେ, ନୂଆ ସରକାର ଗଢିବା ପୂର୍ବରୁ ରାଜ୍ୟବାସୀଙ୍କୁ ଏକ ପ୍ରକାର ଭେଟି ଦେଇଛି ଦଳ। ତୈଳ ଦରରେ ଆଜି ପରିବର୍ତ୍ତନ ଦେଖିବାକୁ ମିଳିଛି। ଜୁନ୍ ୯ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ପାଇଛି। କିଛି ସ୍ଥାନରେ ଦରରେ ପରିବର୍ତ୍ତନ ହୋଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି। ତେବେ, ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Petrol Diesel Price Today: ରାଜ୍ୟରେ ନୂଆ ସରକାର ଆସିବା ପୂର୍ବରୁ ତୈଳ ଦରରେ ପରିବର୍ତ୍ତନ, ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ- ଡିଜେଲ

  •  Odisha News Live Updates: ଆଜି ନ୍ୟୁୟର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଟି-୨୦ ବିଶ୍ୱକପ ୨୦୨୪ ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ (Team India) ବିପକ୍ଷରେ ଖେଳିବ। ଯଦି ଆମେ ପାକିସ୍ତାନୀ ଖେଳାଳିଙ୍କ ବର୍ତ୍ତମାନ ଫର୍ମକୁ ଦେଖିବା ତେବେ ଏହା ଭଲ ନାହିଁ। ଏହା ମଧ୍ୟ ସେମାନଙ୍କ ପାଇଁ କ୍ଷତି କରିପାରେ। ଟିମ୍ ଇଣ୍ଡିଆର ଖେଳାଳିମାନେ ବହୁତ ଶକ୍ତିଶାଳୀ ଏବଂ ସେମାନେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଟ୍ରେଲର ଦେଖାଇଛନ୍ତି। ବାବର ଆଜମଙ୍କ (Babar Azam) ଦଳ ଏହି ସମୟରେ ଚାପରେ ରହିବ। ପାକିସ୍ତାନକୁ ଆମେରିକା ଶୋଚନୀୟ ପରାଜୟ କରିଥିଲା। ପାକିସ୍ତାନ ଚାପରେ ରହିବାର ପ୍ରଥମ କାରଣ ହୋଇପାରେ ଯେ ଦଳ ପ୍ରାରମ୍ଭିକ ମ୍ୟାଚ୍ ପରାଜୟ ​​ଏବଂ ଏହା ପରେ ଦଳକୁ ବହୁ ସମାଲୋଚନା କରାଯାଇଥିଲା। ପାକିସ୍ତାନର ଅନେକ ମହାନ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ। ୯ ରନ୍ ସ୍କୋର କରିବା ପରେ ମହମ୍ମଦ ରିଜୱାନ୍ ଆଉଟ୍ ହୋଇଥିଲେ। ୩ ରନ୍ ସ୍କୋର କରିବା ପରେ ଉସମାନ ଖାନ ପାଭିଲିୟନକୁ ଫେରିଥିଲେ। ଦଳର ବ୍ୟାଟିଂ ଏହା ପାଇଁ ଚିନ୍ତାର କାରଣ ହୋଇପାରେ।

  •  Odisha News Live Updates: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ।  ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶନିବାର ଓଡି଼ଶା ଛୁଇଁଛି। ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ଛୁଇଁ ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି। ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁର ପ୍ରଭାବ ରେ ମାଲ୍ୟବନ୍ତ ପର୍ବତ ଶିଖରରେ ପ୍ରଥମେ ବାଦଲ ଦୃଶ୍ୟମାନ ହୋଇଥିଲା।  ପରେ ଝିପିଝିପି ବର୍ଷା  ଆରମ୍ଭ ହୋଇଥିଲା। ମୌମୁମୀ ପ୍ରବେଶ କଲା ପରେ, ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି। ମାଲକାନଗିରି, ମାଥିଲି, ଚିତ୍ରକୋଣ୍ତା,କୋରକୁଣ୍ତା ଭଳି ସ୍ଥାନରେ ବର୍ଷା ହୋଇଛି। ଜିଲ୍ଲାର ୨ଟି ବ୍ଲକକୁ ଛାଡି ଅନ୍ୟ ୫ଟି ବ୍ଲକରେ ବର୍ଷା ହୋଇଛି। ଜିଲ୍ଲାର ଜରୁରୀ କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ କୋରକୁଣ୍ତା ବ୍ଲକରେ ସର୍ବାଧିକ ୭୯ ମିମି ବର୍ଷା ହୋଇଥିଲା।  ସେହିଭଳି ମାଲକାନଗିରି ବ୍ଲକରେ ୫୫ ମିମି,ଚିତ୍ରକୋଣ୍ତାରେ ୨୬ ମିମି, ମାଥିଲିରେ ସର୍ବନିମ୍ନ ୨ ମିମି ଓ ପଦିଆ ବ୍ଲକରେ ୪ ମିମି ବର୍ଷା ରେକର୍ଡ଼ ହୋଇଛି। ଜିଲ୍ଲାରେ ହାରାହାରି ୨୩ ମିମି ବର୍ଷା ରେକର୍ଡ଼ ହୋଇଥିବା  ଜିଲ୍ଲା ଜରୁରୀ କାଳିନ ବିଭାଗ କହିଛି।  

  • Odisha Daily News Live: ଆଜି ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍ ରେ  ରାଷ୍ଟ୍ରପତି ଭବନରେ (Rashtrapati Bhavan) ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଧାନ ମନ୍ତ୍ରୀ ଓ ଅନ୍ୟ ମନ୍ୟମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇବେ।  ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : PM Modi Oath Ceremony: ଆଜି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ସମାରୋହରେ ୭ ଦେଶର ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ୍

  • Odisha Daily News Live: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୯ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

    ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଆଜି କେବଳ ଏହି ତିନୋଟି ରାଶିରେ ଘାତଚନ୍ଦ୍ର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link