Advertisement
Article Detail0/zeeodisha/odisha2285939
Zee OdishaOdisha Politics୧୨ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ କରିବେ ପିଏମ ମୋଦୀ

୧୨ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ' କରିବେ ପିଏମ ମୋଦୀ

ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି ।

୧୨ ତାରିଖରେ ଭୁବନେଶ୍ୱରରେ ରୋଡ୍ ଶୋ' କରିବେ ପିଏମ ମୋଦୀ

ଭୁବନେଶ୍ୱର: ଜୁନ୍ ୧୨ ତାରିଖ ଓଡ଼ିଶା ଇତିହାସରେ ଯୋଡି ହେବ ଆଉ ଏକ ରାଜନୈତିକ ପୃଷ୍ଠା । ରାଜ୍ୟ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଜନତା ମୈଦାନରେ ଶପଥ ନେବେ ଜଣେ ଓଡ଼ିଆ ପୁଅ । ତେବେ ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ଚଳଚଞ୍ଚଳ ହୋଇପଡିଛି ବିଜେପି ରାଜ୍ୟ କାର୍ଯ୍ୟାଳୟ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଶପଥଗ୍ରହଣ ସଭାକୁ ଯିବା ପୂର୍ବରୁ ୧୨ ଜୁନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ରାଜଧାନୀ ଭୁବନେଶ୍ୱରରେ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ଜୟଦେବ ବିହାରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ ହେବାକୁ ଥିବା ସମୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ବିଶେଷ କରି ରୋଡ୍ ଶୋ ମାର୍ଗ ଏବଂ ଜନତା ମୈଦାନରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ବୋଲି ସୂଚନା ମିଳିଛି ।

Also Read- Recharge Plan: କରିନିଅନ୍ତୁ ଏହି କାମ, ଦିନକୁ 1.5GB ଚାଟା ମିଳିବ ମାଗଣା

Add Zee News as a Preferred Source

Also Read- ୨ଟି ବ୍ୟାଗରେ ଥିଲା କଟା ହୋଇଥିବା ଶବ, ଟ୍ରେନରୁ ଜବତ କଲା ଜିଆରପି

About the Author