Odisha news live updates: ଆଜି ୪ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ଓ ଅନ୍ୟାନ୍ୟ ଖବର

ରଶ୍ମିତା ସାହୁ Sun, 04 Aug 2024-10:12 pm,

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।


 

नवीनतम अद्यतन

  • IND vs SL Live 2nd odi Update: ରବିବାର ଦିନ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଭାରତ ବନାମ ଶ୍ରୀଲଙ୍କା ମଧ୍ୟରେ ୨ୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ନଅ ୱିକେଟ୍ ହରାଇ ୨୪୦ ରନ୍ ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନିକିଆରେ ଭାରତ ୩୨ ରନରେ ପରାସ୍ତ ହୋଇଛି। ଶ୍ରୀଲଙ୍କା ୨୪୦ ରନ୍  ଜବାବରେ ଭାରତୀୟ ଦଳ ମାତ୍ର ୨୦୮ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।

     

  • Bangladesh Protest: ବାଂଲାଦେଶରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଓ ନିକଟରେ ହୋଇଥିବା ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ନ୍ୟାୟ ଦାବିରେ ସ୍ଲୋଗାନ ଦେଇଥିଲେ। ରବିବାର ଦିନ ଶାସକ ଆୱାମୀ ଲିଗର ସମର୍ଥକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି।

  • Novak Djokovic First Olympic Gold Medal: ଭେଟେରାନ୍ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ୍ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସର୍ବିଆର ଜୋକୋଭିକ୍ ଫାଇନାଲରେ ସ୍ପେନର କାର୍ଲୋସ ଅଲକାରାଜଙ୍କୁ ପରାସ୍ତ କରି ଏହି ଇତିହାସ ସୃଷ୍ଟି କରିଛନ୍ତି।

  • India defeat Great Britain: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ପୁରୁଷ ହକିର କ୍ୱାର୍ଟର ଫାଇନାଲ ରବିବାର ଦିନ ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ବ୍ରିଟେନକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି। କ୍ୟାପଟେନ ହରମାନପ୍ରୀତ ସିଂ ପୁଣି ଥରେ ଚତ୍ମକାର ଖେଳ ଦେଖାଇଥିଲେ। ପଢ଼ନ୍ତୁ ପୂରା ଖବର...

  • Odisha news live updates: ଅଗଷ୍ଟ ୫ ସୋମବାର ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ଶ୍ରାବଣ ଶୁକ୍ଲ ପ୍ରତିପଦ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୯.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି ।

  • Korba-Visakhapatnam Express catch fire Update:  ବିଶାଖାପାଟଣାରେ ଏକ୍ସପ୍ରେସ ଟ୍ରେନରେ ନିଆଁ । ମରାମତି କାମ ପାଇଁ ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନ ଥିବା ବେଳେ ଲାଗିଲା ନିଆଁ । ସମ୍ପୂର୍ଣ୍ଣ ପୋଡ଼ିଗଲା ୪ଟି ବଗି ।  ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ। ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଲା ନିଆଁ। କୋରବା-ବିଶାଖାପାଟଣା ଏକ୍ସପ୍ରେସର ୩ଟି ଏସି କୋଚ୍‌ରେ ନିଆଁ। ବିଶାଖାପାଟଣା ଷ୍ଟେସନର ୪ ନଂ ପ୍ଲାଟଫର୍ମରେ ଅଘଟଣ। କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା।

  • Madhya Pradesh News: ଏମିତି ବି ଆସେ ମୃତ୍ୟୁ। ଦେଖୁ ଦେଖୁ ୯ ଶିଶୁଙ୍କ ମୃତ୍ୟୁ ସାରା ରାଜ୍ୟରେ ଚହଳ ପକାଇ ଦେଇଛି। ମଧ୍ୟପ୍ରଦେଶର ସାଗରର ଶାହାପୁରରେ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ୧୦ରୁ ୧୪ ବର୍ଷ ବୟସର ଶିଶୁ ଅଛନ୍ତି। ଏହି ପିଲାମାନେ ଶାହପୁରର ହରଦୋଲ ବାବା ମନ୍ଦିର ନିକଟରେ ଏକ ବସି  ବାଲିରେ ଶିବଲିଙ୍ଗ ତିଆରି କରୁଥିଲେ। ଏହାପରେ ଘରର କାନ୍ଥ ଭୁଶୁଡ଼ି ପଡ଼ିବା ସହ ସେଠାରେ ଥିବା ଏକ ଅସ୍ଥାୟୀ ସେଡ୍ ଭୁଷୁଡିପଡ଼ିଥିଲା । ଯାହା ଫଳରେ ସେଠାରେ ବସି ଶିବଲିଙ୍ଗ ଗଢୁଥିବା ପିଲାଙ୍କ ଉପରେ ପଡ଼ିଯାଇଥିଲା। ବର୍ତ୍ତମାନ ଆହତ ଶିଶୁମାନଙ୍କ ମଧ୍ୟରୁ ଜଣଙ୍କୁ ଦମୋହର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବାକି ପିଲାମାନଙ୍କୁ ସାଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

     

  • Khoba Express Fire Update: ପୂର୍ବତଟ ରେଳବାଇ ଅଧୀନରେ ଆସୁଥିବା ବିଶାଖାପାଟନମ୍‍ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍‍ ରେକ୍‍ରୁ ନିଆ ଆସୁଥିବା ଦେଖିବାକୁ ମିଳିଛି। ଧୂଆଁ ଦେଖି ଉପସ୍ଥିତ ଯାତ୍ରୀ ଆଶଙ୍କିତ ଥିବାବେଳେ ରେଳବାଇ କର୍ମଚାରୀମାନେ ଏହାକୁ ସମ୍ପୂର୍ଣ୍ଣ ଆୟତ୍ତ କରିଛନ୍ତି।  ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସକାଳ ସାଢ଼େ ୬ଟାରେ ଏହି ଟ୍ରେନ୍‍ ବିଶାଖାପାଟଣାମ୍‍ ଷ୍ଟେସନରେ ଲାଗିଥିଲା।  ସକାଳ ୧୦ଟା ବେଳକୁ ଏକ ବଗିରୁ ଧୂଆଁ ଲାଗିଥିବା ଦେଖିବାକୁ ମିଳିଥିଲା।   ଯେଉଁ ବଗିରେ ନିଆଁ ଲାଗିଥିଲା ତାହା ଏକ ଖାଲି ବଗି ଥିଲା। ଏଣୁ କିଛି ଅଘଟଣ ସୂଚନା ଆସି ନାହିଁ। ଏହାର କାରଣ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳି ନାହିଁ।

     

  • FD Intrest Rate: ନିକଟରେ ଦେଶର ଅନେକ ବ୍ୟାଙ୍କ ଏହାର ଫିକ୍ସ୍‌ଡ ଡିପୋଜିଟ୍ ଉପରେ ସୁଧହାର ବୃଦ୍ଧି କରିଛନ୍ତି । ଏହା ପରେ ୠଊ କରିବା ଆହୁରି ସହଜ ଏବଂ ଆକର୍ଷକ ହୋଇଯାଇଛି । ଉଲ୍ଲେଖ ଯୋଗ୍ୟ ୨୦୨୩ ପରେ ଆରବିଆଇ ତରଫରୁ ଏହାର ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଫଳରେ ଅନେକ ବ୍ୟାଙ୍କ ୠଊ ଉପରେ ଆକର୍ଷଣୀୟ ସୁଧହାର ପ୍ରଦାନ କରୁଛନ୍ତି । ଅଗଷ୍ଟ ୮ରେ ଆରବିଆଇର ମନିଟରିଂ ପଲିସିର ନିଷ୍ପତ୍ତି ଆସିବାକୁ ଥିବା ବେଳେ ଏହା ପୂର୍ବରୁ ଅନେକ ବ୍ୟାଙ୍କ ୠଊ ଉପରେ ସୁଧହାର ବୃଦ୍ଧି କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରରେ ଫିକ୍ସ୍‌ଡ ଡିପୋଜିଟ୍ କରିବା ଲାଭଦାୟକ ହେବ ।

     

  • Govt to Curb Waqf Board! ସାରା ଦେଶରେ ଓ୍ୱାକଫ୍‍ ବୋର୍ଡ ଗୁଡ଼ିକାର ସମ୍ପତ୍ତି ଆହରଣ ଏବଂ ହେପାଜତ ଉପରେ କେନ୍ଦ୍ର ସରକାର ରୋକ ଲଗାଇବାକୁ ଯାଉଛନ୍ତି। ଏହିକ୍ରମରେ ଏକ ସ୍ୱଥନ୍ତ୍ର ବିଲ୍‍ କେନ୍ଦ୍ର ସରକାର ଆଗତ କରିବା ସମ୍ଭାବନା ରହିଛି। ଏହି ବିଲ୍ ରେ ଓ୍ୱାକଫ୍‍ ବୋର୍ଡ ଅନିୟନ୍ତ୍ରିତ ଭାବେ ଜମିକୁ ଦଖଲ କରିବା  ପ୍ରକ୍ରିୟା ଉପରେ ରୋକ ଲାଗିବ। 

  • Odisha Weather: ମଙ୍ଗଳବାର ଦିନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ଭିତରେ ପୁରୀରେ ସର୍ବାଧିକ ବର୍ଷା ହୋଇଛି। ପିପିଲିରେ ୧୦୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା କୁହାଯାଇଛି। 

  • Paris Olympics 2024 Day 9: ପ୍ୟାରିସ ଅଲମ୍ପିକ୍ସର ନବମ ଦିବସ ଅଗଷ୍ଟ ୪ ତାରିଖ ରବିବାର ଅର୍ଥାତ୍ ଆଜି ଖେଳାଯିବ। ଗତ ୮ ଦିନର କ୍ରୀଡ଼ାରେ ଭାରତ ମାତ୍ର ୩ଟି ପଦକ ପାଇଥିବା ବେଳେ ତିନୋଟି ଯାକ ପଦକ ସୁଟିଂରୁ ଆସିଛି। କିନ୍ତୁ ଆଜି ଭାରତର ପଦକ ସଂଖ୍ୟା ବଢ଼ିପାରେ, କାରଣ ଭାରତୀୟ ଆଥଲେଟିଆନ ବିଭିନ୍ନ କ୍ରୀଡ଼ାରେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି। ଲକ୍ଷ୍ୟ ସେନଙ୍କ ଠାରୁ ଆରମ୍ଭ କରି ଭାରତୀୟ ହକି ଦଳ ପର୍ଯ୍ୟନ୍ତ ସମସ୍ତେ ଆଜି କର ବା ମର ମ୍ୟାଚ୍ ଖେଳିବେ। ଆସନ୍ତୁ ଜାଣିବା ନବମ ଦିନରେ ଭାରତର କାର୍ଯ୍ୟସୂଚୀ କେମିତି ରହିଛି। 

     

  • Gold Price Today: ଅଗଷ୍ଟ ମାସ ଆରମ୍ଭ ହେବା ସହିତ ସୁନାର ଚମକ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶରେ ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଆଜି ଭାରତରେ ୨୨ କ୍ୟାରେଟ ସୁନା ମୂଲ୍ୟ ୪୪,୮୫୦ ଟଙ୍କା ରହିଛି । ପୂର୍ବଦିନ ୬୪,୯୬୦ ଥିଲା। ଅର୍ଥାତ୍ ଆଜି ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୭୬,୯୬୦ ଟଙ୍କା ରହିଛି । ଗତକାଲି ୨୪ କ୍ୟାରେଟ ସୁନା ମୂଲ୍ୟ ୭୦,୮୫୦ ଟଙ୍କା ଥିଲା । ତେବେ ଆଗାମୀ ଦିନରେ ସୁନା ଦର ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି।

     

  • CM’s Grievance on 5th August: ଆସନ୍ତା ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିବ। ଏହିଦିନ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଯାଏ ପଞ୍ଜିକରଣ ଚାଲିବ। ଦିନ ୧୧ଟାରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ। ସେମାନଙ୍କ ବ୍ୟକ୍ତିଗତ ସମସ୍ୟାର ସମାଧାନ ଲାଗି ଅଧ଼ିକାରୀଙ୍କୁ ନିର୍ଦ୍ଦେଶ ଦେବେ। ଗତ ଦୁଇଥର ଏହି ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇଥିଲା। 

  • Who will be next DGP: କିଏ ହେବେ ରାାଜ୍ୟର ପରବର୍ତ୍ତୀ ଡିଜି? ପୁଲିସ ବିଭାଗର ଶୀର୍ଷ ଅଧିକାରୀ ଓଡ଼ିଆ ହେବେ ନା ଅଣ ଓଡ଼ିଆ । ଏ ବିଷୟକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି। ନିର୍ବାଚନ ସମୟରେ ଦାୟିତ୍ୱ ତୁଲାଇଥିବା ଅରୁଣ ଷଡ଼ଙ୍ଗୀଙ୍କୁ ହଟାଯିବ ବୋଲି ଚର୍ଚ୍ଚା ପରେ ଏବେ ଏପରି ଏକ  ଆଲୋଚନା ଗଣମାଧ୍ୟମରେ ଦେଖିବାକୁ ମିଳୁଛି। କେହି କେହି କେନ୍ଦ୍ରୀୟ ଗସ୍ତରେ ଥିବା ଓ୍ୱାଇ ବି ଖୁରାନିଆଙ୍କୁ ଫେରାଇ ଏଠାରେ ଡିଜି ଭାବେ ନିଯୁକ୍ତ କରାଯାଇପାରେ ବୋଲି କହିଛନ୍ତି। 

  • Barricade opened in Sri Mandir Jagamohan: ଶ୍ରୀମନ୍ଦିର ଜଗମୋହନରେ ଲାଗୁ ହୋଇଥିବା ଭିଆଇପି ଦର୍ଶନ ବ୍ୟବସ୍ଥା ହଟାଯାଇଛି। ଭିଆଇପିଙ୍କ ଦର୍ଶନ ଲାଗି ଜଗମୋହନକୁ ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ସହ ସେଠାରେ ଅସ୍ଥାୟୀ ପିଣ୍ଡି ତିଆରି କରାଯାଇଥିଲା। ଏଣିକି ସେଗୁଡ଼ିକ ଆଉ ଦେଖିବାକୁ ମିଳିବ ନାହିଁ। 

     

  • Road Accident: ଉତ୍ତର ପ୍ରଦେଶର ଇଟାଓ୍ଵାରେ ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଡବଲ୍ ଡେକର ସ୍ଲିପର ବସ୍ ଓ କାର୍ ମଧ୍ୟରେ ଭୀଷଣ ଜୋର ଧକ୍କା ହୋଇଥିଲା। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ପାଖାପାଖି ୫୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୩ ଜଣ କାର୍ ରେ ଥିଲେ। ଏହି ଦୁର୍ଘଟଣାରେ(Road Accident) ୪ ଜଣ ବସ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କୁହାଯାଉଛି ଯେ ଧକ୍କା ହେବା ମାତ୍ରେ ବସ୍ ଟି ଓଭରବ୍ରିଜ୍ ରୁ ତଳକୁ ଖସି ୨୦ ଫୁଟ ତଳକୁ ଗଳି ପଡ଼ିଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି।

  • Air India Cancels flights to Tel aviv: ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ଇସ୍ରାଏଲକୁ ଏହାର ସମସ୍ତ ବିମାନ ସେବାକୁ ବନ୍ଦ ରଖାଯାଇଛି। ଏୟାର ଇଣ୍ଡିଆର ’ଏକ୍ସ’ ଆକାଉଣ୍ଟରେ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି ଯେ, ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଶୁକ୍ରବାର ଠାରୁ ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ତେଲ୍‌ ଆଭିଭ୍‌କୁ ଏୟାର ଇଣ୍ଡିଆ ତାହାର ସମସ୍ତ ବିମାନ ସେବା ସ୍ଥଗିତ ରଖିଛି।

  • War Situation in Middle East: ହମାସ ମୁଖ୍ୟ ଇସ୍‍ମାଇଲ୍‍ ହନିୟା ଏବଂ ବିରୁଟରେ ଲେବାନନ୍‍ ଆତଙ୍କବାଦୀ ଗୋଷ୍ଠୀ ହେଜବୋଲ୍ଲା ମୁଖ୍ୟଙ୍କ ହତ୍ୟା ପରେ ଏବେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଲାଗି ଇସ୍ରାଏଲ୍‍କୁ ଦାୟୀ କରାଯାଇଛି। ଇରାନ୍‍ ସମର୍ଥିତ ଏହି ଗୋଷ୍ଠୀ ପକ୍ଷରୁ ଗତକାଲି ଇସ୍ରାଏଲ୍‍କୁ କାତ୍ୟୁଷା ରକେଟ୍‍ ମାଡ଼ ହୋଇଛି।  

  • Petrol Price Today: ଆଜି ଭୁବନେଶ୍ୱର ରେ ପେଟ୍ରୋଲ ଦର (Bhubaneswar Petrol Price) ଲିଟର ପିଛା ୧୦୧ ଟଙ୍କା ୦୬ ପଇସା ରେ ପହଞ୍ଚିଛି, ଯାହା ଗତକାଲିର ୧୦୦ ଟଙ୍କା ୯୨ ପଇସା ତୁଳନାରେ ସାମାନ୍ୟ ବୃଦ୍ଧି କୁ ଦର୍ଶାଉଛି । ଗତ ୧୦ ଦିନ ମଧ୍ୟରେ ଏହାର ମୂଲ୍ୟ ୧୦୦.୯୨ ଟଙ୍କାରୁ ୧୦୧.୩୪ ଟଙ୍କା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି। ଆପଣ ଭାରତର ସମସ୍ତ ରାଜ୍ୟ ଏବଂ ଜିଲ୍ଲାରେ ଆଜିର ପେଟ୍ରୋଲ ଦରକୁ ମଧ୍ୟ ଦେଖିପାରିବେ ଏବଂ ସେମାନଙ୍କୁ ପୂର୍ବ ଦିନର ଦର ସହିତ ତୁଳନା କରିପାରିବେ, ଯେଉଁଥିରେ ପୂର୍ବରୁ ରାଜ୍ୟ ଟିକସ ଅନ୍ତର୍ଭୁକ୍ତ ରହିଥାଏ।

  • Brahmani River Flood Water: ରାଉରକେଲା ସହର ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବ୍ରାହ୍ମଣୀ ନଦୀର ବନ୍ୟାଜଳ ବାଲୁଘାଟ ଅଞ୍ଚଳରେ ପ୍ରବେଶ କରିଛି । ବାଲୁଘାଟ ଅଞ୍ଚଳର ୬ ଟି ଘର ଵନ୍ୟାଜଳ ଘେରରେ ରହିଛି । ଲଗାଣ ଵର୍ଷା ଯୋଗୁଁ ମନ୍ଦିରା ଡ୍ୟାମର ଜଳସ୍ତର ବୃଦ୍ଧି ପାଉଥିବାରୁ ମନ୍ଦିରା ଡ୍ୟାମର ୧୧ ଟି ଗେଟ ୪ ଫୁଟ ଯାଏଁ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ମନ୍ଦିରା ଡ୍ୟାମର ଜଳସ୍ତର ୬୮୨.୬୦ ଫୁଟ ରହିଛି।

     

  • Odisha News Live: ହାଇଦ୍ରାବାଦରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ । କୁମାରପଡାର ପହଲ୍ଲାଦ ନାଏକ ଦୁଇ ମାସ ତଳେ ଗାଁ ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ହାଇଦ୍ରାବାଦ ପହଞ୍ଚି ଏକ ଆମ୍ବୁଲାନ୍ସ ଯୋଗେ ନିଜ ଖର୍ଚ୍ଚରେ ମୃତଦେହ ଗାଁକୁ ଆଣିଥିଲେ । ମୃତଦେହ ପହଞ୍ଚିବା ପରେ ପରିବାର ଓ ଗାଁରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । ପହଲ୍ଲାଦଙ୍କ ପରିବାର ମାଟି ତିଆରି ସାମଗ୍ରୀ କରି ଜୀବନ ଅତିବାହିତ କରନ୍ତି । ଅନ୍ୟପକ୍ଷରେ ସେ ଯେଉଁ କମ୍ପାନୀରେ କାମ କରୁଥିଲେ ସେ କୋଣସି କ୍ଷତିପୂରଣ କିମ୍ବା ସହାୟତା ଦେଇନାହିଁ ।

  • Odisha BJP Government: ଅବକାରୀ ନୀତିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ । ଅଗଷ୍ଟ ଶେଷରେ ଆସିବ ନୂଆ ପଲିସି । ସରକାରୀ ଜାଗାରେ ଲିଜରେ ଥିବା ମଦ ଦୋକାନୀଙ୍କ ପାଇଁ ଅଡୁଆ ବଢିଛି । କାରଣ ଲିଜ ଅବଧି ଜୁଲାଇ ୩୧ରେ ଶେଷ ହୋଇଛି । ଏବେ ଆଗକୁ କଣ ହେବ? ଯିଏ ଲିଜରେ ନେଇଥିଲେ ସେ ମଦ ଦୋକାନ ଖୋଲିବାକୁ ପୁଣି ଅନୁମତି ପାଇବେ ନା ନାହିଁ? ଲିଜ ଅବଧି ସରିଥିବାରୁ ମଦ ଦୋକାନ ଖୋଲିପାରିବେ ନା ନାହିଁ? ଏଭଳି ପ୍ରଶ୍ନର ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

     

  • Chitalagi Amabasya: ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ । ଚିତାଲାଗି ଅମାବାସ୍ୟା ପାଇଁ ୪ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ । ଅପରାହ୍ନ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ।  ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।

     

  • Today Horoscope: ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ସପ୍ତାହର ଶେଷଦିନ? ଦେଖନ୍ତୁ ଫଟୋ ଗ୍ୟାଲେରୀ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link