Love affair: କେହି ଜଣେ ଦେଖିବା ପରେ ହଠାତ୍ ଗାଁରେ ଏକ ଖବର ଖେଳିଯାଇଥିଲା ଯେ, ଗୌତମ ଆତ୍ମହତ୍ୟା କରିଛି । ଏହି ଖବର ଜାଣିବା ମାତ୍ରେ ପରିବାର ଲୋକେ କାନ୍ଦି କାନ୍ଦି ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଦେଖିବାକୁ ମିଳିଥିଲା ୧୬ ବର୍ଷର ଛାତ୍ର ଗୌତମର ମୃତଦେହ ନିଜ ପଡୋଶୀଙ୍କ ଘର ନିକଟରେ ଝୁଲୁଛି । ଆଗ୍ରା ମେନପୁରୀ ଅଞ୍ଚଳରେ ଏହି ପ୍ରେମଜନିତ ଆତ୍ମହତ୍ୟା ଘଟଣାକୁ ନେଇ ଶୋକ ଖେଳିଯାଇଛି ।


COMMERCIAL BREAK
SCROLL TO CONTINUE READING

ଘଟଣା ପ୍ରଘଟ ହେବା ପରେ ଗୌତମଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଛାନଭିନ ପରେ ମୃତଦେହ ନିକଟରୁ ଗୋଟିଏ ସୁଇସାଇଡ୍ ନୋଟ୍ ଜବତ କରିଥିଲା । ସେଥିରେ ଲେଖାଯାଇଥିଲା ଯେ, 'I Love you ନିଜର ଯତ୍ନ ନେବ' । କୁହାଯାଉଛି ଯେ, ନିଜ ପଡୋଶୀ ଝିଅ ସହିତ ଗୌତମଙ୍କର ପ୍ରେମ ସମ୍ପର୍କ ରହିଥିଲା ଆଉ ସେହି କାରଣରୁ କିଛି ଅସୁବିଧା ହୋଇଥିଲା । ତେଣୁ ସେ କିଛି ଉପାୟ ନପାଇ ଆତ୍ମହତ୍ୟାକୁ ଶେଷ ନିଷ୍ପତ୍ତି ଭାବରେ ଗ୍ରହଣ କରିଥିଲେ ।


ମିଳିଥିବା ସୂଚନା ଅନୁଯାୟୀ, ଗୌତମ ଜନବନ୍ତ ଇଣ୍ଟର କଲେଜରେ ଏକାଦଶ ଶ୍ରେଣୀର ଛାତ୍ର ଥିଲେ। ସକାଳେ ତାଙ୍କ ମୃତଦେହ ଝୁଲୁଥିବାର ଦେଖି ଗ୍ରାମବାସୀ ମୃତଦେହକୁ ତଳକୁ ବାହାର କରିଥିଲେ। ଏହି ଘଟଣାକୁ ନେଇ ବର୍ତ୍ତମାନ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ମୃତ୍ୟୁ ପଛରେ ପ୍ରକୃତ କାରଣ କଣ ରହିଛି ତାହାର ତଦନ୍ତ ହେଉ ବୋଲି ମୃତ ଗୌତମଙ୍କ ଭାଇ ବିପିନ୍ କୁମାର ଏବଂ ପିତା ସୁଭାଷ ଚନ୍ଦ୍ର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।


କୁହାଯାଉଛି ଯେ, ଗୌତମ ସେହି ଗାଁର ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଝିଅକୁ ଭଲ ପାଉଥିଲେ । ତାଙ୍କ ସହିତ ସେ ସନ୍ଧ୍ୟା ସମୟରେ ଛିବ୍ରାମାଉରେ ହେଉଥିବା ପ୍ରଦର୍ଶନୀ ବୁଲିବାକୁ ଯାଇଥିଲେ । ଦୁହେଁ ବୁଲା ବୁଲି କରିବା ପରେ ବିଳମ୍ୱିତ ରାତିରେ ଫେରିଥିଲେ । ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ହୁଏତ ଗୌତମଙ୍କୁ କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଛି ।


ଏହି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ଭୋଗୋନ ସୁନୀଲ କୁମାର ସିଂ କହିଛନ୍ତି ଯେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢିବ । ଘଟଣାସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି ।


Also Read- ଟଙ୍କା ଗଣି ଗଣି ଖରାପ ହେଲା ୨ଟି ମେସିନ୍, ୨୨୦କୋଟି ଗଣିବା ପରେ ଆହୁରି ବାକି...


Also Read- ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ମହାପ୍ରଭୁ! ଆସିଲା ନିମନ୍ତ୍ରଣ