ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ମହାପ୍ରଭୁ! ଆସିଲା ନିମନ୍ତ୍ରଣ
Advertisement
Article Detail0/zeeodisha/odisha2003992

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ମହାପ୍ରଭୁ! ଆସିଲା ନିମନ୍ତ୍ରଣ

 ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାରୁ ଚାଉଳ ଏବଂ ଗୁଆ ସହିତ ନିମନ୍ତ୍ରଣ ପତ୍ର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି । 

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ମହାପ୍ରଭୁ! ଆସିଲା ନିମନ୍ତ୍ରଣ

ପୁରୀ: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ଆସିଛି ନିମନ୍ତ୍ରଣ । ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅଯୋଧ୍ୟାରୁ ଚାଉଳ ଏବଂ ଗୁଆ ସହିତ ନିମନ୍ତ୍ରଣ ପତ୍ର ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି । ବିଶ୍ୱ ହିନ୍ଦ ପରିଷଦ ପୁରୀ ଭକ୍ତ ସାଲବେଗ ପୀଠରୁ ଶ୍ରୀମନ୍ଦିର ଅଭିମୁଖେ ଶୋଭାଯାତ୍ରା ହେବା ପରେ ଏପରି କାର୍ଯ୍ୟକ୍ରମ ପୁରୀରେ ଅନୁଷ୍ଠିତ ହୋଇଛି । ଅନ୍ୟପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମଗ୍ର ଦେଶକୁ ଅକ୍ଷତ କଳସ ଯାତ୍ରା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଇଛି । ତେବେ ଏହା ମଧ୍ୟରେ ପୂର୍ବରୁ ରାମ ମନ୍ଦିକ ପୂଜକ ପାଇଁ ୩ ହଜାରରୁ ଅଧିକ ପଣ୍ଡିତ ଆବେଦନ କରିଥିଲେ ତନ୍ମଧ୍ୟରୁ ଶ୍ରେଷ ଜଣେ ବ୍ରାହ୍ମଣଙ୍କୁ ଚୟନ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କ ସେବା କରିବାର ସୁଯୋଗ ପାଇଛନ୍ତି ଗାଜିଆବାଦ ଛାତ୍ର ମୋହିତ ପାଣ୍ଡ୍ୟା । ସେ ଦୂଧେଶଅୱର ବେଦ ବିଦ୍ୟାପୀଠର ଛାତ୍ର ଥିଲେ । ୭ ବର୍ଷରୁ ଅଧିକ ସମୟ ଧରି ରାଜ୍ୟ ଓ ରାଜ୍ୟ ବାହାରେ ସେ ବେଦ ଅଧୟନ କରି ଜ୍ଞାନ ଆହୋରଣ କରିଛନ୍ତି । ପ୍ରଭୁ ଶ୍ରୀରାମଙ୍କ ସେବା ଆରମ୍ଭ କରିବା ପୂର୍ବରୁ ପଣ୍ଡିତ ମୋହିତ ପାଣ୍ଡ୍ୟାଙ୍କୁ ୬ମାସ ଟ୍ରେନିଂ ଦିଆଯିବ ।

ଦୂଧେଶ୍ୱର ନାଥ ମଠ ମହନ୍ତ ନାରାୟଣ ଗିରି ଏହି ଖବର ପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ଏହି ଖବର ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ଖବର ମିଳିବାର ଯଥେଷ୍ଟ ପୂର୍ବରୁ ସମର୍ପଣ ସମାରୋହରେ ଭାଗ ନେବା ପାଇଁ ଆଚାର୍ଯ୍ୟ ତାପରାଜ ଉପାଧ୍ୟାୟ ଏବଂ ଆଚାର୍ଯ୍ୟ ନିତ୍ୟାନନ୍ଦଙ୍କୁ ନିମନ୍ତ୍ରଣ ପତ୍ର ମିଳିଥିଲା ।

ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ଗାଜିଆବାଦରେ ଅବସ୍ଥିତ ଦୂଧେଶ୍ୱରନାଥ ମଠ ଦେଶରେ ଖୁବ ପ୍ରସିଦ୍ଧ ଲାଭ କରିଛି । ଏହାକୁ ଉତ୍ତର ଭାରତର ଏକ ପ୍ରମୁଖ ଆଧ୍ୟାତ୍ମିକ ସ୍ଥଳ ଭୋଲି କୁହାଯାଏ । ରାଜ୍ୟ ଏବଂ ବାହାର ରାଜ୍ୟରୁ ଅନେକ ଲୋକ ଏଠାକୁ ଆସିଥାନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଆଧ୍ୟାତ୍ମିକ ତଥା ବେଦ ପାଠର ଶିକ୍ଷା ଲାଭ କରିବାକୁ ଏଠାକୁ ଆସନ୍ତି। ବର୍ତ୍ତମାନ ୭୦ ଜଣ ଛାତ୍ର ଏଠାରେ ଅଧ୍ୟୟନ କରୁଛନ୍ତି । ଯେଉଁ ଛାତ୍ରମାନେ ଦୂଧେଶ୍ୱର ବେଦ ବିଦ୍ୟାପିଠରେ ଶିକ୍ଷା ଗ୍ରହଣ କରନ୍ତି ସେମାନଙ୍କୁ ଦେଶ ବିଦେଶରେ ଥିବା ଅନେକ ମନ୍ଦିରରେ ପୁରୋହିତ ଏବଂ ଶିକ୍ଷକ ଭାବରେ ନିଯୁକ୍ତି ମିଳିଥାଏ ।

ରାମ ମନ୍ଦିରରେ ପୂଜା କରିବା ପାଇଁ ଚୟନ ହୋଇଥିବା ମୋହିତ ପାଣ୍ଡ୍ୟା ପ୍ରଥମେ ସମବେଦ ଅଧ୍ୟୟନ କରିଥିଲେ । ଏହା ପରେ ସେ ଭେଙ୍କଟେଶ୍ୱରା ବୈଦିକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ମୋହିତ ପାଣ୍ଡ୍ୟା ଆଚାର୍ଯ୍ୟ ଡିଗ୍ରୀ ହାସଲ କରିବା ପରେ ବର୍ତ୍ତମାନ ପିଏଚଡି କରିବାକୁ ପ୍ରସ୍ତୁତ ହେଉଛନ୍ତି। ମୋହିତ ସାତ ବର୍ଷ ଧରି ଦୂଧେଶ୍ୱର ବେଦ ବିଦ୍ୟାପିଠରେ ଧର୍ମ ଓ ରୀତିନୀତି ଅଧ୍ୟୟନ କରିଛନ୍ତି। ଦୀର୍ଘ ୨୩ ବର୍ଷ ହେବ ଏହି ପିଠରେ ବେଦ ଶିକ୍ଷା ପ୍ରଦାନ କରାଯାଉଛି । ଅନ୍ୟପଟେ ମୋହିତ ନିଯୁକ୍ତି ପାଇବା ପରେ ପରିବାର ଲୋକେ ଏହାକୁ ପରମ ସୌଭାଗ୍ୟ ବୋଲି କହିଛନ୍ତି ।

Also Read- ଢେଙ୍କାନାଳରେ ଚାଞ୍ଚଲ୍ୟ, ପ୍ରେମିକର ହତ୍ୟା ପଛରେ ନାବାଳିକା ପ୍ରେମିକାର ଦାଦା

Also Read- Elephant attack: କଳାହାଣ୍ଡିରେ ଅଭାବନୀୟ ଘଟଣା, ହାତୀ ଆକ୍ରମଣରେ ରେଞ୍ଜର ମୃତ