ଭୋପାଳ: ଆଉ ଦୁଇ ଦିନ ପରେ ଦେଶବାସୀ ଦୀପାବଳି (Diwali) ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏକ ଦୁଃଖଦ ଘଟଣା ସମଗ୍ର ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଦୀପାବଳି (Diwali) ଅବସରରେ ନିଜ ଘରକୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ୪୦ରୁ ଅଧିକ ଯାତ୍ରୀ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର (Madhyapradesh) ରେୱା ଜିଲ୍ଲାର ସୋହାଗି ପାହାଡ଼ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ୩ଟି ଗାଡି ପରସ୍ପର ସହିତ ପିଟି ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଟି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ (Uttarpradesh) ସୀମାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୦ରେ ଏହି ଦୁର୍ଘଟଣା ଘଟିଛି।


ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସୋହାଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ କରି ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଟାଣି ନେଇଥିଲା। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଟୁଣ୍ଟାର୍ ସିଭିଲ୍ ହସ୍ପିଟାଲ୍ ଏବଂ ରେୱାସ୍ଥିତ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


ମିଳିଥିବା ପ୍ରାଥମିକ ସୂଚନା ମୁତାବକ ବସଟି ଜବଲପୁରରୁ ରେଓ୍ୱା ରାସ୍ତା ଦେଇ ପ୍ରୟାଗରାଜ ଅଭିମୁଖେ ଯାତ୍ରା କରୁଥିଲା। କୁହାଯାଉଛି କି ଦୀପାବଳି ପାଳନ ପାଇଁ ସିକନ୍ଦରାବାଦରୁ ବସ ଦ୍ୱାରା ଶ୍ରମିକ ଶ୍ରେଣୀର ବ୍ୟକ୍ତିମାନେ ଯାତ୍ରା କରୁଥିଲେ। ତେବେ ବସରେ କାଟନୀରୁ ଅଧିକ ମାତ୍ରାରେ ଯାତ୍ରୀ ଉଠିଥିଲେ। ଏହାପରେ ବସଟି ଲକ୍ଷ୍ନୌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ ରିଓ୍ୱାର ସଓ୍ୱାରିଆ ପାହାଡ଼ ଅଞ୍ଚଳରେ ପହଞ୍ଚିବା ପରେ ବସଟି ନିଜ ଉପରୁ ନିୟନ୍ତ୍ରଣ ହରାଇ ଏକ ମାଲ ବୋଝେଇ ଟ୍ରକ ସହିତ ଧକ୍କା ହୋଇଥିଲା।  ଏହି ଦୁର୍ଘଟଣା ପରେ ବସଟି ଓଲଟି ପଡ଼ିଥିଲା। ତେବେ ବସର ବନେଟ ଓ ଆଗରେ ବସିଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।


ଆହୁରି ମଧ୍ୟ କୁହାଯାଉଛି କି ଏହି ଦୁର୍ଘଟଣାଗ୍ରସ୍ତ ବସରେ ୧୦୦ରୁ ଅଧିକ ଯାତ୍ରୀ ରହିଥିଲେ। ଆହୁରି ମଧ୍ୟ କୁହାଯାଉଛି କି ବସ ଆଗରେ ଯାଉଥିବା ଟ୍ରକ ଏକ ଅଜଣା ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା। ପରେ ପଛରେ ଆସୁଥିବା ବସ ମଧ୍ୟ ନିୟନ୍ତ୍ରଣ ହରାଇ ଉକ୍ତ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ତିନୋଟି ଗାଡ଼ି ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତାହତଙ୍କୁ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଇଥିଲା। 


ସେପଟେ ପୋଲିସ ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ମୃତାହତଙ୍କୁ ଉଦ୍ଧାର କରିଥିଲା। ତେବେ ମୃତକମାନେ ଉତ୍ତରପ୍ରଦେଶ, ବିହାର ଓ ନେପାଳ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି। ତେବେ ପରିବାର ବର୍ଗଙ୍କୁ ସୂଚନା ଦେବା ପାଇଁ ପ୍ରଶାସନିକ ସ୍ତରରେ ତଦନ୍ତ ଆରମ୍ଭ ହୋଇଛି।  


ଅଧିକ ପଢନ୍ତୁ: Blackmail Case: ଅର୍ଚ୍ଚନା ନାଗଙ୍କ ପରେ ସ୍ୱାମୀ ଜଗବନ୍ଧୁଙ୍କ ଉପରେ କମିଶନରେଟ ପୋଲିସର ବଡ଼ ଆକ୍ସନ