Muslim Youths Try To Enter In Trimbakeshwar Temple: ଅଣ ହିନ୍ଦୁ ପ୍ରବେଶ କରିବାକୁ ନେଇ ଚର୍ଚ୍ଚାକୁ ଆସିଛି ମହାରାଷ୍ଟ୍ର ନାସିକ ଜିଲ୍ଲାରେ ଅବସ୍ଥିତ ତ୍ରୟମ୍ବକେଶ୍ୱର ମନ୍ଦିର। ଗତ ୧୩ ତାରିଖ ସନ୍ଧ୍ୟାରେ କିଛି ମୁସଲମାନ ଯୁବକ ତ୍ରୟମ୍ବକେଶ୍ୱର ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ମୁସଲିମ ଯୁବକ ଦରଘା ଠାରେ ଚଢା ଯାଉଥିବା ସବୁଜ ରଙ୍ଗର ଚାଦର ମନ୍ଦିରରେ ଚଢାଇବାକୁ ଚାହୁଁଥିଲେ। ଏହି ଘଟଣା ସମ୍ପର୍କରେ ମହାରାଷ୍ଟ୍ର ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ
ରାଜ୍ୟର ନାସିକ ଜିଲ୍ଲାରେ ଅବସ୍ଥିତ ତ୍ରୟମ୍ବକେଶ୍ୱର ମନ୍ଦିର ମୁସଲମାନ ଯୁବକ ପ୍ରବେଶ କରିବା ଘଟଣା ସମ୍ପର୍କରେ ଜାଣିବା ପରେ ସଜାଗ ହୋଇଉଠିଛନ୍ତି ମହରାଷ୍ଟ୍ର ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍। ଏହି ଘଟଣାରେ ପ୍ରାଥମିକ ମାମଲା ପଞ୍ଜୀକରଣ କଠୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହରାଷ୍ଟ୍ର ଗୃହମନ୍ତ୍ରୀ। ଏହି ଘଟଣା ତଦନ୍ତ ପାଇଁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପୋଲିସ୍ ରାଙ୍କ ଅଧିକାରୀଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ ମହରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍। ଏସଆଇଟି ଟିମ୍ କେବଳ ଚଳିତ ବର୍ଷ ଘଟିଥିବା ଘଟଣାର ଯାଞ୍ଚ କରିବ ନାହିଁ। ବରଂ ଗତ ବର୍ଷ ଘଟିଥିବା ଘଟଣାର ମଧ୍ୟ ଅନୁସନ୍ଧାନ କରିବ। ଖବର ଅନୁସାରେ ଗତ ବର୍ଷ ଏକ ନିର୍ଦ୍ଦିଷ୍ଟ ଭିଡ଼ ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ତ୍ରୟମ୍ବକେଶ୍ୱର ମନ୍ଦିର ପରିସରରେ ପ୍ରବେଶ କରିଥିଲେ।


Also Read: ମହାକାଳ ମନ୍ଦିରରେ ପଶିଲେ ଅଣହିନ୍ଦୁ; ମନ୍ଦିର ପ୍ରବେଶ ପାଇଁ ଦେଖାଇଥିଲେ ନକଲି ଆଧାର କାର୍ଡ


ସୋମବାର ମନ୍ଦିର ଟ୍ରଷ୍ଟ ସହିତ ଜଡ଼ିତ ଜଣେ ଅଧିକାରୀ ସୋମବାର କହିଛନ୍ତି ଯେ ତ୍ରୟମ୍ବକେଶ୍ୱର ମନ୍ଦିରର ସୁରକ୍ଷା କର୍ମୀ ଶନିବାର ରାତିରେ ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିବା ଗୋଟିଏ ଗୋଷ୍ଠୀର ଉଦ୍ୟମକୁ ବିଫଳ କରି ଦେଇଥିଲା। ମନ୍ଦିର ପରିଚାଳନା ଅନୁଯାୟୀ କେବଳ ହିନ୍ଦୁ ସମ୍ପ୍ରଦାୟକୁ ତ୍ରୟମ୍ବକେଶ୍ୱର ମନ୍ଦିରରେ ପ୍ରବେଶ କରିବାର ଅନୁମତି ଦିଆଯାଇଛି। ଏହି ମନ୍ଦିର ଭଗବାନ ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। 


ଅଣ ହିନ୍ଦୁ ପ୍ରବେଶ କରିବା ଘଟଣା ସମ୍ପର୍କରେ ଜାଣିବା ପରେ ତ୍ରୟମ୍ବକେଶ୍ୱର ମନ୍ଦିର ଟ୍ରଷ୍ଟ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପଦବୀର ଜଣେ ଅଧିକାରୀ ଏସଆଇଟି ଟିମ୍ ମୁଖ୍ୟ ନିଯୁକ୍ତ କରାଯିବ। ବିବୃତ୍ତିରେ କୁହାଯାଇଛି ଯେ ଏସଆଇଟି କେବଳ ଚଳିତ ବର୍ଷ ଘଟିଥିବା ଏହି ଘଟଣାର ନୁହେଁ, ବରଂ ଗତ ବର୍ଷ ସମାନ ମନ୍ଦିରରେ ଘଟିଥିବା ଅନ୍ୟ ଏକ ଘଟଣାର ମଧ୍ୟ ଅନୁସନ୍ଧାନ କରିବ।


Also Read: Vishnupad Temple Controversy: ମନ୍ତ୍ରୀଙ୍କ ମନ୍ଦିର ଦର୍ଶନକୁ ନେଇ ସରଗରମ ରାଜନୀତି, ମୁହାଁମୁହିଁ ଶାସକ-ବିରୋଧି


 


କ'ଣ କହିଲା ମନ୍ଦିର ଟ୍ରଷ୍ଟ?
ତ୍ରୟମ୍ବକେଶ୍ୱର ଦେବସ୍ଥାନ ମନ୍ଦିର ଟ୍ରଷ୍ଟ ପୋଲିସ ପାଖକୁ ଏକ ଚିଠି ଲେଖି କହିଛି ଯେ ମେ ୧୩ ତାରିଖ ରାତି ପ୍ରାୟ ୦୯:୪୧ ସମୟରେ ଅନ୍ୟ ଧର୍ମର ଲୋକ ଶ୍ରୀ ତ୍ରୟମ୍ବକେଶ୍ୱର ମନ୍ଦିରର ଉତ୍ତର ମହାଦ୍ୱାର ଠାରେ ଆୟୋଜିତ ଏକ ଶୋଭାଯାତ୍ରାରେ ଶ୍ରୀ ତ୍ରୟମ୍ବକେଶ୍ୱର ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସେମାନେ ମନ୍ଦିରର ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେଠାରେ ଅବସ୍ଥାପିତ ମହାରାଷ୍ଟ୍ର ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ।


Also Read: Vishnupad Temple Controversy: ମନ୍ତ୍ରୀଙ୍କ ମନ୍ଦିର ଦର୍ଶନକୁ ନେଇ ସରଗରମ ରାଜନୀତି, ମୁହାଁମୁହିଁ ଶାସକ-ବିରୋଧି


ସମ୍ବିଧାନ ଅନୁଯାୟୀ କେବଳ ହିନ୍ଦୁ ଧର୍ମର ଲୋକଙ୍କୁ ଶ୍ରୀ ତ୍ରୟମ୍ବକେଶ୍ୱର ମନ୍ଦିର ପରିଦର୍ଶନ କରିବାର ଅଧିକାର ଦିଆଯାଇଛି। ଏହି ଚିଠି ମାଧ୍ୟମରେ ଆମେ ଆପଣଙ୍କ କହିବାକୁ ଚାହୁଁଛୁ ଯେ ଉପରୋକ୍ତ କାରଣ ହେତୁ ସାମାଜିକ ସୌହାର୍ଦ୍ଦ୍ୟ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଉଛି। ହେଲେ ଶ୍ରୀ ତ୍ରୟମ୍ବାକେଶ୍ୱର ଦେବସ୍ଥାନ ଟ୍ରଷ୍ଟ ମାନ୍ୟବର ଟ୍ରଷ୍ଟି ବୋର୍ଡ ନିର୍ଦ୍ଦେଶ ଅନୁଯାୟୀ, ଏହି ଘଟଣାର ସଠିକ୍ ଅନୁସନ୍ଧାନ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି।