ମହାକାଳ ମନ୍ଦିରରେ ପଶିଲେ ଅଣହିନ୍ଦୁ; ମନ୍ଦିର ପ୍ରବେଶ ପାଇଁ ଦେଖାଇଥିଲେ ନକଲି ଆଧାର କାର୍ଡ
Advertisement
Article Detail0/zeeodisha/odisha1048537

ମହାକାଳ ମନ୍ଦିରରେ ପଶିଲେ ଅଣହିନ୍ଦୁ; ମନ୍ଦିର ପ୍ରବେଶ ପାଇଁ ଦେଖାଇଥିଲେ ନକଲି ଆଧାର କାର୍ଡ

ୟୁସୁଫ ମୁଲ୍ଲା ନାମକ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ନକଲି ଆଧାର କାର୍ଡ ବ୍ୟବହାର କରି ବାବା ମହାକାଳଙ୍କ ମନ୍ଦିରରେ ପ୍ରବେଶ କରିଛନ୍ତି।

ମହାକାଳ ମନ୍ଦିରରେ ପଶିଲେ ଅଣହିନ୍ଦୁ; ମନ୍ଦିର ପ୍ରବେଶ ପାଇଁ ଦେଖାଇଥିଲେ ନକଲି ଆଧାର କାର୍ଡ

ଭୋପାଳ: ଭସ୍ମ ଆରତୀ ଚାଲିାଥିବା ସମୟରେ ଶିବ ମନ୍ଦିର ପ୍ରବେଶ କରିଛନ୍ତି ଜଣେ ଅଣହିନ୍ଦୁ। ମନ୍ଦିର ପ୍ରବେଶ ପାଇଁ ସମ୍ପୃକ୍ତ ବ୍ୟକ୍ତି ଜଣକ ନକଲି ଆଧାର କାର୍ଡ ବ୍ୟବହାର କରିଥିବା ବୋଲି ଜଣାପଡି଼ଛି। ମଧ୍ୟ ପ୍ରଦେଶ ଉଜ୍ଜୈନ ଜିଲ୍ଲାରେ ବାବା ମହାକାଳଙ୍କ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏକଥା ସାମ୍ନାକୁ ଆସିବା ପରେ ମନ୍ଦିର ପରିସରରେ ସୃଷ୍ଟି ହୋଇଥିଲା ହଟଚମଟ। 

ମହାଳାଳ ମନ୍ଦିରରେ ଣ ହିନ୍ଦୁ ପ୍ରବେଶ କରିଥିବା ନେଇ ସୁରକ୍ଷାକର୍ମୀ ଜାଣିବା ପରେ ଆରମ୍ଭ ହୋଇଯାଇଥିଲା ଧରପଗଡ଼। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପରେ ମନ୍ଦିରର ସୁରକ୍ଷାକର୍ମୀ ତାକୁ ପୋଲିସକୁ ହସ୍ତାନ୍ତର କରିଥିଲେ। କର୍ଣ୍ଣାଟକର ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ତାଙ୍କ ହିନ୍ଦୁ ବାନ୍ଧବୀଙ୍କ ସହିତ ଏହି ଶିବ ମନ୍ଦିରରେ ପ୍ରବେଶ କରିଥିଲେ। ହେଲେ ପ୍ରବେଶ ସମୟରେ ମନ୍ଦିର କର୍ମଚାରୀ ତାଙ୍କ ଉପରେ ସନ୍ଦେହ କରିଥିଲେ। 

Also Read: ହନୁମାନ ମନ୍ଦିରରେ ପହଞ୍ଚିଗଲା ନାବାଳକ; ଦଳିତ ପରିବାର ଉପରେ ଲାଗିଲା ୨୫ ହଜାର ଟଙ୍କାର ଜରିମାନା

ଏହି ବ୍ୟକ୍ତିଙ୍କ ପାଖରେ ଏକ ନକଲି ଆଧାର କାର୍ଡ ଥିଲା। ମନ୍ଦିରରେ ଭସ୍ମ ଆରତୀ ଚାଲିଥିବା ସମୟରେ ସେ ରୀତିନୀତିକୁ ସଠିକ୍ ଭାବେ ଅନୁସରଣ କରୁନଥିଲେ | ଏହା ପରେ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ତାଙ୍କୁ ଧରି ପଚରାଉଚରା କରିଥିଲେ। ଯେତେବେଳେ ସେମାନ ଏହି ବ୍ୟକ୍ତିଙ୍କ ପାଖରୁ ତାଙ୍କର ଆଧାର କାର୍ଡ ମାଗିଲେ ସେତେବେଳେ ଜଣାପଡିଥିଲା ତାଙ୍କ ଫଟୋ ସେ ଆଣିଥିବା ପରିଚୟ ପତ୍ର ସହ ମେଳ ଖାଇନଥିଲା। ଯେତେବେଳେ ପୋଲିସ ସେମାନଙ୍କୁ ପଚରା ଉଚରା କରିଥିଲା ସେତେବେଳେ ଜଣାପଡିଥିଲା ଯେ ଏହି ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ତାଙ୍କ ହିନ୍ଦୁ ବାନ୍ଧବୀଙ୍କ ଭାଇ ଅଭିଷେକ ଦୁବେଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ମନ୍ଦିର ଅଣ ହିନ୍ଦୁ ପ୍ରବେଶ କରିଥିବା ନେଇ ପ୍ରମାଣ ମିଳିବା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ଦାଏର କରି ତାଙ୍କୁ ଗିରଫ କରିଥିଲା।

ଜେରା ସମୟରେ ପୋଲିସ ଜାଣିବାକୁ ପାଇଥିଲା ୟୁସୁଫ ମୁଲ୍ଲା ନାମକ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଅଭିଷେକ ଦୁବେ ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ନାମରେ ଆଧାର କାର୍ଡ ବ୍ୟବହାର କରି ଶିବ ମନ୍ଦିରରେ ପ୍ରବେଶ କରିଥିଲେ। ତାଙ୍କ ବିରୁଦ୍ଧରେ ପୋଲିସ ୪୨୦ ଧାରା ଅନୁସାରେ ମାମଲା ଦାଏର କରିଛି।

Also Read: ସ୍ୱାମୀଙ୍କ ଦ୍ୱାରା ନିର୍ମିତ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୁସଲିମ ମହିଳା

ଉଭୟ ୟୁସୁଫ ମୁଲ୍ଲା ଏବଂ ତାଙ୍କ ହିନ୍ଦୁ ବାନ୍ଧବୀ  ଖୁସବୁ ମହାକାଳ ମନ୍ଦିର ନିକଟସ୍ଥ ହୋଟେଲ ଠାରେ ରହିଥିଲେ। ସେଠାରେ ଦୁହେଁ ସେମାନଙ୍କ ମୂଳ ଆଧାର କାର୍ଡ ଦେଖାଇଥିଲେ। ଯେତେବେଳେ ଲଭ ଜିହାଦକୁ ନେଇ ହୋଟେଲ କର୍ମଚାରୀ ସେମାନଙ୍କ ଉପରେ ସନ୍ଦେହ କରିଥିଲେ ସେତେବେଳେ ସେମାନେ ପୋଲିସକୁ ଏ ଘଟଣା ବାବଦରେ ଜଣାଇଥିଲେ। ଏହା ପରେ ହୋଟେଲ ମାଲିକ ଉଭୟଙ୍କୁ ରଖିବାକୁ ମନା କରିଥିଲେ। ହେଲେ ପୋଲିସ ସେତେବେଳେ କୌଣସି ପଦକ୍ଷେପ ନେଇ ନଥିଲା। ଦୁହେଁ କେବଳ ମହାକାଳଙ୍କ ଦର୍ଶନ ପାଇଁ ଆସିଥିଲେ। ଆସିବା ସମୟରେ ଯେପରି କାହାରି ସନ୍ଦେହ ନହେବ ସେଥିପାଉଁ ଖୁସବୁ, ୟୁସୁଫ ମୁଲ୍ଲାଙ୍କୁ ତାଙ୍କ ଭାଇ ଅଭିଷେକ ଦୁବେଙ୍କ ଆଧାର କାର୍ଡ ପ୍ରଦାନ କରିଥିଲେ। ଭସ୍ମ ଆରତୀ ସମୟରେ ଖୁସବ ୟୁସୁଫଙ୍କୁ ତାଙ୍କ ଭାଇ ବୋଲି କହିଥିଲେ।

Also Read: ହିନ୍ଦୁ ମନ୍ଦିର ନିର୍ମାଣ ଲାଗି ଦାମୀ ଉପହାର ଦେଲେ ୟୁଏଇ ବିଦେଶ ମନ୍ତ୍ରୀ

ଏହା ପୂର୍ବରୁ ମଧ୍ୟ ଜଣେ ମୁସଲମାନ ଯୁବକ କୁର୍ତ୍ତା ପାଇଜାମା ଏବଂ ଟୋପି ପିନ୍ଧି ନିଜ ସାଙ୍ଗଙ୍କ ସହିତ ମହାକାଳ ମନ୍ଦିରରେ ପ୍ରବେଶ କରିଥିଲେ। ଆଉ ଏହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଏ ଘଟଣା ସମ୍ପର୍କରେ ଜାଣିବା ପରେ ହିନ୍ଦୁ ସଙ୍ଗଠନ କର୍ମକର୍ତ୍ତା ମନ୍ଦିରର ମୁଖ୍ୟ ପ୍ରବେଶ ପଥରେ ଗଙ୍ଗା ପାଣି ଛିଞ୍ଚିଥିଲେ। ଯେଉଁଠାରେ ଆହ୍ୱାନ ଆଖଡା ମହମଣ୍ଡଳେଶ୍ୱର ଆଚାର୍ଯ୍ୟ ଶେଖର ମନ୍ଦିରରେ  ଯେପରି କୌଣସି ଅଣ ହିନ୍ଦୁଙ୍କୁ ପ୍ରବେଶ ନକରନ୍ତି ସେଥିନେଇ ମନ୍ଦିର ପ୍ରଶାସନକୁ ଚେତାବନୀ ଦେଇଥିଲେ। ଏହା ସହିତ ମନ୍ଦିର କମିଟି ମୁସଲମାନ ଯୁବକଙ୍କୁ ସମ୍ମାନିତ ବାବ ମହାକାଳଙ୍କ ଅକ ଫଟୋ ପ୍ରଦାନ କରିଥିଲା।