Heatwave shocked Britain: ଆଣ୍ଟଲାଟିକ ମହାସାଗରରେ ଅବସ୍ଥିତ ବିଟ୍ରେନ ଭଳି ଦ୍ୱୀପରାଷ୍ଟ୍ରରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏହି କାରଣରୁ ସାଧାରଣ ଜୀବନଯାତ୍ରା ହୋଇଛି ପ୍ରଭାବିତ। ଗ୍ରୀଷ୍ମ ପ୍ରବାହରୁ ଆରାମ ପାଇବା ପାଇଁ ଲୋକଙ୍କୁ ଦିଆଯାଉଛି ଅଦ୍ଭୁତ ପରାମର୍ଶ। ଫିଲିପାଇନ୍ସ ଭଳି ଅନ୍ୟତମ ଦ୍ୱୀପରାଷ୍ଟ୍ରରେ ବସବାସ କରୁଥିବା ଲୋକେ ଗରମରୁ ଆଶ୍ୱସ୍ତି ପାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି। ଯେଉଁଥିରେ କିଛି ମଜାଳିଆ ପ୍ରଣାଳୀ ମଧ୍ୟ ରହିଛି। ପ୍ରବଳ ଗରମରେ ବ୍ରିଟେନ ବାସିନ୍ଦା ଥଣ୍ଡା ହେବାର ଉପାୟ ଖୋଜୁଛନ୍ତି। ଏନେଇ ଟ୍ୱିଟର ଯୋଗେ ପରାମର୍ଶ ଦିଯାଯାଉଛି ଯେ ଜଣେ ଖାଲି କଟନ କିମ୍ବା ଲାଇଲନ୍ ନିର୍ମିତ ପୋଷାକ ପିନ୍ଧିବା ଆବଶ୍ୟକ। ଯାହା ସମସ୍ତଙ୍କୁ ସହଜରେ ମିଳିପାରିବ। 


COMMERCIAL BREAK
SCROLL TO CONTINUE READING

ଗ୍ରୀଷ୍ମ ପ୍ରବାହରୁ (Heatwave ) ଆରାମ ପାଇବା ପାଇଁ ଟ୍ୱିଟର ୟୁଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ପରାମର୍ଶ ଦିଆଯାଇଥିଲା ଯେ ପୁରୁଷ (Men) ମହିଳା (Women) ବ୍ୟବହାର କରୁଥିବା ନାଇଟୀ (Nighty Dress) ଭଳି ପୋଷାକ ପିନ୍ଧିବା ଆବଶ୍ୟକ। ଯାହାକୁ ଫିଲିପାଇନ୍ସରେ 'ଡଷ୍ଟର ଡ୍ରେସ' (Philippines Duster Dress) କୁହାଯାଏ।


ପ୍ରବଳ ଗରମ ସମୟରେ ଥଣ୍ଡା ହେବା ପାଇଁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଆରାମ ପାଇଁ ଲୋକେ ସୋସିଆଲ ମିଡିଆ ଜରିଆରେ ପରାମର୍ଶ ଦେଇଥିଲେ। ଜଣେ ଉପଭୋକ୍ତା କିଛି ନକରିବାକୁ ଏବଂ ସମସ୍ତ ଝରକା ଖୋଲିବାକୁ ପରାମର୍ଶ ଦେବା ସବ ସୋଫା ସାମ୍ନାରେ ପଙ୍ଖା ଲଗାଇ ଶୋଇବାକୁ ପରାମର୍ଶ ଦେଇଥିଲେ। ଗରମ ଦିନରେ  ଅନେକ ଥର ଗାଧୋଇବା ଏବଂ ଦିନସାରା ଘର ଭିତରେ ବିତାଇବା ଭଳି ପରାମର୍ଶ ମଧ୍ୟ ଦିଆୟାଇଛି। ରାତିରେ ସମୟରେ କେଉଁ ଖାଦ୍ୟ ଗ୍ରହଣ କରାଯିବ ଆବଶ୍ୟକ ଏବଂ କେଉଁ ଖଦ୍ୟ ଖାଇବା ଠିକ ନୁହେଁ ସେ ବାବଦରେ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଜଣେ ଫିଲିପାଇନ୍ସ ଟ୍ୱିଟ୍‌ର ୟୁଜର କହିଛନ୍ତି ଯେ ସେ ସାଲାଡ ଖାଉ ନାହାଁନ୍ତି। କାରଣ ତାଙ୍କ ଘର ବହୁତ ଗରମ ହୋଇଯାଉଥିବାରୁ ସେମାନେ ଘର ଭିତରେ ରୋଷେଇ ମଧ୍ୟ କରୁନାହାଁନ୍ତି। 


ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପୁରୁଷଙ୍କ ନାଇଟି ପିନ୍ଧିଥିବାର ଫଟୋ ଅଧିକ ଭାଇରାଲ ହୋଇଥିଲା। ଲୋକେ ଫିଲିପାଇନ୍ସ ଶୈଳୀରେ ଗରମରୁ ରକ୍ଷା ପାଇବାର ଏହି ଉପାୟକୁ ପସନ୍ଦ କରିଥିଲେ। ଲୋକଙ୍କୁ ଗୋଟିଏ ଉପାୟ ପସନ୍ଦ ଆସିଥିଲା ଯେଉଁଥିରେ ମହିଳା ବ୍ୟବହାର କରୁଥିବା ନାଇଟୀ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏନେଇ ଜଣେ ୟୁଜର କହିଛନ୍ତି ଆପଣ କେଉଁଠାରୁ ଆସିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଗ୍ରୀଷ୍ମ ପ୍ରବାହରୁ କିପରି ବଞ୍ଚିହେବ ତାହା ଜରୁରୀ। ଏହି ଉପାୟ ପ୍ରଭାବଶାଳୀ ହୋଇପାରେ। ଗରମ ବେଳେ ଥଣ୍ଡା ରହିବା ଆବଶ୍ୟକ। 


Also Read: ପୁରୁଷ ହୋଇ ହାଇ ହିଲ ପିନ୍ଧି ଯାଉଛନ୍ତି ଅଫିସ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ


Also Read: ନାରୀଙ୍କ ପାଇଁ ଆସିଥିଲା 'Bikini', ଏବେ ପୁରୁଷଙ୍କ ପାଇଁ ଆସିଲା 'Brokini'