ପୁରୁଷ ହୋଇ ହାଇ ହିଲ ପିନ୍ଧି ଯାଉଛନ୍ତି ଅଫିସ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha831351

ପୁରୁଷ ହୋଇ ହାଇ ହିଲ ପିନ୍ଧି ଯାଉଛନ୍ତି ଅଫିସ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅଷ୍ଟ୍ରଲୀୟ ଯୁବକ ମ୍ୟାକ୍ସୱେଲଙ୍କ ହାଇ ହିଲ୍ ପିନ୍ଧିବାର କାରଣ ମଧ୍ୟ ଟିକେ ଆଶ୍ଚର୍ଯ୍ୟଜନକ। ତାଙ୍କ ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା ସହକର୍ମୀ କହିଛନ୍ତି ସେ ହାଇହିଲ ପିନ୍ଧି ଶକ୍ତିଶାଳୀ ଅନୁଭବ କରିଥାନ୍ତି। 

ପୁରୁଷ ହୋଇ ହାଇ ହିଲ ପିନ୍ଧି ଯାଉଛନ୍ତି ଅଫିସ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କାନବେରା: ହାଇହିଲ ପିନ୍ଧି ପୁରୁଷଙ୍କୁ ଆପଣ ଚାଲୁଥିବାର କିମ୍ବା ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇଥିବେ। ହେଲେ କେବେ ପୁରୁଷଙ୍କୁ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ହାଇହିଲ ପିନ୍ଧି ଅଫିସ ଯାଉଥିବାର ଦେଖିଛନ୍ତି। ହେଲେ ଏପରି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। 

ଦେଶର ସିଡନୀ ସହରରେ ବସବାସ କରୁଥିବା ୩୦ ବର୍ଷୀୟ ଏସଲେ ମ୍ୟାକ୍ସୱେଲ ଲ୍ୟାମ (Ashley Maxwell Lam) ନାମକ ବ୍ୟକ୍ତି ନିଜ ଲୁକ୍କୁ (Look) ଫାଇନାଲ ଟଚ୍ (Final Touch) ଦେବା ମହିଳାଙ୍କ ଭଳି ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ ହାଇ ହିଲ (High Heel) ପିନ୍ଧିଥାନ୍ତି। ସେ ସ୍ଥାନୀୟ ଏକ କର୍ପୋରେଟ ଅଫିସରେ ଅର୍ଥ ପରାମର୍ଶଦାତା ଭାବେ କାର୍ଯ୍ୟରତ। ପ୍ରତ୍ୟେକ ଦିନ ସେ ଟେଲର ନିର୍ମିତ ସୁଟ ସହ ଟାଇ ପିନ୍ଧି ଅଫିସ ଯାଇଥାନ୍ତି।      

 

ଅଷ୍ଟ୍ରଲୀୟ ଯୁବକ ମ୍ୟାକ୍ସୱେଲଙ୍କ ହାଇ ହିଲ୍ ପିନ୍ଧିବାର କାରଣ ମଧ୍ୟ ଟିକେ ଆଶ୍ଚର୍ଯ୍ୟଜନକ। ତାଙ୍କ ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା ସହକର୍ମୀ କହିଛନ୍ତି ସେ ହାଇହିଲ ପିନ୍ଧି ଶକ୍ତିଶାଳୀ ଅନୁଭବ କରିଥାନ୍ତି। ଏହାର କାରଣ ପଚାରିବାରୁ ମହିଳା ଜଣକ କହିଥିଲେ ସେ ଏହାକୁ ନିଜେ ପିନ୍ଧିବା ଉଚିତ୍ ଏବଂ ନିଜେ ସେହି ଶକ୍ତି ନିଜେ ଅନୁଭବ କରିବା ଦରକାର। ଏହା ପରେ ମ୍ୟାକ୍ସୱେଲ କେବଳ ଚେଷ୍ଟା କରିବା ପାଇଁ ହାଇ ହିଲ ପିନ୍ଧିଥିଲେ, ହେଲେ ସେବେ ଠାରୁ ସେ ଜୋତା ବଦଳରେ ହିଲ୍ ପିନ୍ଧିବା ଜାରି ରଖିଲେ।

Also Read: ନାରୀଙ୍କ ପାଇଁ ଆସିଥିଲା 'Bikini', ଏବେ ପୁରୁଷଙ୍କ ପାଇଁ ଆସିଲା 'Brokini'

 

ଏନେଇ ମ୍ୟାକ୍ସୱେଲଙ୍କ କହିବା ଅନୁସାରେ ତାଙ୍କ ଜଣେ ମହିଳା ସହକର୍ମୀ ଉଲ୍ଲେଖ କରିଥିବା ପରି ସେ ହାଇ ହିଲ ପିନ୍ଧି ସେହି ସମାନ ଶକ୍ତି ଅନୁଭବ କରିଥିଲେ। ବିଗତ ବର୍ଷେ ଧରି ସେ ଜୋତା ବଦଳରେ କେବଳ ହାଇ ହିଲ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ତାଙ୍କ ନିକଟରେ ୯ ହଳ ହାଇ ହିଲ୍ ଅଛି। ଏହା ମଧ୍ୟରୁ ସେ  କେତକଙ୍କୁ ଅଫିସ  ଏବଂ ଅନ୍ୟ କେତେକକୁ ବୁଲିବାକୁ ଗଲାବେଳେ ବ୍ୟବହାର କରଥାନ୍ତି।