Girl Give Exam In Ambulance: କଥାରେ ଅଛି ମନରେ ଦୃଢ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ କାମ ବି ସମ୍ଭବ ହୋଇଥାଏ। ଆଉ ଯାହାକୁ କରି ଦେଖାଇଛନ୍ତି ଜଣେ ଦଶମ ଶ୍ରେଣୀ (Class 10)ଛାତ୍ରୀ । ଦଶମ ଶ୍ରେଣୀ ଛାତ୍ରୀ(Class 10 student) ମୁବାସିରା ସୟଦ୍ ( mubashshira sayyed)। ବର୍ଷ ତମାମ ଦଶମ ବୋର୍ଡ (SSC)ପରୀକ୍ଷା ପାଇଁ ଦିନରାତି କଷ୍ଟ କରି ପାଠ ପଢିଥିଲେ। ଆଉ ଭଲ ନମ୍ବର ଆଣିଲେ, ଭଲ କଲେଜରେ ଆଡମିସନ ମିଳିବ ବୋଲି ମନରେ ଆଶା ରଖିଥିଲେ । ହେଲେ ଦଇବ ବରଦ କିଛି ଅଲଗା ଥିଲା । ପରୀକ୍ଷା ପୂର୍ବରୁ ତାଙ୍କ ସହ ଘଟିଲା ଏକ ଦୁର୍ଘଟଣା(accident) । ଯାହାକୁ ନେଇ ସେ ଭାଙ୍ଗି ପଡି ନଥିଲେ ବରଂ ମନରେ ସାହାସ ଜୁଟାଇଥିଲେ । ଯାହା ହେଲେବି ପରୀକ୍ଷା ଦେବି । 


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ରର ବାନ୍ଦ୍ରାସ୍ଥିତ ଅଞ୍ଜୁମାନ-ଇ-ଇସଲାମର ଡକ୍ଟର ଏମଆଇଜେ ବାଳିକା ଉଚ୍ଚ ବିଦ୍ୟାଳୟର  (Anjuman-I-Islam's (Dr. MIJ Girl's High School)ର ଛାତ୍ରୀ ମୁବାସିରା ସୟଦ୍ । ସୂଚନା ଅନୁସାରେ, ମୁବାସିରା ଶୁକ୍ରବାର (ମାର୍ଚ୍ଚ ୧୭)ସ୍କୁଲରୁ ଘରକୁ ଫେରୁଥିବା ବେଳେ  ଏକ ଦୁର୍ଘଟଣାର(accident) ଶୀକାର ହୋଇଥିଲେ। ଏକ କାର ତାଙ୍କ ବାମ ଗୋଡ ଉପରେ ଚଢି ଯାଇଥିଲା । ଏହି କାରଣରୁ ସେ ଗୁରୁତର ହୋଇପଡିଥିଲେ।  ଫଳରେ ସ୍ଥାନୀୟ ଲୋକେ ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ତାଙ୍କୁ ସେହି ଦିନ ଅପରେସନ୍ କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ଏବଂ ରବିବାର (ମାର୍ଚ୍ଚ ୧୯) ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ସେ, କିନ୍ତୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ମୁବାସିରା ସୋମବାର (ମାର୍ଚ୍ଚ ୨୦) ଆମ୍ବୁଲାନ୍ସରେ ପରୀକ୍ଷା ଦେଇଥିଲେ। ବସିପାରୁ ନ ଥିବାରୁ ମୁବାସିରା ତାଙ୍କ ପରୀକ୍ଷାର ଉତ୍ତର ସେ ନିଜେ କହି ଅନ୍ୟ ଦ୍ବାରା ଲେଖାଇଥିଲେ(Girl Give Exam In Ambulance) । ମୁବାସିରା କହିଛନ୍ତି ଯେ, ନିଜେ ବସି ପରୀକ୍ଷା ହଲରେ ଉତ୍ତର ଲେଖିବା ଓ ନିଜେ ଉତ୍ତର କହି ଅନ୍ୟ କାହା ଦ୍ବାରା ଉତ୍ତର ଲେଖାଇବାରେ ଫରକ ରହିଛି । ଏବଂ ଏହା ଭିନ୍ନ ଅଟେ। ମୁଁ ଖୁସି ଯେ, ଦୁର୍ଘଟଣାର ଶୀକାର ହୋଇବି ପରୀକ୍ଷାରେ ଦେଇପାରିଲି। 


Also Read : DJ Azex Death Case: ଆସିଲା ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଖୋଲିବ କି ମୃତ୍ୟୁ ଗୁମର?


Also Read : Weather Update: ରାଜ୍ୟର ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ଆର୍ଲଟ, ଝଡ଼ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା !


ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନଥିଲେ ଛାତ୍ରୀ :
ମୁବାସିରା କହିଛନ୍ତି, 'ମୁଁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନଥିଲି। ମୋ ପାଇଁ ଜଣେ ଉତ୍ତର ଲେଖିବା ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା। ତଥାପି ମୁଁ ଏଥିରେ ବହୁତ ଖୁସି ଅଛି । ' ସୂଚନା ଅନୁଯାୟୀ, ମାର୍ଚ୍ଚ ୨୩ ଏବଂ ମାର୍ଚ୍ଚ ୨୫ ରେ ମୁବାସିରା ତାଙ୍କର ଆଉ ଦୁଇଟି ପରୀକ୍ଷା ଅଛି । ଯାହାକୁ ସେ ଆମ୍ବୁଲାମ୍ସରେ(Ambulance) ରହି ଦେବେ । ତେବେ, ଛାତ୍ରୀଙ୍କ ଚିକିତ୍ସା ପାଇଁ ସ୍କୁଲରେ ଶିକ୍ଷକମାନେ ଟଙ୍କା ସଂଗ୍ରହ ମଧ୍ୟ କରୁଥିବା ଜଣାପଡିଛି । ନୁରସବା ଅସାଂରୀ, ମୁବାସିରାଙ୍କ ପାଇଁ ପ୍ରଶ୍ନର ଉତ୍ତର ଆମ୍ବୁଲାନ୍ସରେ ରହି ଲେଖିଥିଲେ। ସକାଳେ ତାଙ୍କୁ ପରୀକ୍ଷା କେନ୍ଦ୍ର ନିକଟକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଥିଲା। ତେବେ, ଆମ୍ବୁଲାନ୍ସ ବାହାରେ ଜଣେ ପୋଲିସ କର୍ମଚାରୀ ଓ ସ୍କୁଲ କର୍ମଚାରୀ ଉଭୟଙ୍କୁ ଜଗି ରହିଥିଲେ। ତେବେ, ନୁରସବା ଅସାଂରୀଙ୍କ ଉଦ୍ୟମ ଯୋଗୁଁ ଏସବୁ ସମ୍ଭବ ହୋଇଛି  ।