Weather Update: ରାଜ୍ୟର ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ଆର୍ଲଟ, ଝଡ଼ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା !
Advertisement
Article Detail0/zeeodisha/odisha1619962

Weather Update: ରାଜ୍ୟର ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ଆର୍ଲଟ, ଝଡ଼ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା !

Weather Update: ଡହ ଡହ ଖରାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ବର୍ଷା (rain)। ଗତକାଲି(ସୋମବାର) ଟ୍ୱିନ ସିଟି ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା (rain)ସାଙ୍ଗକୁ କୁଆପଥର ମାଡ ବି ଦେଖିବାକୁ ମିଳିଛି । ଫଳରେ ରାଜ୍ୟର ତାପମାତ୍ରା ଟିକିଏ ହ୍ରାସ ପାଇ ପୁଣିଥରେ ଥଣ୍ଡା ଫେରି ଆସିଥିବା ଦେଖାଯାଇଛି । କିନ୍ତୁ ପାଣିପାଗ ବିଭାଗ (IMD )ତରଫରୁ ଆଜି କିଛି ଅଲଗା ସୂଚନା ମିଳିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weather Update: ଡହ ଡହ ଖରାରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ବର୍ଷା (rain)।  ଗତକାଲି(ସୋମବାର)  ଟ୍ୱିନ ସିଟି ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା (rain)ସାଙ୍ଗକୁ କୁଆପଥର ମାଡ ବି ଦେଖିବାକୁ ମିଳିଛି । ଫଳରେ ରାଜ୍ୟର ତାପମାତ୍ରା ଟିକିଏ ହ୍ରାସ ପାଇ ପୁଣିଥରେ ଥଣ୍ଡା ଫେରି ଆସିଥିବା ଦେଖାଯାଇଛି । କିନ୍ତୁ ପାଣିପାଗ ବିଭାଗ (IMD )ତରଫରୁ ଆଜି କିଛି ଅଲଗା ସୂଚନା ମିଳିଛି । ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟର (Odishas two districts )ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ଆଗାମୀ ୨ ରୁ ୩ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି (thunderstorm)ସହ କୁଆ-ପଥର ବର୍ଷା ହେବ ।  ଏବଂ ପବନ ୩୦ ରୁ  ୪୦ କିମି ସମ୍ଭାବନା ଥିବାରୁ ଅରେଞ୍ଜ ଚେତାବନୀ (orange warning)ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। 

ଆଜି ମୟୁରଭଞ୍ଜ,କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଆଦି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (rain) ହୋଇପାରେ । ଏହାବ୍ୟତୀତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଏବଂ କୋରାପୁଟର କେତେକ ଅଞ୍ଚଳ ମଧ୍ୟ ବର୍ଷାରେ (rain) ଭିଜିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆସନ୍ତା ୨୪ ଘଣ୍ଟାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ । କିନ୍ତୁ ଏହାପରେ ରାଜ୍ୟରେ ଖରା ବଢିବ ଏବଂ ଏହା ସହ ତାତି ମଧ୍ୟ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଆଜି ରାଜଧାନୀରେ ଦିନର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ଏବଂ ରାତିରେ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀରେ ପହଞ୍ଚିପାରେ ।

Also Read : Salman Khan : ସଲମାନଙ୍କ ସହ ଛାୟି ଭଳି ରହୁଥିବା ବଡ଼ିଗାର୍ଡ ଶେରାର ମାସିକ ଦରମା କେତେ? ଜାଣନ୍ତୁ

Also Read : Tech firm CEO Dies: କମ୍ପାନୀ ମୁଖ୍ୟଙ୍କ ମୁଣ୍ତ ଉପରେ ଚଢିଗଲା କାର୍

ଗତକାଲି (ସୋମବାର) ରାଜ୍ୟର ଅନେକ ସ୍ଥାନରେ ନିର୍ଧୁମ ବର୍ଷା (rain)ହୋଇଥିଲା । କୁଆପଥରର ବଡ଼ ବଡ଼ ଖଣ୍ଡ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଯାଜପୁର ଧର୍ମଶାଳା ବ୍ଲକରେ ୧ କିଲୋ ଓଜନର କୁଆପଥର ପଡ଼ିଛି । ଖୋର୍ଦ୍ଧା, କଟକ, ବାଲେଶ୍ୱର, ବଲାଙ୍ଗିର ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହୋଇଛି। ତେବେ ଏହାମଧ୍ୟରେ କପ୍ତିପଦାରେ ସର୍ବାଧିକ ୫୮ ମି.ମି ବର୍ଷା ହୋଇଥିବା ବେଳେ ବୌଦ୍ଧରେ ୪୦.୪ମିମି ବର୍ଷା ହୋଇଥିଲା । ଗତ ୬ ଦିନରୁ ପାଗ ମେଘୁଆ ରହିବା ସହ ଅନେକ ଅଞ୍ଚଳରେ ବର୍ଷା ହୋଇ ବିଜୁଳି ଏବଂ ଘଡଗଡି ମଧ୍ୟ ଦେଖାଯାଇଛି ।

Also Read : Nikhil Kamath: ପାଠପଢାରେ ଡୋରୀ ଲଗାଇ ୧୭ ବର୍ଷରେ ଛାଡିଥିଲେ ଘର, ବର୍ତ୍ତମାନ ରୋଜଗାର କରୁଛନ୍ତି ଦୈନିକ ୨୭ ଲକ୍ଷ ଟଙ୍କା

Also Read : Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ