DJ Azex Death Case: ଆସିଲା ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଖୋଲିବ କି ମୃତ୍ୟୁ ଗୁମର?
Advertisement

DJ Azex Death Case: ଆସିଲା ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଖୋଲିବ କି ମୃତ୍ୟୁ ଗୁମର?

DJ Azex Death Case: ‘ଡିଜେ ଆଜେକ୍ସ’(DJ Azex Death Case) ଓରଫ ଅକ୍ଷୟ କୁମାରଙ୍କ (Akshay Kumar death case)ମୃତ୍ୟୁ ଘଟଣା । ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜେକ୍ସଙ୍କ ମୃତ୍ୟୁକୁ ଚାରି ଦିନ ବିତି ଯାଇଥିବା ବେଳେ ଆଜି ଆସିଛି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ (DJ Azex Postmortem Report)।

ସୌଜନ୍ୟ- ସୋସିଆଲ ମିଡ଼ିଆ

DJ Azex Death Case: ‘ଡିଜେ ଆଜେକ୍ସ’(DJ Azex Death Case) ଓରଫ ଅକ୍ଷୟ କୁମାରଙ୍କ (Akshay Kumar death case)ମୃତ୍ୟୁ ଘଟଣା ।  ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  ‘ଡିଜେ ଆଜେକ୍ସ’ଙ୍କ ମୃତ୍ୟୁକୁ ଚାରି ଦିନ ବିତି ଯାଇଥିବା ବେଳେ ଆଜି ଆସିଛି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ (DJ Azex Postmortem Report)। ଶ୍ୱାସରୁଦ୍ଧ ହୋଇ ଅକ୍ଷୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ ଆଜେକ୍ସଙ୍କ (DJ Azex)ବେକରେ ଦଉଡିର ଦାଗ ରହିଛି । ପୋଲିସକୁ ସିଡିଆର ରିପୋର୍ଟ ହସ୍ତଗତ କରାଯାଇଛି । ସେପଟେ, ଏ-ନେଇ ପୋଲିସ୍ ଅଧିକ ଛାନଭିନ୍ ଜାରି ରଖିଛି । 

ତେବେ,‘ଡିଜେ ଆଜେକ୍ସ’ଙ୍କ ମୃତ୍ୟୁରେ ତାଙ୍କ ପ୍ରେମିକା(DJ Azex girlfriend) ଓ ସାଙ୍ଗଙ୍କ (Male Friend) ହାତ ଥିବା କୁହାଯାଇଛି। ଏହି ଘଟଣାରେ ‘ଡିଜେ ଆଜେକ୍ସ’ଙ୍କ ପ୍ରେମିକା (DJ Azex girlfriend) ଓ ପ୍ରେମିକାଙ୍କ ସାଙ୍ଗ (Male Friend)ନାଁରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ପୋଲିସ । ଏ-ନେଇ ଆଜି ‘ଡିଜେ ଆଜେକ୍ସ’ ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବା ନେଇ ସୂଚନା ରହିଛି । ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ନେଇ ପଚରାଉଚରା (Questioned) ମଧ୍ୟ କରିବ ପୋଲିସ୍। ପ୍ରେମିକାଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିବା ଅନସିନ ଭିଡିଓକୁ ନେଇ ପଚାର ଉଚରା କରିବ ପୋଲିସ। ରାଜଧାନୀର ଏକ ହୋଟେଲରେ ପାଳନ ହୋଇଥିଲା ବାର୍ଥ ଡେ’।  ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ହୋଇଥିଲା ସେଲିବ୍ରେସନ୍ । ଫେବୃଆରୀ ୨୮ ସେଲିବ୍ରେସନ ବେଳେ ସୁଟ ହୋଇଛି ଭିଡିଓ ।  ଯେଉଁ ଭିଡିଓ ପାଇଁ ପ୍ରେମିକା ଜଣଙ୍କ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି । ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଛି ପୋଲିସ। ଗତକାଲି(ସୋମବାର) ଏ ସମ୍ପର୍କରେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି ପୋଲିସ ।

Also Read : Weather Update: ରାଜ୍ୟର ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ଆର୍ଲଟ, ଝଡ଼ତୋଫାନ ସହ ପ୍ରବଳ ବର୍ଷା ଆଶଙ୍କା !

Also Read :  DJ Azex Death Case: ଡିଜେ ଆଜେକ୍ସଙ୍କୁ କରାଯାଇଛି ହତ୍ୟା, ମୃତ୍ୟୁର ରହସ୍ୟ ଖୋଲିବ WhatsApp Chat!

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଖାରବେଳ ନଗର ଥାନା ଅଧିନ ୟୁନିଟ୍‌‌-୩ ସ୍ଥିତ ବାସଭବନରେ ବେକରେ ବେଡ୍‌‌ସିଟ୍‌‌ ଲଗାଇ ଫ୍ୟାନରେ ‘ଡିଜେ ଆଜେକ୍ସ’ ଝୁଲିପଡ଼ିଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀ ଓ ବ୍ଲାକମେଲକୁ କେନ୍ଦ୍ରକରି ‘ଡିଜେ ଆଜେକ୍ସ’ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ୍ ଛାନଭିନ୍ କରୁଛି ।

Also Read : Nikhil Kamath: ପାଠପଢାରେ ଡୋରୀ ଲଗାଇ ୧୭ ବର୍ଷରେ ଛାଡିଥିଲେ ଘର, ବର୍ତ୍ତମାନ ରୋଜଗାର କରୁଛନ୍ତି ଦୈନିକ ୨୭ ଲକ୍ଷ ଟଙ୍କା

Also Read : Shah Rukh Khan: କିଙ୍ଗ ଖାନଙ୍କ ପ୍ରଥମ ବନ୍ଧୁ ହେଉଛନ୍ତି ଏହି ବ୍ୟକ୍ତି, ଯିଏ ବିପଦରେ ସବୁବେଳେ ତାଙ୍କ ପାଖରେ ହୋଇଥାନ୍ତି ଠିଆ