Fight for Seat: ସାମାନ୍ୟ ସିଟ ପାଇଁ କିଛି ମହିଳା ଯେଉଁ କାରନାମା କରିଛନ୍ତି ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇ ସହରର ଜୀବନ ରେଖା କୁହା ଯାଉଥିବା ଲୋକାଲ ଟ୍ରେନ ଯୋଗେ ଯାତ୍ରା କରିବା ବେଳେ ସିଟ ପାଇଁ ମୁହାଁମୁହିଁ ହୋଇଛନ୍ତି କେତେକ ମହିଳା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ଯୋଗ ଭାଇରାଲ ହେବାରେ ଲାଗିଛି। ଲୋକାଲ ଟ୍ରେନ ଯୋଗେ ଯାତ୍ରା ବେଳେ  ସିଟ ଲାଗି ମୁହାମୁହିଁ ହେବାକୁ ପଛେଇ ନାହାଁନ୍ତି କିଛି ମହିଳା ଯାତ୍ରୀ। ଠାଣେ-ପାନଭେଲ ଲୋକାଲ ଟ୍ରେନ ମହିଳା ବଗିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ଭାଇରାଲ ଭିଡିଓ (Viral Video) ରେ ଦେଖିବାକୁ ମିଳୁଛି କିଛି ମହିଳା ଯାତ୍ରୀ (Female Passenger) ଲୋକାଲ ଟ୍ରେନ ମଧ୍ୟରେ ପରସ୍ପର ପରସ୍ପରର ଚୁଟି ଟାଣୁଛନ୍ତି। ଜଣେ ମହିଳା କନଷ୍ଟେବଳ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ତାଙ୍କର ଉଦ୍ୟମ ବ୍ୟର୍ଥ ହେବା ସହିତ ସେ ଏହି ବିବାଦ କାରଣରୁ ଆହତ ହୋଇଛନ୍ତି।


Also Read: Uttar Pradesh: Instagram Reel ବନାଇବାକୁ ମନା କରିବାକୁ ଥାନାରେ ଉନ୍ମୁକ୍ତ କାଣ୍ଡ କରି ବସିଲେ ମହିଳା



ଏହି ଘଟଣାରେ ପ୍ରତିକ୍ରିୟା ରଖି ୱାଶୀ ରେଳ ଷ୍ଟେସନ ବରିଷ୍ଠ ପୋଲିସ ଇନ୍ସପେକ୍ଟର ଏସ.କାଟାରେ କହିଛନ୍ତି ଯେ, ୱାଶୀ ରେଳ ଷ୍ଟେସନ (Vashi Railway Station) ଠାରେ ଠାଣେ ଠାରୁ ପାନଭେଲ ଅଭିମୁଖେ ଯାତ୍ରା କରୁଥିବା ଏକ ଲୋକାଲ ଟ୍ରେନ (Thane Panvel Local Train) ଯୋଗେ ଯାତ୍ରା କରିବା ସମୟରେ କିଛି ମହିଳାଙ୍କ ମଧ୍ୟରେ ହାତାହାତି ହୋଇଥିଲା। ସିଟ କୁ ନେଇ ବିବାଦ ପରେ କିଛି ମହିଳା ପରସ୍ପରକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ଏହି ଘଟଣା ଘଟିବା ସମୟରେ ଜଣେ ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।


ଏହି ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଜଣେ ବୃଦ୍ଧ ମହିଳା ଏବଂ ତାଙ୍କ ନାତୁଣୀ ଠାଣେରୁ ଲୋକାଲ ଟ୍ରେନ ଧରିଥିଲେ। ଅନ୍ୟପଟେ କୋପରଖୈରଣେ ଠାରେ ଅନ୍ୟ ଜଣେ ମହିଳା ଲୋକାଲ ଟ୍ରେନ ରେ ଚଢିଥିଲେ। ଉଭୟେ ସିଟ୍  ଖାଲି ହେବାକୁ ଅପେକ୍ଷା କରି ରହିଥିଲେ। ଯେତେବେଳେ ସିଟ୍ ଖାଲି ଥିଲା ସେତେବେଳେ ବୃଦ୍ଧ ମହିଳା ଜଣଙ୍କ ତାଙ୍କ ନାତୁଣୀକୁ ବସିବାକୁ କହିଥିଲେ। ହେଲେ ସେହି ଅନ୍ୟ ମହିଳା ଜଣଙ୍କ ମଧ୍ୟ ସିଟ ନେବାକୁ ଚେଷ୍ଟା କରିଥିଲେ। ଯାହା ପରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ବିବାଦରେ ପରିଣତ ହୋଇଥିଲା। ଏନେଇ କୁହାଯାଉଛି ଯେ ସିଟ୍ ପାଇଁ ହୋଇଥିବା ମାରପିଟ ପରେ ଉଭୟ ମହିଳା ପରସ୍ପର ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।


Also Read: Drunken Lady Viral Video: ନିଶାସକ୍ତ ଅବସ୍ଥାରେ ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଲେ ଯୁବତୀ


ମୁମ୍ବାଇ ସହରର ଜୀବନ ରେଖା (Lifeline of Mumbai City) ଭବେ ପରିଚିତ ମୁମ୍ବାଇ ଲୋକଲ ଟ୍ରେନ (Mumbai Local Train) ଏହାର ଭିଡ ଯାତାୟାତ ପାଇଁ ଜଣାଶୁଣା। ମୁମ୍ବାଇ ମହାନଗର ନିଗମ ଅଞ୍ଚଳରେ ଏହାର ବ୍ୟାପକ ପ୍ରସାର ହେତୁ ଏବଂ ସ୍ଥାନୀୟ ସହରୀ ଜନସଂଖ୍ୟାର ଏକ ବୃହତ ବିଭାଗ ଦ୍ୱାରା ଏହା ବ୍ୟବହୃତ ହୋଇଥିବାରୁ ମୁମ୍ବାଇ ଲୋକାଲ ଟ୍ରେନ ଦୁନିଆର ସର୍ବାଧିକ ଲୋକ ଭିଡ଼ ସମସ୍ୟାରେ ପୀଡିତ।