Drunken Lady Viral Video: ନିଶାସକ୍ତ ଅବସ୍ଥାରେ ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଲେ ଯୁବତୀ
Advertisement

Drunken Lady Viral Video: ନିଶାସକ୍ତ ଅବସ୍ଥାରେ ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଲେ ଯୁବତୀ

Drunken Lady Viral Video: ରାସ୍ତାରେ ନିଶାସକ୍ତ ଅବସ୍ଥାରେ ହଙ୍ଗାମା ସୃଷ୍ଟି କରିଥିବା ଯୁବତୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଲୋକେ।

Drunken Lady Viral Video: ନିଶାସକ୍ତ ଅବସ୍ଥାରେ ପୋଲିସ ଅଧିକାରୀଙ୍କୁ ଧକ୍କା ମାରିଲେ ଯୁବତୀ

Drunken Lady Viral Video: ଆବଶ୍ୟକତା ଠାରୁ ଅଧିକ ମାତ୍ରାରେ ନିଶା ସେବନ ବେଳେ ମହଙ୍ଗା ପଡିଯାଏ। ନିଶାସକ୍ତ ଅବସ୍ଥାରେ ରହି ବିଭିନ୍ନ ଲୋକ ନିଜେ କରିଥିବାର କାରନାମାର ଭିଡ଼ିଓ ଭାଇରାଲ ହୋଇଥାଏ। ସଦ୍ୟ ମହାରାଷ୍ଟ୍ରର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀ ପୋଲିସ ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି।     

ଏହି ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀ ପୋଲିସ ଅଧିକାରୀଙ୍କ ସହ ରାସ୍ତାରେ ଯାଉଥିବା ଲୋକ ଏପରିକି ଗାଡି଼ ଚାଳକଙ୍କୁ ଏଣୁତେଣୁ କହୁଛି। ଏହି ଯୁବତୀଙ୍କ କାରନାମା ଦେଖି ରାସ୍ତାରେ ଉପସ୍ଥିତ ରହିଥିବା ଲୋକେ ଏହାର ଭିଡ଼ିଓ ରେକର୍ଡିଂ କରିଥିଲେ। ନିଶାସକ୍ତ ଅବସ୍ଥାରେ ରାସ୍ତାରେ ହଙ୍ଗମା ସୃଷ୍ଟି କରିଥିବା ଯୁବତୀଙ୍କ ଅନ୍ୟ ଝିଅ ରହିଥିଲେ। ସେମାନେ ସମସ୍ତେ ମଦ୍ୟପାନ କରିଥିବା ଜଣାପଡ଼ିଛି। 

ନିଶାସକ୍ତ ଅବସ୍ଥାରେ ରହି ରାସ୍ତାରେ ହଙ୍ଗମା ସୃଷ୍ଟି କରିଥିବା ଯୁବତୀଙ୍କ ବାରମ୍ବାର ଦୁର୍ବ୍ୟବହାର ସତ୍ତ୍ୱେ ପୋଲିସ ଅଧିକାରୀ ଶାନ୍ତ ରହିଥିଲେ। ଏପରିକି ଯୁବତୀ ଜଣଙ୍କ ପୋଲିସ ଅଧିକାରୀଙ୍କ ମାସ୍କ ଛଡାଇ ନେବାକୁ ଚେଷ୍ଟା କରିଥିଲେ। ଯଦିଓ ଏହି ଭିଡ଼ିଓ ମହାରାଷ୍ଟ୍ରରୁ ଆସିଥିବାର କୁହାଯାଉଛି ହେଲେ ଏହି ଘଟଣା ରାଜ୍ୟର କେଉଁଠାରେ ଘଟିଛି ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କ ସାର୍ଟ ଉପରେ ଥିବା ମହାରାଷ୍ଟ୍ର ପୋଲିସ ବ୍ୟାଜ ରହିଛି। ସେଠାରେ ଉପସ୍ଥିତ ରହିଥିବା ଲୋକେ ମରାଠୀରେ କଥାବାର୍ତ୍ତା ହେଉଛନ୍ତି।  

ଭାଇରାଲ ଭିଡି଼ଓରେ  ପୋଲିସ୍ ଫୋନରେ କାହା ସହ କଥା ହେଉଥିବାର ଦେଖାଯାଇଛି। ମାତ୍ର ରାସ୍ତା ମଝିରେ ଯୁବତୀ ଜଣଙ୍କ ତାଙ୍କ ସାର୍ଟ କଲର ଧରି ଧମକ ଦେଉଥିବାର ଦେଖାଯାଉଛି। ଏହା ପରେ ସେହି ଯୁବତୀ ପୋଲିସ ଅଧିକାରୀଙ୍କ ଚୁଟି ଟାଣି ତାଙ୍କୁ ମାରିବାକୁ ଚେଷ୍ଟା କରୁଛି। ନିଶାସକ୍ତ ଅବସ୍ଥାରେ ଯୁବତୀଙ୍କ ଏହି କାରନାମାର ଭିଡ଼ିଓ ଦେଖିବା ପରେ ଲୋକେ ତାତି ଉଠିଛନ୍ତି। ଏହି ଭିଡିଓ ଉପରେ ଜବାବ ଦେଇ ଲୋକେ ରାସ୍ତାରେ ନିଶାସକ୍ତ ଅବସ୍ଥାରେ ହଙ୍ଗାମା ସୃଷ୍ଟି କରିଥିବା ଯୁବତୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Also Read: କାର ଉପରେ ଚଢି ରାସ୍ତାରେ ହଙ୍ଗମା ମଚାଇଲେ ଯୁବତୀ

Also Read: ରାସ୍ତାରେ ଲଢିବାରେ ଲାଗିଲେ ଯୁବତୀ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ