Naba Kishore Das Death Case: ମଧ୍ୟପ୍ରଦେଶର ପଶୁପାଳନ ମନ୍ତ୍ରୀ ତଥା ବୁରହାନପୁର ପ୍ରଭାରୀ ପ୍ରେମ ସିଂ ପଟେଲ (Prem Singh Patel) ଙ୍କ ଏକ ବୟାନ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ମନ୍ତ୍ରୀ ଓଡ଼ିଶାକୁ ଅନ୍ୟ ଦେଶ ଭାବେ ମନେ କରନ୍ତି । ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ସେ ଓଡିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ( Odisha Health Ministe) ନବ କିଶୋର ଦାସ (Naba Kishore Das) ତଥା ତାଙ୍କ ସୁରକ୍ଷା ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଆମେ ଅନ୍ୟ ଦେଶ ବିଷୟରେ କଥାବାର୍ତ୍ତା କରୁନାହୁଁ । 


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ମଧ୍ୟ ପ୍ରଦେଶର ପଶୁପାଳନ ତଥା ବୁରହାନପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ପ୍ରେମସିଂହ ପଟେଲ ସୋମବାର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବା ପାଇଁ ଜାନୁଆରୀ ୨୯ରେ ବୁରହାନପୁରରେ ପହଞ୍ଚିଥିଲେ । ଜାନୁଆରୀ ୩୦ରେ ସକାଳ ୧୧ଟାରୁ ସେ କଲେକ୍ଟର କାର୍ଯ୍ୟାଳୟରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ସେ ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ଯେତେବେଳେ ମନ୍ତ୍ରୀଙ୍କୁ ପଚାରାଗଲା ଯେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି ମରାଯାଇଛି । ପୋଲିସ ଗୁଳି ଚଳାଇଥିଲା । ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଉ କ’ଣ ସତର୍କତା ଅବଲମ୍ବନ କରାଯିବା ଉଚିତ୍ । ଏହା ଉପରେ ମନ୍ତ୍ରୀ ପ୍ରେମସିଂ ପଟେଲ କହିଛନ୍ତି ଯେ, ଦେଖ, ଆମେ ଏହି ଅନ୍ୟ ଦେଶ ବିଷୟରେ କଥାବାର୍ତ୍ତା କରୁନାହୁଁ ।


ଅଧିକ ପଢ଼ନ୍ତୁ-ଯଦି ଜିତିବାର ଅଛି ବିଶ୍ୱକପ ତ କରିବାକୁ ପଡ଼ିବ ଏହି ବଡ଼ କାମ, ସୌରଭ ଗାଙ୍ଗୁଲି ଦେଲେ ରୋହିତ ଶର୍ମାଙ୍କୁ ପରାମର୍ଶ


ଅଧିକ ପଢ଼ନ୍ତୁ-ବ୍ଲୁ ଫିଲ୍ମ ତିଆରି କରୁଥିଲେ ମହିଳା ପୋଲିସ କର୍ମୀ, ଏବେ ଚାକିରିରୁ ହେଲେ ବିଦା


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ମଙ୍ଗଳ ହେବ ମଙ୍ଗଳବାର!


ଏଠାରେ କହି ରଖୁଖୁଛୁ ଯେ ମନ୍ତ୍ରୀ ନବ କିଶୋର ଦାସ (Naba Kishore Das) ଙ୍କୁ ରବିବାର ଦିନ ପ୍ରାୟ ୧ଟାରେ ବ୍ରଜରାଜନଗରରେ ଓଡିଶା ପୋଲିସର ଏଏସଆଇ ଗୋପାଳ ଦାସ ଗୁଳି ମାରିଥିଲା । ଅଭିଯୁକ୍ତ ପୋଲିସ ଅଧିକାରୀ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ଝାରସୁଗୁଡାରୁ ଭୁବନେଶ୍ୱରକୁ ନିଆଯିବା ପରେ ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ ଏକ ଟିମ୍ ଅପରେସନ କରିଥିଲେ ମଧ୍ୟ ନବ କିଶୋର ଦାସ (Naba Kishore Das) ଙ୍କ ଜୀବନ ବଞ୍ଚାଯାଇ ପାରି ନଥିଲା । ନବ କିଶୋର ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ (Odisha CM) ନବୀନ ପଟ୍ଟନାୟକ (Naveen Patnaik), ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଦୁଃଖ ପ୍ରକାଶ କରିଥିଲେ । ଓଡିଶା ସରକାରରେ ଜଣେ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ସେ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଏହି ଦୁଃଖର ସମୟରେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପିଏମ ମୋଦି ।