Advertisement
Photo Details/zeeodisha/odisha1550200
photoDetails0hindi

7th Pay Commission: କେନ୍ଦ୍ର କର୍ମଚାରୀଙ୍କ ପାଇଁ ମଙ୍ଗଳ ହେବ ମଙ୍ଗଳବାର!

AICPI Index Data​: ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ହୋଇପାରେ । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ନିଶ୍ଚିତ । 

1/7

7th Pay Commission, DA Hike: ଜାନୁଆରୀ ମାସ ଶେଷ ହେବାକୁ ଯାଉଛି ଓ ଏହି ମାସର ଶେଷ ଦିନରେ ଅର୍ଥାତ୍ ୩୧ ଜାନୁୟାରୀ ୨୦୨୩ (ମଙ୍ଗଳବାର) କେନ୍ଦ୍ର କର୍ମଚାରୀ ମାନଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ଆସନ୍ତାକାଲି କେନ୍ଦ୍ର କର୍ମଚାରୀମାନେ ନୂତନ ବର୍ଷର ପ୍ରଥମ ଉପହାର ପାଇପାରନ୍ତି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ସିଧାସଳଖ ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।

2/7

ପ୍ରକୃତରେ ଜାନୁଆରୀ ୩୧ରେ ନୂତନ ମୁଦ୍ରାସ୍ଫୀତି ଆକଳନ ଆସିବାକୁ ଯାଉଛି । ଏହି ଆକଳନ ସ୍ଥିର କରିବ ଯେ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ଦରମା ଓ ପେନସନ୍ କେତେ ବୃଦ୍ଧି ପାଇବ । ଆପଣଙ୍କୁ କହିରଖୁଛୁ ଯେ, AICPI ଇଣ୍ଡେକ୍ସର ଡାଟା (AICPI Index Data) ପ୍ରତ୍ୟେକ ମାସର ଶେଷ ତାରିଖରେ ପ୍ରକାଶିତ ହୁଏ । 

3/7

ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୩ ପ୍ରତିଶତ ବୃଦ୍ଧି ହୋଇପାରେ । ଡିସେମ୍ବର ମାସରେ ଯଦି ଏହି ସୂଚକାଙ୍କରେ କୌଣସି ପରିବର୍ତ୍ତନ ନହୁଏ, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି (DA Hike) ନିଶ୍ଚିତ । 

4/7

ଅନ୍ୟପଟେ ଯଦି ସୂଚକାଙ୍କରେ ଗୋଟିଏ ପଏଣ୍ଟ ବୃଦ୍ଧି ହୁଏ, ତେବେ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧, ୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୌଠକରେ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଯଦି ଏହା ଘଟେ, ମାର୍ଚ୍ଚ ୩୧ ଠାରୁ କର୍ମଚାରୀମାନେ ବର୍ଦ୍ଧିତ ଦରମା ପାଇପାରିବେ ଓ ପେନସନଭୋଗୀମାନଙ୍କୁ ବର୍ଦ୍ଧିତ ପେନସନ୍ ମିଳିପାରେ । କେବଳ ଏତିକି ନୁହେଁ, ଜାନୁଆରୀ ଓ ଫେବୃଆରୀ ମାସ ପାଇଁ ବକେୟା ଅର୍ଥ ରାଶି ସହିତ ଆକାଉଣ୍ଟକୁ ଆସିବ । 

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ଅଧିନାୟକ 'ଚୋରି' କଲେ ହାର୍ଦ୍ଦିକଙ୍କ ପ୍ଲାନ୍, ଦ୍ୱିତୀୟ ଟି-20 ମ୍ୟାଚରେ ସୃଷ୍ଟି ହେଲା ଏହି ବଡ଼ ବିଶ୍ୱ ରେକର୍ଡ

5/7

ଏଠାରେ କହି ରଖୁଛୁ ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ପ୍ରତି ୬ ମାସରେ ସମୀକ୍ଷା କରାଯାଏ । AICPI ତଥ୍ୟ ଆଧାରରେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଗୋଟିଏ ବୃଦ୍ଧି ଜାନୁଆରୀରେ ଓ ଅନ୍ୟଟି ଜୁଲାଇରେ ହୋଇଥାଏ । ପ୍ରତିବର୍ଷ ପରି ୨୦୨୩ ମସିହାରେ ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ପାଇବ । ଜାନୁଆରୀ ୨୦୨୩ ପାଇଁ ମହଙ୍ଗା ଭତ୍ତା (DA) ସାଧାରଣତଃ ହୋଲି ପୂର୍ବରୁ ଘୋଷଣା କରାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ଆକଳନକୁ ଦେଖିଲେ ଦେଖାଯାଏ ଯେ ଚଳିତ ବର୍ଷ ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ହୋଇପାରେ । ଯଦି ଏହା ଘଟେ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନର ୩୮ ପ୍ରତିଶତରୁ ୪୧ ପ୍ରତିଶତକୁ ବୃଦ୍ଧି ପାଇବ ।

6/7

ଉଲ୍ଲେଖନୀୟ ବିଷୟ ହେଉଛି ଯେ, କେନ୍ଦ୍ର ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଦ୍ୱାରା ଦେଶର ପ୍ରାୟ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଗତ ବର୍ଷ ଶେଷରେ ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ, ଯାହା ପରେ ମହଙ୍ଗା ଭତ୍ତା ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏବେ ବର୍ତ୍ତମାନ ମହଙ୍ଗା ଭତ୍ତା (DA) କୁ ୩ ପ୍ରତିଶତ ବୃଦ୍ଧି କରାଗଲେ ଏହା ୪୧ ପ୍ରତିଶତକୁ ପହଞ୍ଚିବ । 

7/7

ସୂଚନାଯୋଗ୍ୟ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ସଂଶୋଧିତ କରନ୍ତି । ପ୍ରଥମ ମହଙ୍ଗା ଭତ୍ତା ଜାନୁୟାରୀରୁ ଜୁନ୍ ମଧ୍ୟରେ ଦିଆଯାଇଥିବାବେଳେ ଦ୍ୱିତୀୟଟି ଜୁଲାଇରୁ ଡିସେମ୍ବର ମଧ୍ୟରେ ଆସେ । ଆପଣଙ୍କୁ କହିରଖୁଛୁ ଯେ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥିର କରିବାରେ AICPI ସୂଚକାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।