NOIDA Viral Video: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ନିକଟସ୍ଥ ନୋଏଡା ଅଞ୍ଚଳର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଯୁବତୀଙ୍କୁ ସ୍କର୍ପିଓ ବୋନେଟ ଉପରେ ବସିଥିବାର ନଜର ଆସୁଛନ୍ତି। ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ଯୁବତୀ ସ୍କର୍ପିଓ ବୋନେଟ ଉପରେ ବସି ଷ୍ଟଣ୍ଟ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ସତର୍କ ହୋଇଉଠିବା ସହ ତଦନ୍ତ ଆରମ୍ଭ କରି ଦେଇଥିଲା। ହେଲେ ପ୍ରଥମେ ପୋଲିସ ଏହା ଜାଣି ପାରିନଥିଲା ଯେ ଏହି ଗାଡି କେଉଁ ଥାନା ଅଞ୍ଚଳରେ ଚଲାଯାଇଥିଲା। ଏହା ପରେ ଗାଡି ନମ୍ବର ଆଧାରରେ ଏହାର ମାଲିକଙ୍କ ପାଖରେ ପହଞ୍ଚି ତାଙ୍କୁ ଜେରା କରିଥିଲା ପୋଲିସ। ଏହା ପରେ ପୋଲିସ ଏହି ଗାଡିକୁ ଚିହ୍ନଟ କରି ଏହାକୁ ଜବତ କରିଥିଲା। 



ଏହି ଘଟଣାରେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଭିଡିଓ ସେକ୍ଟର ୭୫ ଅଞ୍ଚଳର ବୋଲି କୁହାଯାଉଛି। ଏହାକୁ ଅନ୍ୟ କେହି ପ୍ରସ୍ତୁତ କରିଛନ୍ତି। ଯେଉଁ ବ୍ୟକ୍ତି ଏହି ଭିଡ଼ିଓ ରେକର୍ଡିଂ କରିଛନ୍ତି ସେ ଏହାକୁ ଭାଇରାଲ କରିଥିବା କୁହାଯାଉଛି। ସ୍କର୍ପିଓ ବୋନେଟ ଉପରେ ବସିଥିବା ଯୁବତୀ ଜଣଙ୍କ ଦୀର୍ଘ ସମୟ ଧରି ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଗାଡି ଡ୍ରାଇଭର ଭିତରେ ଥିବାର ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ଜରିଆରେ ଏହି ଭିଡିଓ ଭାଇରାଲ ହେବାପରେ ଟ୍ରାଫିକ ପୋଲିସ ଏହି ଗାଡିକୁ ଚିହ୍ନଟ କରିଥିଲା। ଟ୍ରାଫିକ ପୋଲିସ ଏହି ଘଟଣାର ତଦନ୍ତ କରି ଗାଡି ଡ୍ରାଇଭରକୁ ଧରିଥିଲା। 


Also Read: NOIDA: ରାତି ଅଧରେ ହଙ୍ଗାମା କରି ଚର୍ଚ୍ଚାରେ ଯୁବତୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ


ପୂର୍ବରୁ ଅନ୍ୟ ଏକ ଘଟିଥିଲା। ଯାହାର ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା। ପ୍ରାୟ ମାସେ ପୂର୍ବେ ନୋଏଡା ହାଇ ପ୍ରୋଫାଇଲ୍ ସୋସାଇଟି ମଧ୍ୟରେ ଜବରଦସ୍ତ ଲଢେଇ ଦେଖିବାକୁ ମିଳିଥିଲା। ବିଳମ୍ବିତ ରାତିରେ ନୋଏଡା ହାଇ ପ୍ରୋଫାଇଲ ସୋସାଇଟି ପରିସରରେ ୨ ଜଣ ଯୁବତୀ ମଦ୍ୟ ପାନ କରି ହଙ୍ଗମା କରିଥିଲେ। କେବଳ ଏତିକି ନୁହେଁ ସେମାନେ ସୋସାଇଟି ସୁରକ୍ଷାକର୍ମୀଙ୍କ ସହ ଦୁର୍ବ୍ୟବହାର କରିବା ସହିତ ଅସଦାଚରଣ କରିଥିଲେ। ନିଶାସକ୍ତ ଅବସ୍ଥାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜର ହଙ୍ଗମା ଜାରି ରଖିଥିଲେ ମଦ୍ୟପାନ କରିଥିବା ଏହି ୨ ଯୁବତୀ। 


ଏହି ଘଟଣାରେ ଭାଇରାଲ ହେବା ପ୍ରତିକ୍ରିୟା ରଖିଥିଲା ପୋଲିସ। ଏନେଇ କୁହାଯାଇଥିଲା ନୋଏଡା ଥାନା ଅଧିନରେ ୧୨୧ ନମ୍ବର ଘର ଠାରେ ବିନା ସୋସାଇଟି ଷ୍ଟିକର ଲଗା ଯାଇଥିବା ଏକ ଗାଡ଼ିକୁ ଅଟକାଇ ଥିଲେ ସିକ୍ୟୁରିଟି ଗାର୍ଡ। ହେଲେ ଯେତେବେଳେ ଏହି ଗାଡିକୁ ଅଟକା ଯାଇଥିଲା ସେତେବେଳେ ହଙ୍ଗାମା କରିଥିଲେ ମଦ୍ୟ ପାନ କରିଥିବା ୨ ଜଣ ଯୁବତୀ। ନିଶାସକ୍ତ ଅବସ୍ଥାରେ ସେମାନେ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଗାଳି ଦେବା ସହିତ ତାଙ୍କ ସହ ମାରପିଟ କରିଥିଲେ। କେବଳ ଏତିକି ନୁହେଁ ସୁରକ୍ଷାକର୍ମୀଙ୍କୁ ଦୁର୍ବ୍ୟବହାର କରିବାକୁ ପଛେଇ ନଥିଲେ ଏହି ଦୁଇ ଯୁବତୀ। 


Also Read: NOIDA: ହାଇଡ ପାର୍କ ସୋସାଇଟି ପରିସରରେ ଜବରଦସ୍ତ ଲଢେଇ, ଭିଡିଓ ଭାଇରାଲ


ପୋଲିସ କହିଛି ଯେ ଏହି ଘଟଣାରେ କୌଣସି କଥାକୁ ଯୁକ୍ତି ତର୍କ ହେବା ପରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ ଯୁବତୀ। ପୋଲିସ ପୀଡିତା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା କରି ଏହି ଘଟଣାରେ ସେହି ୨ ଯୁବତୀଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ସେମାନଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କ ବିରୋଧରେ ଚାଲାଣ କାଟିଛି।