NOIDA: ରାତି ଅଧରେ ହଙ୍ଗାମା କରି ଚର୍ଚ୍ଚାରେ ଯୁବତୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1386290

NOIDA: ରାତି ଅଧରେ ହଙ୍ଗାମା କରି ଚର୍ଚ୍ଚାରେ ଯୁବତୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

NOIDA Society Viral Video: ପ୍ରାୟ ଏକ ମାସ ପୂର୍ବରୁ ସମାନ ଘଟଣା ଘଟିଥିଲା। ଯେତେବେଳେ ନୋଏଡାର ସେକ୍ଟର ୭୦ ଠାରେ ରହୁଥିବା ଜଣେ ମହିଳା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। 

 NOIDA: ରାତି ଅଧରେ ହଙ୍ଗାମା କରି ଚର୍ଚ୍ଚାରେ ଯୁବତୀ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Ruckus in NOIDA Society: ସଦ୍ୟ ନୋଏଡା ହାଇ ପ୍ରୋଫାଇଲ୍ ସୋସାଇଟି ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାର କାରଣ ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ନୋଏଡା ହାଇ ପ୍ରୋଫାଇଲ ସୋସାଇଟି ରେ ୨ ଜଣ ଯୁବତୀ ମଦ୍ୟ ପାନ କରି ହଙ୍ଗମା କରିଛନ୍ତି। କେବଳ ଏତିକି ସୋସାଇଟି ସୁରକ୍ଷାକର୍ମୀଙ୍କ ସହ ଦୁର୍ବ୍ୟବହାର କରିବା ସହ ଅସଦାଚରଣ କରିଛନ୍ତି। ନିଶାସକ୍ତ ଅବସ୍ଥାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଜର ହଙ୍ଗମା ଜାରି ରଖିଥିଲେ ଏହି ୨ ଯୁବତୀ। 

ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ପୋଲିସ। ଏନେଇ କୁହାଯାଇଛି ନୋଏଡା ଥାନା ଅଧିନରେ ୧୨୧ ନମ୍ବର ଘର ଠାରେ ବିନା ସୋସାଇଟି ଷ୍ଟିକର ଲଗା ଯାଇଥିବା ଏକ ଗାଡ଼ିକୁ ଅଟକାଇ ଥିଲେ ସିକ୍ୟୁରିଟି ଗାର୍ଡ। ହେଲେ ଯେତେବେଳେ ଏହି ଗାଡିକୁ ଅଟକା ଯାଇଥିଲା ସେତେବେଳେ ହଙ୍ଗାମା କରିଥିଲେ ମଦ୍ୟ ପାନ କରିଥିବା ୨ ଜଣ ଯୁବତୀ। ନିଶାସକ୍ତ ଅବସ୍ଥାରେ ସେମାନେ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଗାଳି ଦେବା ସହିତ ତାଙ୍କ ସହ ମାରପିଟ କରିଥିଲେ। କେବଳ ଏତିକି ନୁହେଁ ସୁରକ୍ଷାକର୍ମୀଙ୍କୁ ଦୁର୍ବ୍ୟବହାର କରିବାକୁ ପଛେଇ ନଥିଲେ ଏହି ଦୁଇ ଯୁବତୀ। 

Also Read: Mumbai: ସିଟ ପାଇଁ ଏପରି କାଣ୍ଡ କରି ବସିଲେ ମହିଳା

ପୋଲିସ କହିଛି ଯେ ଏହି ଘଟଣାରେ କୌଣସି କଥାକୁ ଯୁକ୍ତି ତର୍କ ହେବା ପରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ ଯୁବତୀ। ପୋଲିସ ପୀଡିତା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା କରି ଏହି ଘଟଣାରେ ସେହି ୨ ଯୁବତୀଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ସେମାନଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କ ବିରୋଧରେ ଚାଲାଣ କାଟିଛି।

ପ୍ରାୟ ଏକ ମାସ ପୂର୍ବରୁ ସମାନ ଘଟଣା ଘଟିଥିଲା। ଯେତେବେଳେ ନୋଏଡାର ସେକ୍ଟର ୭୦ ଠାରେ ରହୁଥିବା ଜଣେ ମହିଳା ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। ଗାଡିରେ ଲଗା ଯାଇଥିବା ଷ୍ଟିକର କୁ ନେଇ ସୁରକ୍ଷାକର୍ମୀ ଜଣଙ୍କ ମହିଳାଙ୍କୁ କିଛି କହିଥଲେ। ଏହା ପରେ ମହିଳା ଜଣଙ୍କ ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଏହି ଘଟଣାାରେ ଦେଖୁ ଦେଖୁ ମହିଳା ଜଣଙ୍କ ସୁରକ୍ଷାକର୍ମୀଙ୍କ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମାରି ଚାଲିଥିଲେ।  ଏହି ଘଟଣାର ଭିଡ଼ିଓ ସିସିଟିଭି ରେ କଏଦ ହୋଇଥିଲା। ଯାହା ପରେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା।

Also Read: Uttar Pradesh: Instagram Reel ବନାଇବାକୁ ମନା କରିବାକୁ ଥାନାରେ ଉନ୍ମୁକ୍ତ କାଣ୍ଡ କରି ବସିଲେ ମହିଳା

ଏହି ଘଟଣା ଘଟିବାର କିଛି ଦିନ ପୂର୍ବରୁ ଅନ୍ୟ ଜଣେ ମହିଳା ସୁରକ୍ଷା କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିଲେ। ନୋଏଡା ଜେପି ୱିଶ ଟାଉନ୍ ସୋସାଇଟି ଅଞ୍ଚଳରେ ଗେଟ୍ ଖୋଲିବାରେ ବିଳମ୍ବ କରି ଦେଇଥିଲେ ସୁରକ୍ଷାକର୍ମୀ। ଯାହାକୁ ନେଇ ତାତି ଉଠିଥିଲେ ମହିଳା। ବିଳମ୍ବ ହେବାକୁ ନେଇ ମହିଳା ଜଣଙ୍କ ସୁରକ୍ଷାକର୍ମୀଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ କରିବାକୁ ଚେଷ୍ଟା କରିଥଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିଲା। ଏହା ପରେ ପୋଲିସ ଦୁର୍ବ୍ୟବହାର କରିଥିବା ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଜେଲ ପଠାଇଥିଲା।