Gold Rate Today: ବର୍ଷର ଶେଷ ଦିନରେ ସୁନା ଦରରେ ବଡ଼ ହ୍ରାସ, ଖସିଲା ଏତିକି ଟଙ୍କା
Gold Rate Today: ସୁନାପ୍ରେମୀଙ୍କ ପାଇଁ ବଡ଼ ଖବର। ବର୍ଷ ୨୦୨୪ ର ଆଜି ଶେଷ ଦିନ। ବର୍ଷର ଶେଷ ଦିନରେ ଗ୍ରାହକଙ୍କୁ ମିଳିଲା ଖୁସି ଖବର। ଆଜି ସୁନା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍...
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୫୬୦ ଟଙ୍କା ରହିଛି। ଆଜି ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୪୦ ଟଙ୍କା ହ୍ରାସ ପାଇଛି।
ALSO READ: ୨୦୨୫ ଜାନୁଆରୀରେ ସୂର୍ଯ୍ୟ-ମଙ୍ଗଳ-ବୁଧ-ଶୁକ୍ରଙ୍କ ଶୁଭଚଳନ, ୫ରାଶି ଉପରେ ହେବ ଟଙ୍କା ବର୍ଷା ସହ ମିଳିବ ଖୁସି ଖବର
ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବର୍ଷର ଶେଷ ଦିନ?ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧, ୨୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଏଠାରେ ଭରି ପିଛା ୪୦୦ ଓ ୪୪୦ ଟଙ୍କା ଖସିଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ୭୧,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୫୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା କମିଛି।
ଅନ୍ୟପଟେ, ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭, ୫୬୦ ଟଙ୍କା ରହିଛି। ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୪୦୦ ଓ ୪୪୦ ଟଙ୍କା କମିଛି।
ଓଡିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୧,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୫୬୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୮,୧୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୪୦୦ ଓ ୪୪୦ ଟଙ୍କା ହ୍ରାସ ପାଇଥିବା ବେଳେ ୧୮ କ୍ୟାରେଟ୍ ରେ ୩୨୦ ଟଙ୍କା କମ୍ ହୋଇଛି।