Plane Viral Video: ଆନ୍ଧ୍ର ପ୍ରଦେଶରେ ଘଟିଥିବା ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏକ ଟ୍ରକ୍ ଦ୍ୱାରା ନିଆଯାଉଥିବା ଏକ ବିମାନ ପୋଲ ତଳେ ରାସ୍ତା ମଝିରେ ଅଟକି ଯାଇଥିବାର ଦେଖିବାକୁ ମିଳିଛି। ଗତ ରବିବାର ସନ୍ଧ୍ୟାରେ ବାପଟଲା ଜିଲ୍ଲାରେ ଏହି ଘଟଣା ଘଟିଥିବାର କୁହାଯାଇଛି। ଏହି ଅସାଧାରଣ ଘଟଣା ଦେଖିବାକୁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ପୋଲ ତଳେ ଅଟକି ରହିଥିବା ବିମାନକୁ ଦେଖିବା ପାଇଁ କୋରିସାପଡୁ ଅଣ୍ଡରପାସ୍ ନିକଟରେ ଏକ ଜନସମାଗମ ହୋଇଥିଲା। ଲୋକେ ଏହି ଘଟଣାର ଭିଡ଼ିଓ ବନାଇବା ଆରମ୍ଭ କରି ଦେଇଥିଲେ। ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

ଟ୍ରକ୍ ଯୋଗେ ବୁହା ହେଉଥିବା ଏହି ବିମାନ କାରଣରୁ ଏଠାକାର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ଖାଦ୍ୟ ଶୃଙ୍ଖଳା ପିସ୍ତା ହାଉସ ମାଲିକ ଥିବା ସିଏଚ ଶିବ ଶଙ୍କରଙ୍କ ପାଇଁ ଏହି ବିମାନକୁ ନିଆଯାଉଥିଲା। ନିଜ ରେସ୍ତୁରାଁରେ ବ୍ୟବହାର କରିବାକୁ ସେ ଏହି ବିମାନକୁ କିଣିଥିଲେ। ଉଲ୍ଲେଖନୀୟ କଥା ହେଉଛି, ପିସ୍ତା ହାଉସ ମାଲିକ ହାଇଦ୍ରାବାଦ ବାସିନ୍ଦା।


Also Read: ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video


ଶନିବାର ବିଳମ୍ବିତ ରାତିରେ କୋଚି ଠାରୁ ହାଇଦ୍ରାବାଦ ଅଭିମୁଖେ ନିଆଯାଉଥିବା ଟ୍ରଲର ଉପରେ ରଖାଯାଇଥିବା ଏହି ବିମାନ କୋରିସେପାଡୁ ଠାରେ ଅଟକି ଯାଇଥିଲା। ମେଡାରମେଟଲା ଠାରେ ରକ୍ଷଣାବେକ୍ଷଣ ପ୍ରକଳ୍ପ ଯୋଗୁଁ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଣ୍ଡକିରୁ ହାଇଦ୍ରାବାଦ ସେବା ମାର୍ଗକୁ ଅବରୋଧ କରାଯାଇଥିଲା। ହାଇଦ୍ରାବାଦ ଅଭିମୁଖେ କୋରିସାପଡୁ ଅଣ୍ଡରପାସ୍ ପାଖରୁ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିମାନକୁ ଅଣ୍ଡରପାସ ତଳୁ ବାହାର କରିବାରେ ସାହାଯ୍ୟ କରିଥିଲା। କିଛି ଘଣ୍ଟା ପରେ ଉଭୟ ଟ୍ରକ ଡ୍ରାଇଭର ଏବଂ ବିମାନକୁ ଅଣ୍ଡରପାସ ପାଖରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା।


 



ପୂର୍ବରୁ ସମାନ ଘଟଣା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଏଠାରେ ରନ୍ ୱେ ପରିବର୍ତ୍ତେ ରାଜରାସ୍ତାରେ ଫସିଯାଇଥିଲା ଏକ ଏୟାର ଇଣ୍ଡିଆ ବିମାନ। ପ୍ରାୟ ୪୦ ସେକେଣ୍ଡ ଅବଧି ବିଶିଷ୍ଟ ଏହି ଘଟଣାର ଭିଡି଼ଓ ସୋସିଆଲ ମିଡିଆରେ ବେଶ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ଦିଲ୍ଲୀ-ଗୁରୁଗ୍ରାମ ମାର୍ଗରେ (Delhi-Gurugram Marg) ଅବସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (Indira Gandhi International) ଆଇଜିଆଇ ବିମାନ ବନ୍ଦର (IGI Air Port) ନିକଟରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠି ଲୁହାରେ ନିର୍ମିତ (Iron Made) ହୋଇଥିବା ଫୁଟ ଓଭର ବ୍ରିଜ (Foot Over Bridge) ତଳେ ଏକ ଏୟାର ଇଣ୍ଡିଆ ବିମାନ (Air India Plane) ଫସିଯାଇଛି। ଏହି ବିମାନ ଏପରି ଅବସ୍ଥାରେ ଫସି ରହିଲା ଭଳି ଦୃଶ୍ୟମାନ ହେଉଥିଲା ଯାହା ଦ୍ୱାରା ଓଭର ବ୍ରିଜ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଅର୍ଥାତ କହିବାକୁ ଗଲେ ବିମାନର ଅଧା ଅଂଶ ବ୍ରିଜ ଅତିକ୍ରମ କରିଥିବା ବେଳେ ଏହାର ଅନ୍ୟ ଅଧା ଅଂଶ ପୋଲ ତଳେ ଅଟକି ଯାଇଥିଲା।