ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video
Advertisement
Article Detail0/zeeodisha/odisha999334

ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video

ଏହି ବିମାନ ଏପରି ଅବସ୍ଥାରେ ଫସି ରହିଲା ଭଳି ଦୃଶ୍ୟମାନ ହେଉଛି ଯାହା ଦ୍ୱାରା ଓଭର ବ୍ରିଜ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି।

ରାସ୍ତାରେ ଅଟକିଗଲା Air India ବିମାନ;  Viral ହେଲା Video

ନୂଆଦିଲ୍ଲୀ: ରନ୍ ୱେ ପରିବର୍ତ୍ତେ ରାଜରାସ୍ତାରେ ଫସିଯାଇଛି ଏୟାର ଇଣ୍ଡିଆ ବିମାନ। ପ୍ରାୟ ୪୦ ସେକେଣ୍ଡ ଅବଧି ବିଶିଷ୍ଟ ଏହାର ଭିଡି଼ଓ ସୋସିଆଲ ମିଡିଆରେ ବେଶ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।  

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଦିଲ୍ଲୀ-ଗୁରୁଗ୍ରାମ ମାର୍ଗରେ (Delhi-Gurugram Marg) ଅବସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ (Indira Gandhi International) ଆଇଜିଆଇ ବିମାନ ବନ୍ଦର (IGI Air Port) ନିକଟରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠି ଲୁହାରେ ନିର୍ମିତ (Iron Made) ହୋଇଥିବା ଫୁଟ ଓଭର ବ୍ରିଜ (Foot Over Bridge) ତଳେ ଏକ ଏୟାର ଇଣ୍ଡିଆ ବିମାନ (Air India Plane) ଫସିଯାଇଛି। 

ଏହି ବିମାନ ଏପରି ଅବସ୍ଥାରେ ଫସି ରହିଲା ଭଳି ଦୃଶ୍ୟମାନ ହେଉଛି ଯାହା ଦ୍ୱାରା ଓଭର ବ୍ରିଜ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଅର୍ଥାତ କହିବାକୁ ଗଲେ ବିମାନର ଅଧା ଅଂଶ ବ୍ରିଜ ଅତିକ୍ରମ କରିଥିବା ବେଳେ ଏହାର ଅନ୍ୟ ଅଧା ଅଂଶ ପୋଲ ତଳେ ଅଟକି ଯାଇଛି। 

Also Read: Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaeda

ଏପରି ଭିଡିଓ ଭାଇରାଲ ହେବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଦିଲ୍ଲୀସ୍ଥିତ ଆଇଜିଆଇ ବିମାନବନ୍ଦର ଠାରେ କୌଣସି ଦୁର୍ଘଟଣା ଘଟିନାହିଁ। ଏହା ବ୍ୟବହାର ହେଉନଥିବା ଏକ ବିମାନ ରହିଥିଲା। ଯାହାକୁ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦିଆଯାଇଥିଲା। ଯିଏକି ଏହାକୁ ନିଜ ଠିକଣା ଅଭିମୁଖେ ନେଇଯାଉଥିଲେ। ଭାଇରାଲ ଭିଡିଓରେ ଦେଖାଯାଉଥିବା ବିମାନ ବର୍ତ୍ତମାନ କାର୍ଯ୍ୟକ୍ଷମ ନୁହେଁ। ଏହା ଏକ ଭଙ୍ଗା ବିମାନ। ହେଲେ ଏହି ବିମାନକୁ ନେଇଯାଉଥିବା ଟ୍ରକ୍ ଡ୍ରାଇଭର ବୋଧହୁଏ ଫୁଟ ଓଭର ବ୍ରିଜ କିମ୍ବା ଏବଂ ବିମାନର ଉଚ୍ଚତା ଅନୁମାନ କରିବାରେ ବିଫଳ ହୋଇଥିଲା। ଯାହା ଫଳରେ ଲୁହା ନିର୍ମିତ ପୋଲ ତଳେ ଏହି ବିମାନ ଅଟକି ଯାଇଥିଲା।