ଭୁବନେଶ୍ଵର, ନିର୍ବାଚନ ବେଳେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଏବଂ ଫଟୋ ପୋଷ୍ଟ ସହ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବା ୪୨୦ଟି ପୋଷ୍ଟକୁ ହଟାଇଛି ପୁଲିସ । ଏହି ଘଟଣାରେ ପୁଲିସ ୫ଟି ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି। ଏଥିରେ ଆଇଟି ପ୍ରଫେସନାଲମାନେ ମଧ୍ୟ ପୁଲିସ ସହ ହାତ ମିଳାଇଛନ୍ତି। ଯାହାକି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍ ଏବଂ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଆପତ୍ତିଜନକ ପୋଷ୍ଟ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମ ବ୍ରାଞ୍ଚର ସୋସିଆଲ୍ ମିଡିଆ ୟୁନିଟ୍ ଟିମ୍ ଏହା ଉପରେ ନଜର ରଖିଥିଲା। ପରେ ବିଭିନ୍ନ ରାଜନୈତିକ ଦଳ ଓ ଅନ୍ୟାନ୍ୟ ଗୋଷ୍ଠୀର ସଦସ୍ୟଙ୍କ ଆପତ୍ତିଜନକ ପୋଷ୍ଟ ଗୁଡ଼ିକୁ ଚିହ୍ନଟ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଫେସବୁକରୁ ୭୮୮ଟି ଆପତ୍ତିଜନକ ପୋଷ୍ଟ ହଟାଇବା ପାଇଁ ପୁଲିସ ମେଟାକୁ ଅନୁରୋଧ ପଠାଯାଇଥିଲା, ମେଟା ସେଥିରୁ ୨୫୬ଟି ପୋଷ୍ଟକୁ ହଟାଇଥିଲା। ସେହିପରି ଇନଷ୍ଟାଗ୍ରାମରୁ ୪୭୧ଟି ପୋଷ୍ଟକୁ ହଟାଇବା ପାଇଁ ଅନୁରୋଧ ପଠାଯାଇଥିଲା, ସେଥିରୁ ୧୫୪ଟି ପୋଷ୍ଟକୁ ମେଟା ହଟାଇଥିଲା। ୟୁଟ୍ୟୁବରୁ ୯୬ଟି ପୋଷ୍ଟ ହଟାଇବାକୁ ଅନୁରୋଧ ପାଠଯାଇଥିବା ବେଳେ ୯ଟି ପୋଷ୍ଟ ହଟାଇ ଥିଲା। ଏହା ବ୍ୟତୀତ ସମଗ୍ର ରାଜ୍ୟରେ ୯୫୦ଟି ବ୍ଯବହାର ଆକାଉଣ୍ଟ ଉପରେ ପୁଲିସ ନଜର ରଖିଥିବା ସୂଚନା ଦେଇଛି।


Also Read- Shukra Gochar: ଏହି ତାରିଖରୁ ଫିଟିବ ୫ ରାଶିର ଭାଗ୍ୟ, ଶୁକ୍ରଙ୍କ ପ୍ରଭାବରୁ ମିଳିବ ସୌଭାଗ୍ୟ


Also Read- ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ ଏତିକି ତାରିଖ ପୂର୍ବରୁ କରିଦିଅନ୍ତୁ ଲିଙ୍କ୍, ନହେଲେ...