ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ ଏତିକି ତାରିଖ ପୂର୍ବରୁ କରିଦିଅନ୍ତୁ ଲିଙ୍କ୍, ନହେଲେ...
Advertisement
Article Detail0/zeeodisha/odisha2267589

ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ ଏତିକି ତାରିଖ ପୂର୍ବରୁ କରିଦିଅନ୍ତୁ ଲିଙ୍କ୍, ନହେଲେ...

ପାନ୍ କାର୍ଡ ସହ ଆଧାର ସଂଯୋଗ କରିବା ପାଇଁ  ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମେ ' ୩୧ ତାରିଖ ୨୦୨୪ ସୁଦ୍ଧା ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାକୁ ସୂଚନା ଦିଆଯାଇଛି। 

ଆପଣ ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାନ୍ତି କି? ତାହାଲେ ଏତିକି ତାରିଖ ପୂର୍ବରୁ କରିଦିଅନ୍ତୁ ଲିଙ୍କ୍, ନହେଲେ...

ନୂଆଦିଲ୍ଲୀ, ଆଧାର ଓ ପାନ କାର୍ଡକୁ ‌ନେଇ ବିଭିନ୍ନ ପ୍ରକାର ଅପଡେଟ୍ ଖବର ସାମ୍ନାକୁ ଆସୁଥାଏ। ତେବେ ଏହି ଆଧାର ଓ ପାନ୍ କାର୍ଡକୁ ନେଇ ଆଜି ଏକ ଖରବ ସାମ୍ନାକୁ ଆସିଛି।  ପାନ୍ କାର୍ଡ ସହ ଆଧାର ସଂଯୋଗ କରିବା ପାଇଁ  ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମେ ' ୩୧ ତାରିଖ ୨୦୨୪ ସୁଦ୍ଧା ପାନ୍ କାର୍ଡ ସହ ଆଧାର ସଂଯୋଗ କରିବାକୁ ସୂଚନା ଦିଆଯାଇଛି। ଏହି ସମୟ ସୀମ‌ାକୁ ଦେଖିବାକୁ ଗଲେ ଲିଙ୍କ୍ କରିବା ପାଇଁ ମାତ୍ର ଆଉ ୩ଦିନ ବାକି ରହିଛି। ଏହି ୩ଦିନ ମଧ୍ୟରେ ପାନ୍ କାର୍ଡ ସହ ଆଧାର ସଂଯୋଗ କରାଇ ଦିଅନ୍ତୁ। ନଚେତ ଅଧିକ କର ଦେବାକୁ ପଡ଼ିବ ବୋଲି ସୋସିଆଲ ମିଡିଆ 'ଏକ୍ସ ' ମାଧ୍ୟମରେ ସୂଚନା ଦିଆଯାଇଛି। 

ପାନ୍ କାର୍ଡ ସହ ଆଧାର ସଂଯୋଗ ବିଷୟରେ ଜାଣିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ https://x.com/incometaxindia/status/1795326518832554454?s=48
ଅନ୍ୟପଟେ ସମୟ ଥାଉଥାଉ ଏସବୁ କାମ ସାରି ଦିଅନ୍ତୁ। ଏହି ନିୟମକୁ ଅଣଦେଖା କଲେ ଆଗାମୀ ଦିନରେ ଆପଣଙ୍କୁ ପାନକାର୍ଡ ଆବଶ୍ୟକ ପଡ଼ୁଥିବା କ୍ଷେତ୍ରରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।

Also Read- ଆସିଲା ହତ୍ୟା ମାମଲାର ରାୟ, ଗୁରମିତ ରାମ ରହିମ ନିର୍ଦ୍ଦୋଷରେ ଖଲାସ୍